• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆନ୍ତର୍ଜାତୀୟ ବାର୍ତା, ସାହିତ୍ୟର ଭବିଷ୍ୟତ ଓ ସଭ୍ୟତାର ସ୍ମୃତି କେଏଲଏଫ ୩ୟ ଦିନ ମଂଚର ମୁଖ୍ୟ ପ୍ରସଙ୍ଗ

Proprietor Abhimanyu Maharana by Proprietor Abhimanyu Maharana
January 11, 2026
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ଆନ୍ତର୍ଜାତୀୟ ବାର୍ତା, ସାହିତ୍ୟର ଭବିଷ୍ୟତ ଓ ସଭ୍ୟତାର ସ୍ମୃତି କେଏଲଏଫ ୩ୟ ଦିନ ମଂଚର ମୁଖ୍ୟ ପ୍ରସଙ୍ଗ
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଦ୍ୱାଦଶ କଳିଙ୍ଗ ସାହିତ୍ୟ ମହୋତ୍ସବ (କେଏଲଏଫ) ୨୦୨୬ର ୩ୟ ଦିନ ବିଚାରଧାରା, ଭାଷା, ସଂସ୍କୃତି ଓ କାହାଣୀର ଏକ ସମୃଦ୍ଧ ସଙ୍ଗମ ଭାବେ ଉନ୍ମୋଚିତ ହୋଇଛି, ଯାହା ଦକ୍ଷିଣ ଏସିଆର ସବୁଠାରୁ ସମାବେଶୀ ଓ ବୌଦ୍ଧିକ ରୂପେ ଉତ୍ସାହପୂର୍ଣ୍ଣ ସାହିତ୍ୟ ମଂଚ ଭାବେ ଏହି ମହୋତ୍ସବର ସ୍ଥାପତ୍ୟକୁ ସୁଦୃଢ କରିଛି । ମେଫେୟାର କନ୍‌ଭେନଶନ ଓ ମେଫେୟାର ଲାଗୁନ, ଭୁବନେଶ୍ୱରରେ ଆୟୋଜିତ ଏହି ମହୋତ୍ସବର ୩ୟ ଦିନ ଭାରତ ଓ ବିଦେଶରୁ ପ୍ରଖ୍ୟାତ ଲେଖକ, ଚିନ୍ତନକାରୀ, ନୀତିନିର୍ମାତା, କଳାକାର, ଐତିହାସିକ, ଚଳଚିତ୍ର ନିର୍ମାତା ଓ କବିମାନଙ୍କୁ ସାହିତ୍ୟ, ସମାଜ ଓ ବିଚାରଧାରାର ଭବିଷ୍ୟତ ସହିତ ଏକ ନିମଜ୍ଜିତ ସମ୍ପୃକ୍ତି ପାଇଁ ଏକାଠି କରିଛି ।

ଏହି ଦିନ ‘ଲାଷ୍ଟିଙ୍ଗ ଲିଗାସି ଅଫ୍ ଏ ସ୍କୁଲ ଟିଚର’ ଭଳି ପ୍ରତିଫଳିତ ଓ ଗଭୀର ଭାବେ ମର୍ମସ୍ପର୍ଶୀ ଅଧିବେଶନଗୁଡିକ ସହ ଆରମ୍ଭ ହୋଇଥିଲା, ଯେଉଁଥିରେ ପି.କେ ଦାସ, ପ୍ରଫେସର ଅଭିରାମ ବିଶ୍ୱାଳ, ପ୍ରଫେସର କିଶୋର ବାସା, ପ୍ରଫେସର ଜତିନ କୁମାର ନାୟକ ଓ ଜୁଗଳ କେ. ଦାସ ଆଦି ସାମିଲ ଥିଲେ, ସେମାନେ ପିଢିଗୁଡିକୁ ନୂଆ ରୂପ ଦେବା ପାଇଁ ଶିକ୍ଷାବିତଙ୍କ ପରିବର୍ତନଶୀଳ ଭୂମିକାକୁ ପାଳନ କରିଥବଲେ । ସମାନ ରୂପେ ପୂର୍ବତନ ଆଇପିଏସ ଅଫିସର ଓ ବେଷ୍ଟସେଲିଂ ଅଥର ଅମିତ ଲୋଧା , ଲଳିତ କୁମାରଙ୍କ ସହ ବାର୍ତାଳାପରେ ‘ଲାଇଫ ଆଣ୍ଡ ଲିଟରେଚର ଇନ ଖାତ୍କ’ ପ୍ରସଙ୍ଗ ଉପରେ ମତବ୍ୟକ୍ତ କରିଥିଲେ, ଯାହା ନୈତିକତା, ପ୍ରଶାସନ ଓ ନିଜ ଅଭିଜ୍ଞତାରୁ କାହାଣୀ ବର୍ଣ୍ଣନ ଉପରେ ଅନ୍ତର୍ଦୃଷ୍ଟି ପ୍ରଦାନ କରିଥିଲା ।

ଗୀତ ଚତୁର୍ବେଦୀ ଓ ୟଶ୍ ମାଲ୍‌ବିୟ (ୟୁନିଶ ଖାନଙ୍କ ଦ୍ୱାରା ସଂଯୋଜିତ)ଙ୍କ ସହ ‘ହିନ୍ଦୀ କବିତା କୀ ଭାଓ ଭୂମି’ ଏବଂ ଆର୍ଟିଫିସିଆଲ ଇଂଟେଲିଜେନ୍ସ ଯୁଗରେ ସୃଜନଶୀଳତାକୁ ପରୀକ୍ଷଣ କରିଥିବା ବର୍ଷାଳି ଭଟ୍ଟାଚାର୍ଯ୍ୟ, ସୋନାଲି ପ୍ରସାଦ ଓ ବନ୍ଦନା ବାସୁଦେବନଙ୍କ ‘ଷ୍ଟୋରିଜ ଇନ ଦ ଟାଇମ ଅଫ ଏଆଇ: ଦ ଫ୍ୟୁଚର ଅଫ୍ ଲିଟରେଚର’ ଭଳି ଅଧିବେଶନଗୁଡିକରେ ସାହିତ୍ୟିକ ପରମ୍ପରା ଓ ଆଧୁନିକ ସ୍ୱରଗୁଡିକ ପ୍ରତିଧ୍ୱନିତ୍ୱ ହୋଇଥିଲା ।

ବହୁଭାଷୀୟ ଓ ପାରସ୍ପରିକ ସାଂସ୍କୃତିକ ଆଦାନପ୍ରଦାନ ୩ୟ ଦିନର ମୁଖ୍ୟ କେନ୍ଦ୍ରବିନ୍ଦୁ ଥିଲା । କନିଷ୍କା ଗୁପ୍ତାଙ୍କ ସହ ବାର୍ତାଳାପରେ ଦୀପା ଭାସ୍ଥି ‘ବ୍ରିଜିଙ୍ଗ ଲାଙ୍ଗୁଏଜେସ: ରାଇଟିଂ ଫର ଦ ୱାର୍ଲ୍ଡ’ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ, ସେହିପରି ‘ଗ୍ଲୋବାଲାଇଜେଶନ ଅଫ୍ ନେପାଳି ଲିଟ୍‌ରେଚର’ ଭଳି ଅଧିବେଶନଗୁଡିକ ଧୀରେନ୍ଦ୍ର ପ୍ରେମ୍‌ରିଷିଙ୍କ ସଂଯୋଜନାରେ ରଞ୍ଜନା ନିରୌଲା, ରୋହିଣୀ ରାଣା, ରୁପା ଝା, ସୁମନ ବର୍ଷା ଓ ବିରାଟ ଅନୁପମଙ୍କୁ ଏକାଠି କରିଥିଲା । ଏକ ଗୁରୁତ୍ୱପୂର୍ଣ୍ଣ ଆନ୍ତର୍ଜାତୀୟ ହାଇଲାଇଟ ଥିଲା ‘ଶ୍ରୀଲଙ୍କା ଆଣ୍ଡ କଳିଙ୍ଗ: ଏ ସେୟାର୍‌ଡ ହେରିଟେଜ’, ଯେଉଁଥିରେ ଜତିନ ନାୟକ ଓ ପ୍ରବୀର ପଟ୍ଟନାୟକଙ୍କ ସହ ଆଲୋଚନାରେ ଡଃ ଉପାଲି ପନ୍ନିଲାଜେ ଆଲୋଚନା କରିଥିଲେ, ଯାହା ଶତାବ୍ଦୀ ପୁରୁଣା ସଭ୍ୟତା ଓ ସାଂସ୍କୃତିକ ସହଭାଗିତାକୁ ରେଖାଙ୍କିତ କରିଛି ।

