ପୁରୀ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ୩ ଘଟିକା ସମୟରେ ଜିଲ୍ଲା ସ୍ତରୀୟ ଗ୍ରୀଷ୍ମ ପ୍ରବାହ ଜନିତ ସଚେତନତା ଶିବିର ସ୍ଵତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷ, ପୁରୀ ଠାରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଶ୍ରୀମତୀ ତନୁପ୍ରଭା ବେଉରାଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ପୁରୀ ସଦର ତହସିଲଦାର ଅଭିଷେକ ଦାଶ ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଆଇନ ପରିବିକ୍ଷ ଅଧିକାରୀ, ସମସ୍ତ ଶିଶୁ ବିକାଶ ଅଧିକାରୀ ଓ ପରିଦର୍ଶୀକା ତଥା ଜିଲ୍ଲା ସମାଜ କଲ୍ୟାଣ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

ଗ୍ରୀଷ୍ମ ପ୍ରବାହ ସମୟ ରେ ନିହାତି ଅବଶ୍ୟକ ନ ହେଲେ ବାହାରକୁ ନ ବାହାରିବା, ତରଳ ଜାତୀୟ ଖାଦ୍ଯ ଖାଇବା, ଛତା, ପାଣି ବୋତଲ ଓ ଗାମୁଛା ସାଙ୍ଗରେ ନେବା, ମାଦକ ଦ୍ରବ୍ଯ ସେବନ ନ କରିବା, ଅଂଶୁଘାତ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନା ନେବା ଆଦି ବିଷୟରେ ସଚେତନତା କାର୍ଯ୍ୟକ୍ରମ ବ୍ଲକ ଓ ଅଙ୍ଗନବାଡି କେନ୍ଦ୍ର ସ୍ତରରେ କରିବାକୁ ପରାମର୍ଶ ଦିଆଗଲା l














