ପୁରୀ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ପୁରୀ ଜିଲ୍ଲା ସ୍ବେଚ୍ଛାସେବୀ ସଂଗଠନ ସାମୁଖ୍ୟ ଦ ବେଲ୍ ଦ୍ଵାରା ପରିଚାଳିତ ସହର ତଳି ଅଞ୍ଚଳ ଶିଶୁ ମାନଙ୍କ ସାମଗ୍ରିକ ବିକାଶ ପାଇଁ ସ୍ଥାପିତ ଏକ ଲବ୍ୟ ପାଠଶାଳାର ୫ମ୍ ବାର୍ଷିକ ଉତ୍ସବ ଉମଙ୍ଗ ଅନୁଷ୍ଠିତ ହୋଇଯାଇଛି।ବଳିଆପଣ୍ଡାସ୍ଥିତ ଭାରତ ଯୋଗ କେନ୍ଦ୍ର ପରିସରରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ର ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉତ୍ସବ କୁ ଉଦ୍ଘାଟନ କରିଥିଲେ।














