No Result
View All Result

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଓଡିଆ ଉଦ୍ୟୋଗୀ ଅଙ୍କିତ ଖଣ୍ଡେଲୱାଲଙ୍କ ଦ୍ୱାରା ପରିଚାଳିତ ଏକ ଅଗ୍ରଣୀ ବ୍ୟବସାୟିକ ସଂସ୍ଥା ଏଥୋସ୍ ଗ୍ଲୋବାଲ ପକ୍ଷରୁ ଏହାର ନୂତନ ଏନର୍ଜି ଡ୍ରିଙ୍କ ଫ୍ୟାନ୍ଟୋମକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି ଯାହାକୁ ଆଜିର ଦ୍ରୁତ ଗତିଶୀଳ ଯୁବପିଢିଙ୍କ ବେଗ, ମହତ୍ୱାକାଂକ୍ଷା ଓ ଜୀବନଶୈଳୀ ସହ ମେଳ ଖାଇବା ପାଇଁ ପ୍ରସ୍ତୁତ କରାଯାଇଛି । ବ୍ୟସ୍ତତା ଓ ସୃଜନଶୀଳତା ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କ ପାଇଁ ଡିଜାଇନ କରାଯାଇଥିବା ଫ୍ୟାନ୍ଟୋମ ଏନର୍ଜି ବେଭ୍ରେଜ ସେଗମେଂଟରେ ଏକ ନୂଆ ପ୍ରତିଦ୍ୱନ୍ଦୀଭାବେ ବଜାରରେ ପ୍ରବେଶ କରିଛି ।
ଏହି ଉତ୍ପାଦର ଶୁଭାରମ୍ଭ ଅବସରରେ ମତବ୍ୟକ୍ତ କରି ଫ୍ୟାନ୍ଟୋମର ଗ୍ରୁପ ଅଧ୍ୟକ୍ଷ, ଅଙ୍କିତ ଖଣ୍ଡେଲୱାଲ ବ୍ରାଣ୍ଡର ଦୃଷ୍ଟିକୋଣ ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତିଯେ, “କମ୍ପାନୀ ଆଉ ଏକ ଏନର୍ଜି ଡ୍ରିଙ୍କ ତିଆରି କରିବାଠାରୁ ଆଗକୁ ବଢିଛି ବରଂ ଏହା ଏଭଳି ଏକ ଉତ୍ପାଦ ବିକଶିତ କରିଛି ଯାହା ଏକ ଜୀବନଶୈଳୀ ଓ ମାନସିକତାକୁ ପ୍ରତିଫଳନ କରୁଛି । ତାଙ୍କ ମତରେ, ଫ୍ୟାନଟୋମକୁ ନିରନ୍ତର ଭାବେ ପ୍ରୟାସ କରୁଥିବା, ସୃଷ୍ଟି କରୁଥିବା ଓ ସୀମା ଆଗକୁ ବଢାଉଥିବା ବ୍ୟକ୍ତିଙ୍କ ପାଇଁ ପରିକଳ୍ପନା କରାଯାଇଛି ଯାହା ସେମାନଙ୍କର ଲକ୍ଷ୍ୟ ସହ ସମନ୍ୱିତ ଶକ୍ତି ପ୍ରଦାନ କରିଥାଏ ।”
ବିଳମ୍ବିତ ରାତି ପର୍ଯ୍ୟନ୍ତ ଅଧ୍ୟୟନ ଓ ତୀବ୍ର ଗେମିଂ ମାରାଥନଠାରୁ ଆରମ୍ଭ କରି ଜଟିଳ ବ୍ୟାୟାମ ଓ ମହତ୍ୱକାଂକ୍ଷୀ କ୍ୟାରିୟର ଅନୁସରଣ ପର୍ଯ୍ୟନ୍ତ ଫ୍ୟାନ୍ଟୋମ ନିଜକୁ ସ୍ଥାୟୀ ଶକ୍ତିର ଏକ ନିର୍ଭରଯୋଗ୍ୟ ଉତ୍ସାହ ଭାବେ ଅବସ୍ଥାପିତ କରିଛି । କ୍ୟାଫେନାଇନ ଓ ଜରୁରୀ ବି- ଭିଟାମିନର ଏକ ସନ୍ତୁଳିତ ମିଶ୍ରଣ ସହ ପ୍ରସ୍ତୁତ ଏହି ଡ୍ରିଙ୍କ ସାଧାରଣତଃ ପାରମ୍ପରିକ ପାନୀୟଗୁଡିକ ସହ ଜଡିତ ଶକ୍ତି ହ୍ରାସ ବିନା ଉପଭୋକ୍ତାଙ୍କୁ ଶକ୍ତିସମ୍ପନ୍ନ, କେନ୍ଦ୍ରିତ ଓ ସତେଜ ରଖିବା ପାଇଁ ପ୍ରତିଶ୍ରୁତି ଦେଉଛି । ଏହାର ସ୍ୱତନ୍ତ୍ର ଫ୍ଲେଭର ପ୍ରୋଫାଇଲ ଏହାକୁ ଭିନ୍ନ କରୁଛି, ଯାହା ଉଭୟ କାର୍ଯ୍ୟଦକ୍ଷତା ଓ ସ୍ୱାଦକୁ ଗୁରୁତ୍ୱ ଦେଉଥିବା ଏକ ପିଢିଙ୍କୁ ଆକର୍ଷିତ କରିବାକୁ ଲକ୍ଷ୍ୟ ରଖିଛି ।
ଏହି ଉତ୍ପାଦକୁ ଆଧୁନିକ ଉପଯୋଗିତା ଶୈଳୀ ପାଇଁ ପ୍ରସ୍ତୁତ କରାଯାଇଛି ଯାହା ସ୍ୱାସ୍ଥ୍ୟ ସଚେତନ ଉପଭୋକ୍ତାଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଉଭୟ ଲୋ ସୁଗାର ଓ ଜିରୋ ସୁଗାର ଭାରିଆଂଟରେ ଆସୁଛି । ଏହାର ସୁବିଧାଜନକ ପ୍ୟାକେଜିଂ ଓ ବ୍ୟାପକ ଉପଲବ୍ଧତା ସହିତ ଫ୍ୟାନଟୋମ କଲେଜ କ୍ୟାମ୍ପସ, ଫିଟ୍ନେସ୍ ସେଂଟର, ରିଟେଲ ଆଉଟଲେଟ, କ୍ୟାଫେ ଓ ଡିଜିଟାଲ ମାର୍କେଟପ୍ଲେସଗୁଡିକରେ ଏକ ଷ୍ଟାପଲରେ ପରିଣତ ହେବା ପାଇଁ ପ୍ରସ୍ତୁତ ରହିଛି ।
ଏହି ଲଂଚ୍ ସହିତ ଏଥୋସ୍ ଗ୍ଲୋବାଲ ଭାରତର ଦ୍ରୁତ ସମ୍ପ୍ରସାରିତ ଏନର୍ଜି ଡ୍ରିଙ୍କ ମାର୍କେଟରେ ପ୍ରବେଶ କରିବା ପାଇଁ ଲକ୍ଷ୍ୟ ରଖିଛି ଏବଂ ଏଭଳି ଏକ ବ୍ରାଣ୍ଡ ଗଠନ କରୁଛି ଯାହା ଯୁବ ସଂସ୍କୃତି ଓ ବିକଶିତ ଉପଭୋକ୍ତା ପସନ୍ଦ ସହ ପ୍ରତିଧ୍ୱନିତ୍ୱ କରୁଥିବ । ଫ୍ୟାନଟୋମ ଏବେ ଅଗ୍ରଣୀ ରିଟେଲ ଓ ଅନ୍ଲାଇନ ପ୍ଲାଟଫର୍ମଗୁଡିକରେ ଉପଲବ୍ଧ ରହିଛି ଯାହା ଉପଭୋକ୍ତାଙ୍କୁ ଶକ୍ତି ଓ କାର୍ଯ୍ୟଦକ୍ଷତାର ଏକ ନୂତନ ମାନକର ଅନୁଭୂତି ପାଇବା ପାଇଁ ଆମନ୍ତ୍ରିତ କରୁଛି ।
ଫ୍ୟାନଟୋମ ହେଉଛି ଏକ ପରବର୍ତୀ ପିଢିର ଏନର୍ଜି ଡ୍ରିଙ୍କ ଯାହା ଲକ୍ଷ୍ୟ, ସୃଜନଶୀଳତା ଓ ପ୍ରତିଦିନର ସଫଳତାକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱ ଦେଉଛି । ଉଦ୍ଭାବନ, ଗୁଣବତା ଓ ଜୀବନଶୈଳୀ ପ୍ରାସଙ୍ଗିକତା ଉପରେ ଏକ ମହତ୍ୱ ସହ ଏହି ବ୍ରାଣ୍ଡ ଲୋକମାନଙ୍କୁ ସେମାନଙ୍କର ସମସ୍ତ କାର୍ଯ୍ୟରେ ଶକ୍ତିସମ୍ପନ୍ନ ଓ ଅନୁପ୍ରାଣିତ ରହିବା ପାଇଁ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛି ।

No Result
View All Result