ପୁରୀ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ରଥ ନିର୍ମାଣର ଚତୁର୍ଥ ଦିବସରେ ରଥ ନିର୍ମାଣକାରୀ ସେବକ ମାନେ ସକାଳ ୮ଟା ପୂର୍ବରୁ ରଥ ଖଳା ଠାରେ ଉପସ୍ଥିତ ହୋଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।ଗତ କାଲି ତୃତୀୟ ଦିନର ନିର୍ମାଣ କାର୍ଯ୍ୟ ଶେଷ ସୁଦ୍ଧା ତିନି ରଥଚାଳି କୁ କରତୀ ସେବକ ଯୋଗାଇଥିବା ମୋଟ ୨୧ ଗୋଟି ତୁମ୍ବ ଗଡ ରୁ ତିନି ରଥର ମହାରଣା ସେବକ ମାନେ ୧୦ ଟି ତୁମ୍ବ ର ଗୋଲେଲ କାର୍ଯ୍ୟ ଶେଷ କରିଥିଲେ | ଆଜିର କାର୍ଯ୍ୟ ଶେଷ ସୁଦ୍ଧା ତିନି ରଥର ମୋଟ ୨୬ ଗୋଟି ତୁମ୍ବ ର ଗୋଲେଇ କାର୍ଯ୍ୟ ଶେଷ ହୋଇଛି |















