ପଡିଆ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ମାଲକାନଗିରି ଜିଲ୍ଲା ସୀମାବର୍ତ୍ତୀ ପଡିଆ ବ୍ଲକ ସଦର ମହକୁମାରେ ଥିବା ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବିଶ୍ଵ ରକ୍ତହୀନତା ଦିବସ ପାଳନ କରାଯାଇଛି। ଆଇଟିସି ମିଶନ ସୁନହରାକାଲ ସହଯୋଗରେ ପରିଚାଳିତ ଆଇଜିଡି ଏନଜିଓ ପକ୍ଷ୍ୟରୁ ଆୟୋଯିତ ଏହି କାର୍ଯ୍ୟକ୍ରମରେ ରକ୍ତହୀନତାର ଲକ୍ଷଣ, କାରଣ, ବିବିଧତା ଓ ପ୍ରତିକାର ବାବଦରେ ଫୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି ।















