ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ରାଜ୍ୟ ସରକାରଙ୍କ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ନିର୍ଦେଶକ୍ରମେ ବୋଲଗଡ଼ସ୍ଥିତ ପ୍ରାଥମିକ ସେବା ସମିତି ଲିଃ ଆନୁକୂଲ୍ୟରେ ଓ ସମ୍ପାଦକ ସବ୍ୟସାଚୀ ବେହେରା ଏବଂ ନୋଡାଲ ଅଧିକାରୀ ଦିଲ୍ଲୀପ କୁମାର ରାଉଳଙ୍କ ପ୍ରମୁଖଙ୍କ ମିଳିତ ଆବାହକତ୍ୱରେ ମଙ୍ଗଳ ବାରଦିନ ସେବା ସମବାୟ ସମିତି ପରିସରସରେ ନୂତନ ଧାନ ମଣ୍ଡି ଉଦଘାଟିତ ହୋଇଯାଇଅଛି ! ଏହି କାର୍ଯ୍ୟକ୍ରମରେ ସେବା ସମବାୟ ସମିତିର ସଭାପତି ସୌରାଶୁ ପରିଡାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ତହସିଲଦାର ରାଜକିଶୋର ଜେନା ଓ ସମ୍ମାନିତ ଅତିଥିଭାବେ ବ୍ଲକ କୃଷି ଅଧିକାରୀ ସନ୍ତୋଷ କୁମାର ପରିଡା,

ବ୍ଲକ ଯୋଗାଣ ନିରୀକ୍ଷକ ସିଦ୍ଧାର୍ଥ କୁମାର ସାହୁ, ସମିତିର ନିର୍ଦେଶକ ଆଇନଜୀବୀ ବୀରକିଶୋର ଦାସ, ଲଲାଟେନ୍ଦୁ କେଶରୀ ସିଂହ ପ୍ରମୁଖ ଯୋଗଦେଇ ପୁରୋହିତାଙ୍କ ପୂଜା ଅର୍ଚ୍ଚନା ପରେ ଧାନ ମଣ୍ଡିକୁ ଶୁଭ ଉଦଘାଟନ କରିଥିଲେ ! ବୋଲଗଡ଼ ସେବା ସମବାୟ ସମିତି ଅଧୀନରେ ଧାନ ମଣ୍ଡି ପାଇଁ ସରକାରୀ ପଞ୍ଜିକୃତ କରିଥିବା ୪୬୬ ଜଣ ଚାଷୀମାନେଙ୍କ ମଧ୍ୟରୁ ଆଜି ପ୍ରଥମ ପର୍ଯ୍ୟାୟରେ ୨୮ଜଣ ଚlଷମାନେ ସେମାନଙ୍କର ୨୦୨୫-୨୦୨୬ ଆର୍ଥିକ ବର୍ଷ ଖରିଫ ଧାନ ବିକ୍ରୟ ନିମନ୍ତେ ମଣ୍ଡିକୁ ଆଣିଥିଲେ !