ଡେଜି ରକ୍‌ୱେଲ, ଦୀପା ଭାସ୍ଥି ଓ ଲକ୍ଷ୍ମୀ ପୁରୀଙ୍କ ସହ ‘ୱର୍ଡସ ୱିଦଆଉଟ ୱାଲ୍‌ସ: ୱମେନ, କଲ୍‌ଚର ଆଣ୍ଡ ଦ ୱାର୍ଲ୍ଡ ଥ୍ରୋ ଦେୟାର ଷ୍ଟୋରିଜ’ ଭଳି ସେଶନଗୁଡିକ ମହିଳାଙ୍କ ସ୍ୱର ଓ କାହାଣୀକୁ ଶକ୍ତିଶାଳୀ ଭାବରେ ଉପସ୍ଥାପନ କରିଥିବା ବେଳେ ‘ଉତ୍କଳିକା: ଓଡିଆ କଥା କା ସ୍ତ୍ରୀ ସ୍ୱର’ ସରୋଜିନି ସାହୁ, ଜୟନ୍ତୀ ରଥ, ପରମିତା ଶତପଥୀ ଆଦି ବିଶିଷ୍ଟ ଓଡିଆ ମହିଳା ଲେଖିକାମାନଙ୍କୁ ଏକାଠି କରିଥିଲା । ସେହିପରି ‘ୱମେନ ପ୍ରୋଟାଗୋନିଷ୍ଟସ୍‌: ରିଥିଙ୍କିଙ୍ଗ ଇଣ୍ଡିଆନ ଲିଟ୍‌ରେଚର’ ଅଧିବେଶନରେ କୋରାଲ ଦାସଗୁପ୍ତା, ମୋନାଲିସା ଜେନା ଓ ସ୍ୱାତି ପାଣ୍ଡେ ଆଦି ଅଂଶଗ୍ରହଣ କରିଥିଲେ ।

ଡଃ ରାଜିବ କୁମାରଙ୍କ ସହିତ ‘ଏଭ୍ରିଥିଙ୍ଗ ଅଲ୍ ଆଟ ୱାନ୍‌ସ: ଇଣ୍ଡିଆ ଆଣ୍ଡ ଦ ସିକ୍ସ ସିମୁଲ୍‌ଟାନିଅସ ଗ୍ଲୋବାଲ ଟ୍ରାଞ୍ଜିଶନ’, ପୁଜା ରେ, ତନୟା ପଟ୍ଟନାୟକ, ସୋଫିଆ ଫିର୍‌ଦୌସ ଓ ସ୍ୱାତି ପାଣ୍ଡେ ସାମିଲ ଥିବା ‘ସି ଲିଡ୍‌ସ’ ଏବଂ ରଞ୍ଜିତ ହସ୍‌କୋଟେ, କୁଳଧର ସାଇକିଆ, କେ.କେ. ଗୋପାଳକ୍ରିଷ୍ଣନ ଓ ଜୟପ୍ରକାଶ ପାଣ୍ଡେଙ୍କ ସହ ‘ବିଲ୍ଡିଙ୍ଗ କଲ୍‌ଚରାଲ ଇନ୍‌ଷ୍ଟିଚ୍ୟୁଶନ୍ସ: ମେମୋରୀ, ମିନିଙ୍ଗ ଆଣ୍ଡ ମଡର୍ଣ୍ଣିଟି’ ଆଦି ପ୍ରସଙ୍ଗଗୁଡିକ ଉପରେ ଚିନ୍ତା ଉଦ୍ରେକକାରୀ ବାର୍ତାଗୁଡିକରେ ସାର୍ବଜନିନ ନୀତି, ଆନ୍ତର୍ଜାତୀୟ ରୂପାନ୍ତରଣ ଓ ସାମାଜିକ ପରିବର୍ତନ ଉପରେ ଆଲୋଚନା କରାଯାଇଥିଲା ।

