କେନ୍ଦ୍ରାପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ଡେରାବିଶ ବ୍ଲକ କୁରୁଜଙ୍ଗା ପଞ୍ଚାୟତ ମନ୍ତ୍ରୀପଡ଼ା ଗ୍ରାମର ପ୍ରକାଶ ମଲ୍ଲିକ ଓ ହରପ୍ରିୟା ମଲ୍ଲିକଙ୍କ ସୁପୁତ୍ର ପ୍ରିୟାଂଶୁ ମଲ୍ଲିକ । ସେ ୨ଟି ଦଉଡ଼ି ସାହାଯ୍ୟରେ ସର୍ବାଧିକ ୧ ମିନିଟ୍କୁ ୧୯ଥର ପଛୁଆ ଓଲଟି ଏହି ପ୍ରଶଂସା ସାଉଁଟିଛନ୍ତି । ଏନେଇ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ମାତ୍ର ୨ବର୍ଷ ୧୦ ମାସ ବୟସର ପ୍ରିୟାଂଶୁଙ୍କ ଏଭଳି ଜିମ୍ନାଷ୍ଟିକ ପ୍ରଦର୍ଶନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଦେଢ଼ବର୍ଷ ବୟସରୁ ପ୍ରିୟାଂଶୁ ଜିମ୍ନାଷ୍ଟିକ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ । ତେଣୁ ତାଙ୍କ ବାପା ପ୍ରକାଶ ଘରେ ଦୁଇଟି ରଶି ସାହାଯ୍ୟରେ ଏକ ଜିମ୍ନାଷ୍ଟିକ ଇନ୍ଷ୍ଟ୍ରମେଣ୍ଟ ବନାଇଥିଲେ ।

ଏହା ସାହାଯ୍ୟରେ ପୁଅ ପ୍ରିୟାଂଶୁ କଳାକୌଶଳ ପ୍ରଦର୍ଶନ ଆରମ୍ଭ କରିଥିଲେ । ପ୍ରତିଦିନ ଏହା କରିବା ପରେ ପ୍ରିୟାଂଶୁ ଅଭ୍ୟସ୍ତ ହୋଇଯାଇଥିଲେ । ପ୍ରଥମରୁ ଥରେମାତ୍ର ପଛୁଆ ଓଲଟୁଥିବା ପ୍ରିୟାଂଶୁ ସମୟକ୍ରମେ ଦିନକୁ ଏକଶହ, ଦୁଇଶହ, ତିନିଶହରୁ ଅଧିକଥର ଅଭ୍ୟାସ ଜାରି ରଖୁଛନ୍ତି I ଏହିପରି ମିନିଟ୍କୁ ୧୯ଥର ଓଲଟିବା ଶିଖ୍ଯାଇଥିଲେ । ଫଳରେ ପରିବାର ଲୋକେ ଏନେଇ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ର କର୍ମକର୍ତ୍ତାଙ୍କ ସହ ଯୋଗା ଯୋଗ କରିଥିଲେ ।

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ର କର୍ମକର୍ତ୍ତାମାନେ ପ୍ରଥମେ ବିଶ୍ଵାସ କରି ନଥିଲେ ମଧ୍ୟ ନିଜ ଆଖରେ ଦେଖିବା ପରେ ଚକିତ ହୋଇଯାଇଥିଲେ । ଏହାସହ ପ୍ରିୟାଂଶୁଙ୍କ ନାମ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ରେ ସ୍ଥାନିତ କରିଥିଲେ । ପ୍ରିୟାଂଶୁ ଜିମ୍ନାଷ୍ଟିକ ସହ ସୁନ୍ଦର ସ୍କେଟିଂ ଓ ରୋପିଙ୍ଗ୍ କରିପାରନ୍ତି। ବିଶ୍ୱରେକର୍ଡ ପାଇଁ ସେ ଅଭ୍ୟାସ ଜାରି ରଖିଛନ୍ତି । ପ୍ରିୟାଂଶୁଙ୍କ ପିତା ପ୍ରକାଶ ଓଡ଼ିଶା ପୋଲିସରେ କାର୍ଯ୍ୟରତ ଥିବା ବେଳେ ମା’ ହରପ୍ରିୟା ଜଣେ ସୁଗୃହିଣୀ । ପ୍ରକାଶ ୨୦୨୩ରେ ସର୍ବଭାରତୀୟ ପୋଲିସ ରୌପ୍ୟ ଯୋଗ ପ୍ରତିଯୋଗିତାରେ ପଦକ ହାସଲ ହାସଲ କରିଥିଲେ ।