ପ୍ରତ୍ୟେକ ବ୍ଲକରୁ ୩ଟି ଲେଖାଏଁ ଗାଁ କୁ ଚୟନ କରି ଆଦର୍ଶ ଗ୍ରାମ ଭାବେ ଗଢ଼ି ତୋଳିବାକୁ ବିଧାୟକଙ୍କ ଘୋଷଣା
ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ କ୍ଷେତ୍ର ବିଧାୟକ ନରସିଂହ ମାଡ଼କାମୀ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବିଧାୟକ ନିର୍ବାଚନମଣ୍ଡଳୀ ବିକାଶ ସମିତି ବୈଠକରେ ଏକ ମହତ୍ତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସେ ମାଲକାନଗିରି, କାଲିମେଳା ଓ ପଡ଼ିଆ– ଏହି ତିନୋଟି ବ୍ଲକରୁ ପ୍ରତ୍ୟେକ ବ୍ଲକରୁ ୩ଟି ଲେଖାଏଁ ଗାଁ ଚୟନ କରି ଆଦର୍ଶ ବା ମଡେଲ୍ ଗ୍ରାମ ଭାବେ ରୂପାନ୍ତରିତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।