ସୁଧୀର ମିଶ୍ରାଙ୍କ ସହ ‘ଦ ଫିଲ୍ମମେକର ଆଜ ପବ୍ଲିକ ଇଂଟେଲେକ୍‌ଚୁଆଲ’, ଚିତ୍ରା ସୁବ୍ରମଣ୍ୟମ, ତନୟା ପଟ୍ଟନାୟକ ଓ ବିରାଟ ଅନୁପମଙ୍କ ସହ ‘ନ୍ୟୁଜରୁମ୍‌ସ ଟୁ ନ୍ୟାରେଟିଭ୍‌ସ’ ଏବଂ ନୀଳମାଧବ ପଣ୍ଡା ଓ ସବ୍ୟସାଚୀ ମହାପାତ୍ରଙ୍କ ସହିତ ‘ସିନେମା ୱିଥ ଏ ପର୍‌ପୋଜ: ଫିଲ୍ମସ ଦ୍ୟାଟ ସେପ୍ ଚେଞ୍ଜ’ ଭଳି ଅଧିବେଶନଗୁଡିକରେ ସିନେମା, ମିଡିଆ ଓ ଆଧୁନିକ ଷ୍ଟୋରୀଟେଲିଙ୍ଗ ଅଭିବ୍ୟକ୍ତି ହାସଲ କରିଥିଲା ।

ଏହି ସନ୍ଧ୍ୟା ହୃଦୟସ୍ପର୍ଶୀ କବିତା ଓ ଦର୍ଶକଙ୍କ କରତାଳି ସହ ଜୀବନ୍ତ ହୋଇଉଠିଥିଲା କାରଣ ମଂଚରେ ଆଝାର ଇକ୍‌ବାଲ, ମଦନ ମୋହନ ଡାନିସ, ମୁମ୍‌ତାଜ ନସିମ, ରଶ୍ମୀ ସବା ଓ ଶକିଲ ଆଜ୍‌ମିଙ୍କ ଭଳି ପ୍ରସିଦ୍ଧ ସଙ୍ଗୀତ ମହାରଥୀମାନେ ଏକ ସ୍ୱତନ୍ତ୍ର ହିନ୍ଦୀ ମୁସାୟରା ପାଇଁ ମଂଚରେ ଉପସ୍ଥିତ ହୋଇଥିଲେ ।

ଏହି ସନ୍ଧ୍ୟା କବିତା, ସଙ୍ଗୀତ ଓ ପ୍ରଦର୍ଶନଗୁଡିକ ମାଧ୍ୟମରେ ସାଂସ୍କୃତିକ ଗଭୀରତା ସହ ପ୍ରତିଧ୍ୱନିତ୍ୱ ହୋଇଥିଲା, ଯେଉଁଥିରେ ଆଝାର ଇକ୍‌ବାଲ, ମଦନ ମୋହନ ଡାନିସ, ମୁମ୍‌ତାଜ ନସିମ, ରଶ୍ମୀ ସବା ଓ ଶକିଲ ଆଜ୍‌ମିଙ୍କ ମୁସାୟରା ଅନ୍ତର୍ଭୁକ୍ତ ଥିଲା । ଏଥିସହିତ ଏକାଧିକ ବହୁଭାଷୀୟ କବିତା ଅଧିବେଶନର ଆୟୋଜନ ମଧ୍ୟ ହୋଇଥିଲା ଯାହା ଭାରତ ଓ ଦକ୍ଷିଣ ଏସିଆର ବିବିଧ ସାହିତ୍ୟିକ ଆତ୍ମାକୁ ପ୍ରତିଫଳନ କରିଥିଲା ।

୩ୟ ଦିନର ମହତ୍ୱ ଉପରେ ମତବ୍ୟକ୍ତ କରି କେଏଲଏଫର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ରଶ୍ମୀ ରଞ୍ଜନ ପରିଡା କହିଛନ୍ତି, “କେଏଲ୍‌ଏଫ ୨୦୨୬ର ୩ୟ ଦିନ ବାସ୍ତବରେ ଏହି ମହୋତ୍ସବର ଅର୍ଥକୁ ପ୍ରତିପାଦନ କରିଛ, ଯାହା ହେଉଛି ସୀମା ବିନା ବାର୍ତା, ଭାଷାଗତ ବିବିଧତା ପାଇଁ ସମ୍ମାନ ଏବଂ ଉଭୟ ପରମ୍ପରା ଓ ଭବିଷ୍ୟତ ସହ ଜଡିତ ହେବାର ସାହସ । ପ୍ରାୟ ୭୦ରୁ ଅଧିକ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଅଧିବେଶନଗୁଡିକୁ ଗତ ଦୁଇ ଦିନରେ ଆୟୋଜନ କରାଯାଇଛି । ଏହି ସେଶନଗୁଡିକ କେବଳ ସାହିତ୍ୟିକ ନୁହେଁ ବରଂ ଗଭୀର ଭାବେ ସଭ୍ୟତାଗତ ଅଟେ ।”

