ବାଲିଗୁଡା (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ଅଧୂନସ୍ତ ବେଲଘର ବନାଞ୍ଚଳର ଝିରିପାଣି ସେକ୍ସନରେ କିଛିଦିନ ବ୍ୟବଧାନରେ ପୁଣି ଦେଖୁବାକୁ ମିଳିଛି ଗଜରାଜ ଙ୍କ ଆତଙ୍କ । ଘଟଣାରୁ ପ୍ରକାଶ ଯେ, ମେରଦୀକୂପା ଗ୍ରାମର ଜଣେ ବ୍ୟକ୍ତି ତରୁଣ ପାତ୍ର (୩୭) ଶନିବାର ଏକ ବ୍ୟକ୍ତିଗତ କାର୍ଯ୍ୟ ରେ କାଉଁଗୁଡା ଗ୍ରାମକୁ ଆସିଥିଲେ ସମୟ ପ୍ରାୟ ସନ୍ଧ୍ୟା ୭ଘଣ୍ଟା ହୋଇଥିଲା । ମେରଦୀକୂପ ଠାରୁ କାଉଁଗୁଡା ନିଜ ଶଶୁର ଘରକୁ ଆସୁଥିବା ସମୟରେ ଝିରିପାଣି ପଞ୍ଚାୟତର କୀଡଙ୍ଗା ଗ୍ରାମ ଏକ ପୋଲ ପାଖରେ ହଠାତ ହାତୀ ସହ ମୁହାଁ ମୁହିଁ ହୋଇଥିଲେ ତରୁଣ I














