ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାରଙ୍ଗଗଡ ଥାନା ପାବୁରିଆରେ ଦନ୍ତା ହାତୀ ଆକ୍ରମଣରେ ଜଣେ ଯୁବକ ମୃତ ହୋଇଥିବା ଜଣାପଡିଛି । ତେବେ ସେହିପରି ରାଇକିଆ ବ୍ଲକର ପେଟାପାଙ୍ଗା ଗ୍ରାମପଂଚାୟତ ଡାମ୍ବା ଗ୍ରାମରେ ମଧ୍ୟ ଶୁକ୍ରବାର ରାତ୍ରିରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ଘଟି ଥୂବା ବେଳେ ଆଜି ଶନିବାର ପ୍ରତ୍ୟୁଷରେ ଟିକାବାଲି ବ୍ଲକ ପାବୁରିଆ ଗ୍ରାମପଞ୍ଚାୟତ ତେନ୍ତୁଳୀ ସାହି ଗ୍ରାମର ଜଣେ ଯୁବକଙ୍କ ସିନ୍ଦୁର ପାଙ୍ଗା ଠାରେ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି ।