କେଏଲ୍‌ଏଫର ପୃଷ୍ଠପୋଷକ ଓ ସିଇଓ ଅଶୋକ କୁମାର ବଳ କହିଛନ୍ତି, “କଳିଙ୍ଗ ସାହିତ୍ୟ ମହୋତ୍ସବ ସବୁବେଳେ ବିଚାରଧାରା, ସଂସ୍କୃତି ଓ ପିଢିର ଏକ ମିଳନସ୍ଥଳରେ ପରିଣତ ହେବା ପାଇଁ ଲକ୍ଷ୍ୟ ରଖିଆସିଛି । ୩ୟ ଦିନନରେ ଅଧିବେଶନ ଓ ସ୍ୱରଗୁଡିକର ଏହି ଅସାଧାରଣ ଶୃଙ୍ଖଳା ସାହିତ୍ୟ କିଭଳି ଲୋକମାନଙ୍କ ଚିନ୍ତାଧାରା, ସାମାଜିକ ଚେତନା ଓ ଆମର ସାମୂହିକ ପରିକଳ୍ପନାକୁ ରୂପ ଦେବା ଜାରି ରଖିଛି ତାହାକୁ ପ୍ରଦର୍ଶିତ କରିଥିଲା ।”

ସାହିତ୍ୟ, ନୀତି, ସଂସ୍କୃତି ଓ ସୃଜନଶୀଳତାର ଏହାର ସହଜ ମିଶ୍ରଣ ସହିତ କେଏଲ୍‌ଏଫ ୨୦୨୬ର ୩ୟ ଦିନ ସମାବେଶୀ ଆଲୋଚନା ଓ ବୌଦ୍ଧିକ ଆଦାନପ୍ରଦାନକୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ଏହି ମହୋତ୍ସବର ଭୂମିକାର ଏକ ଶକ୍ତିଶାଳୀ ପ୍ରମାଣ ଭାବେ ଉଭା ହୋଇଛି । ବିଶ୍ୱବ୍ୟାପୀ କାହାଣୀ, ବିଚାରଧାରା ଓ ସ୍ୱରଗୁଡିକୁ ପାଳନ କରୁଥିବା ଅଧିକ ଅଧିବେଶନ ସହିତ ଏହି ମହୋତ୍ସବ ଆସନ୍ତା ଜାନୁଆରୀ ୧୧ ତାରିଖ, ୨୦୨୬ ପର୍ଯ୍ୟନ୍ତ ଜାରି ରହିବ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
“ଚିନ୍ମୟ ମିଶନ ପକ୍ଷରୁ ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମ”

“ଚିନ୍ମୟ ମିଶନ ପକ୍ଷରୁ ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମ”

June 29, 2026
ମହୀତମା ପୀଠରେ ମହାମିଳନ : ଏକାଠି ହେଲା ନଅ ରାଜ୍ୟ ଗୋପଗୋପାଳ ସମାଜ

ମହୀତମା ପୀଠରେ ମହାମିଳନ : ଏକାଠି ହେଲା ନଅ ରାଜ୍ୟ ଗୋପଗୋପାଳ ସମାଜ

June 28, 2026
ସମଲେଶ୍ୱରୀ ପୀଠରେ “ସାତବହନୀ” ଭଜନ ସନ୍ଧ୍ୟା : ଲୋକଗୀତ ଓ ଲୋକବାଦ୍ୟର ଅପୂର୍ବ ସମ୍ମିଶ୍ରଣ

ସମଲେଶ୍ୱରୀ ପୀଠରେ “ସାତବହନୀ” ଭଜନ ସନ୍ଧ୍ୟା : ଲୋକଗୀତ ଓ ଲୋକବାଦ୍ୟର ଅପୂର୍ବ ସମ୍ମିଶ୍ରଣ

June 28, 2026
ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

June 28, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

“ଚିନ୍ମୟ ମିଶନ ପକ୍ଷରୁ ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମ”

“ଚିନ୍ମୟ ମିଶନ ପକ୍ଷରୁ ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମ”

June 29, 2026
ମହୀତମା ପୀଠରେ ମହାମିଳନ : ଏକାଠି ହେଲା ନଅ ରାଜ୍ୟ ଗୋପଗୋପାଳ ସମାଜ

ମହୀତମା ପୀଠରେ ମହାମିଳନ : ଏକାଠି ହେଲା ନଅ ରାଜ୍ୟ ଗୋପଗୋପାଳ ସମାଜ

June 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version