ହୋଇଯାଇଛି (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଏହି ଉପଲକ୍ଷେ ଆୟୋଜିତ ମନୋରମ ଉତ୍ସବ ମଞ୍ଚରେ ଅଧ୍ୟକ୍ଷତା କରି ମାନ୍ୟଗଣ୍ୟ ଅତିଥି ମାନଙ୍କ ଉଦ୍ଦେଶ୍ୟ ରେ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ବିଶିଷ୍ଟ ସାମ୍ବାଦିକ ଶରତ ପାଇକରାୟ । ମୁଖ୍ୟ ଅତିଥି ଭାବେ ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବିଶିଷ୍ଟ ବକ୍ତା ଓ ସମ୍ମାନିତ ଅତିଥି ଭାବେ ରାଜ୍ୟ ମୁଖ୍ୟ ଉନ୍ନୟନ ଅଧିକାରୀ ଜ୍ୟୋତି ପ୍ରକାଶ ସାହୁ, ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକାରୀ ବିବେକାନନ୍ଦ ଶର୍ମା, ଓଡିଶା ସାହିତ୍ୟ ଏକାଡେମୀ ର ସଚିବ ଚନ୍ଦ୍ରଶେଖର ହୋତା, ରାଜ୍ୟ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ,

ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟ ବିଶ୍ଵମୁକ୍ତି ପତ୍ରିକା ର ସମ୍ପାଦକ ପ୍ରଫେସର ଡ଼କ୍ଟର ଶଶାଙ୍କ ଶେଖର ଚୂଡ଼ାମଣି , ଚିଲିକା ବ୍ଲକ ଅଧକ୍ଷା ଜ୍ୟୋତ୍ସ୍ନା ରାଣୀ ବେହେରା, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧକ୍ଷ ମିଟୁ ନାୟକ, ସମାଜସେବୀ ଦୁଷ୍ମନ୍ତ ହରିଚନ୍ଦନ ପ୍ରମୁଖ ଯୋଗଦେଇ ପୁସ୍ତକମେଳା ର ସଫଳତାକୁ ନେଇ ସନ୍ତୋଷ ବ୍ୟକ୍ତ କରିବା ସହ ଆଗାମୀ ବର୍ଷ ମାନଙ୍କରେ ଏହି ପ୍ରଥମ ପୁସ୍ତକ ମେଳା ଏକ ପ୍ରେରଣା ହୋଇ ରହିବ ବୋଲି ଉଦବୋଧନ ଦେଇଥିଲେ। ଏହି ଅବସରରେ ଜିଲ୍ଲା ର ଟାଙ୍ଗୀ, ବାଣପୁର, ଚିଲିକା ବ୍ଲକ ର ପୂର୍ବରୁ କରାଯାଇଥିବା ପ୍ରତିଯୋଗିତା ର ବିଭିନ୍ନ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ନଗଦ ଅର୍ଥ ରାଶି ସହ ପୁରସ୍କାର ପ୍ରଦାନ କରାଯାଇଥିଲା।

ପୁସ୍ତକ ମେଳା ମଞ୍ଚରେ କବୟିତ୍ରୀ ପ୍ରିୟଦର୍ଶିନୀ ମହାରଣା ଙ୍କ କବିତା ପୁସ୍ତକ ସାତ ମେଘର ଗୀତ, ପ୍ରଜ୍ଞା ସ୍ମିତା ସାହୁଙ୍କ ଭାବ ସମୁଦ୍ର,ଶୋଭନ ଦାସଙ୍କ ମୁଖା ତଳର ମଣିଷ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ରାଜ୍ୟର ବିଶିଷ୍ଟ ସାହିତ୍ୟିକ ସଦାଶିବ ଦାସ, ସୂର୍ଯ୍ୟ ମିଶ୍ର, ଅଜୟ ସ୍ୱାଇଁ ପ୍ରମୁଖଙ୍କୁ ଉପଢୌକନ ଓ ସ୍ମୃତିଫଳକ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା.ଚିଲିକା ପୁସ୍ତକ ମେଳା ର ସମ୍ପାଦକ ଡ଼କ୍ଟର କୈଳାସ ଚନ୍ଦ୍ର ମହାରଣା ଉତ୍ସବ ର ଅଭୁତପୁର୍ବ ସଫଳତା ପାଇଁ ଅତିଥି ବୃନ୍ଦ, ପାଠକ ଓ ମେଳା ରେ ଯୋଗ ଦେଇଥିବା ସମସ୍ତ ପ୍ରକାଶନ ସଂସ୍ଥା ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।














