ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ସ୍ଥାନୀୟ ଏଫଏଲସି ସଭା ଗୃହ ଠାରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀଙ୍କ ଆନୁକୂଲ୍ଯରେ କିଶୋରୀ ବାଳିକାଙ୍କୁ ଆଦ୍ବିକା କାର୍ଯ୍ଯକ୍ରମ ଅଧିନରେ ଜିଲ୍ଲା ସ୍ତରୀୟ କୌଶଳ ତାଲିମ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ଯକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନ, ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ, ଗୌରି ନାୟକ ଓ ସୁରକ୍ଷା ଅଧିକାରୀ ଟି. ଜୟା ଲକ୍ଷ୍ମୀ ଉପସ୍ଥିତ ରହି ଏହି କର୍ମଶାଳାର ଶୁଭାରମ୍ଭ କରିଥିଲେ ।















