ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଓଡ଼ିଶା ସରକାର ଙ୍କ ଉଚ୍ଚଶିକ୍ଷା ବିଭାଗ ର ନିର୍ଦ୍ଧେଶ କ୍ରମେ , ମହିଳା ସ୍ନାତକ ମହାବିଦ୍ୟାଳୟ ପରିସର ରେ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ବର୍ଜନ ସଚେତନତା କାର୍ଯକ୍ରମ, ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପୁରୋହିତ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ଛାତ୍ରୀ ମାନଙ୍କ ମଧ୍ୟରେ ଦଳଗତ ଆଲୋଚନା, ପୋଷ୍ଟର ଓ ରଚନା ଲିଖନ ପ୍ରତିଯୋଗିତା ହୋଇଥିଲା।ଅଧ୍ୟକ୍ଷ ପୁରୋହିତ ତାଙ୍କ ବକ୍ତବ୍ୟରେ ପ୍ଲାଷ୍ଟିକ କିପରି ପରିବେଶ କୁ ଦୂଷିତ କରେ ଏବଂ ମନୁଷ୍ୟ ଓ ପ୍ରାଣୀ ଜଗତ ଉପରେ କୁପ୍ରଭାବ ପକାଏ ବିସ୍ତୃତ ଭାବରେ ବୁଝାଇଥିଲେ ଓ ଉପସ୍ଥିତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ,















