ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ମହସିଙ୍ଗି ରେ ଲକ୍ଷ୍ମୀ ମନ୍ଦିରର ରତ୍ନମୁଦ ଉତ୍ସବ ଓ ଅଷ୍ଟ ପ୍ରହରୀ ନାମ ଯଜ୍ଞ ତିନି ଦିନ ଧରି ଅନୁଷ୍ଠିତ ହେବା ପରେ ମଙ୍ଗଳବାର ଉଦଯାପିତ ହୋଇଯାଇଛି | ମହସିଙ୍ଗ ଗ୍ରାମ୍ୟ କମିଟିର ତତ୍ୱାବଧାନରେ କଳସ ଯାତ୍ରା ସହିତ ତିନି ଦିନ ଧରି ନାମ ଯଜ୍ଞ,

ଅନ୍ନ ଯଜ୍ଞ, ଜ୍ଞାନ ଯଜ୍ଞ, ଗୋ ପୂଜା, ସୂର୍ଯ୍ୟ ପୂଜା ଭଳି ବିଭିନ୍ନ କାର୍ଯ୍ୟକ୍ରମ ଯଥା ରୀତିନୀତୀ ଅନୁଯାୟୀ ଅନୁଷ୍ଠିତ ହୋଇଥିଲା | ମହସିଙ୍ଗି ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ ପାଟ୍ଟଖଣ୍ଡା ଙ୍କ ନିକଟରେ ପୂଜାର୍ଚ୍ଚନା ପରେ ଲକ୍ଷ୍ମୀ ମନ୍ଦିର ଠାରେ ନାମ ଯଜ୍ଞ ସହ ରତ୍ନମୁଦ ଉତ୍ସବ ଆଡମ୍ବର ସହକାରେ ପାଳିତ ହୋଇଥିଲା | ଏଥିରେ ଆଖପାଖ ବିଭିନ୍ନ ଅଞ୍ଚଳ ରୁ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା |















