ପୁରୀ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର) :- ଓଡ଼ିଶା ଦିବସ ଅବସରରେ ପୁରୀ ସେବା ସମିତି ଓ ସଂପର୍କଙ୍କ ସଂଯୁକ୍ତ ପ୍ରୟାସରେ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟ, ପୁରୀ ପ୍ରାଙ୍ଗଣରେ ଏକ ସମ୍ମିଳିତ ସମାଜସେବାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହାର ଅନ୍ତର୍ଗତ ରକ୍ତଦାନ ଶିବିର, ଆୟୁର୍ବେଦିକ ଚିକିତ୍ସା ପରାମର୍ଶ ଶିବିର ଓ ମାଗଣା ଔଷଧ ବଣ୍ଟନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ବେଦ କର୍ମକାଣ୍ଡ ମହାବିଦ୍ୟାଳୟ ଓ ସାମନ୍ତ ଚନ୍ଦ୍ର ଶେଖର ସ୍ୱୟଂଶାସିତ ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା (NSS) ଛାତ୍ରଛାତ୍ରୀମାନେ ସକ୍ରିୟଭାବେ ଯୋଗଦେଇଥିଲେ । ରକ୍ତଦାନ ଶିବିରରେ ମୋଟ ୩୬ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଏହି ଶିବିରଟି ବ୍ଲଡ ବ୍ୟାଙ୍କ ଅଧିକାରୀ ଡାକ୍ତର ଦୀପକ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।

ସୌମେନ୍ଦ୍ର ଦାସ ଓ ଅଭିଷେକ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପଦ୍ମନାଭ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ, ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟର ଅଧିକ୍ଷକ ରଞ୍ଜନ କୁମାର କାସ୍ତ ବିଶିଷ୍ଟ ଅତିଥି ଭାବେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ଶ୍ରୀ ଜଗନ୍ନାଥ ବେଦ କର୍ମକାଣ୍ଡ ମହାବିଦ୍ୟାଳୟର NSS କାର୍ଯ୍ୟକ୍ରମ ଅଧିକାରୀ ଅଭିଜିତ୍ ପଣ୍ଡାଙ୍କ ସହ ଆଶିଷ ଲେଙ୍କା,

ନରେଶ ସାହୁ, ଶୁଭ ପ୍ରସାଦ ଶର୍ମା, ବିଶ୍ୱଜିତ୍ ମିଶ୍ର, ସର୍ବଜିତ୍ ଜେନା, ଶୈଳେଷ ସାହୁ, ଓମ୍ ପ୍ରକାଶ ପ୍ରଧାନ, ବିଶ୍ୱନାଥ ନାୟକ, ମନମୋହନ ସାହୁ, ଆଶିଷ କୁମାର ମଲ୍ଲିକ, ଓମ୍ ପ୍ରକାଶ ମିଶ୍ର, ଲୋକନାଥ ପାତ୍ର, ମୃତୁଞ୍ଜୟ ମିଶ୍ର, ଦିବାକର ନାୟକ, ଦେବଦତ୍ତ ଦାଶ, ସତ୍ୟବ୍ରତ ଧୂପାଳ, ମନୋଜ କୁମାର ତ୍ରିପାଠୀ, ତୁଷାରକାନ୍ତ ତ୍ରିପାଠୀ, ପଙ୍କଜ କୁମାର ଦାଶ ଓ ଅନ୍ୟାନ୍ୟ ଛାତ୍ରଛାତ୍ରୀମାନେ ସକ୍ରିୟ ସହଯୋଗ କରିଥିଲେ ।














