କୋଷ୍ଟାଲ ମାରାଥନ ବିଜେତା ଙ୍କୁ ଏକକୋଟିର ପୁରସ୍କାର ରାଶି : ଉପ ମୁଖ୍ୟମନ୍ତ୍ରୀ
ପୁରୀ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- କୋଷ୍ଟାଲ ମାରାଥନ ଓଡିଶା ପର୍ଯ୍ୟଟନ କୁ ଅଧିକ ଋଦ୍ଧିମନ୍ତ କରିବ।ଏହି ମାରାଥନ ପୁରୀରେ ଆସନ୍ତା ଡିସେମ୍ବର ୧୩ ତାରିଖ ଦ୍ୱିତୀୟ ରବିବାର ଅନୁଷ୍ଠିତ ହେବାକୁ ଯାଉଛି।ମାରାଥନ ର ବିଜେତା ଙ୍କୁ ଏକ କୋଟି ର ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା।ଓଡିଶା ପର୍ଯ୍ୟଟନ ବିଭାଗ ଏବଂ ଓଏମସି ସହଯୋଗ ରେ ପୁରୀ କୋଷ୍ଟାଲ ମାରାଥନ ନାମରେ ଏକ ମେଗା ବା ବୃହତ ମାରାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।














