No Result
View All Result
ସ୍କୁଲ ଆସୁ ନ ଥିବା ଛାତ୍ରଙ୍କୁ ପୁନଃ ପାଠପଢ଼ାଇଲେ
ନୂଆଗାଁ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦେଶକ୍ରମେ ଓ ସଚିବ ଅଞ୍ଜଳି ମଛଖଣ୍ଡଙ୍କ ତତ୍ୱାବଧାନରେ ଗୁରୁବାର ଦିନ ଏକ ଟିମ ଗଠନ କରି ନୂଆଗାଁ ବ୍ଲକ ଦୁରୁଦୁରା ପଞ୍ଚାୟତ ଅନ୍ତର୍ଗତ ଶ୍ରୀବନ୍ତଦେଇପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର କିଛି ଛାତ୍ର ସ୍କୁଲ ଆସୁ ନ ଥିବାରୁ ସେମାନଙ୍କୁ ସ୍କୁଲରେ ପୁନଃ ଅଧ୍ୟୟନ କରିବା ପାଇଁ ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧିକାରୀମାନେ ଅଭିଭାବକ ଓ ଛାତ୍ରମାନଙ୍କୁ ପଠା ପଢିବାକୁ ଉତ୍ସାହିତ କରିଥିଲେ !

ଶିକ୍ଷା ଦେଶ ଗଠନ ବିକାଶର ଚାବି କାଠି ବୋଲି ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣା ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ! ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧିକାରୀ ମିତ୍ର ବିଷ୍ଣୁ ଚରଣ ପଟ୍ଟନାୟକ, ପ୍ରକାଶ ଦଳେଇ, ଜ୍ୟୋସ୍ନାରାଣୀ ନାଥ, ଅନୁପମା ରାଉତ, ରୋନିତ ଦଳେଇ, ସୁରେନ୍ଦ୍ର ନାୟକ, ଏସ ଇପ୍ସିତା ଦେବଦର୍ଶିନୀଙ୍କ ପ୍ରମୁଖଙ୍କ ମାଧ୍ୟମରେ ନୂଆପଲ୍ଲୀର ଅଷ୍ଟମ ଶ୍ରେଣୀର ଛାତ୍ର ରାନୁ ନାୟକ, ରବୀନ୍ଦ୍ର ନାହାକ ଓ କରଡ଼ାପଲ୍ଲୀର ସିଲୁ ମହାପାତ୍ର ପ୍ରମୁଖ ଛାତ୍ରମାନଙ୍କୁ ବହୁ ବୁଝା ସୁଝା କରିଵା ସହିତ ତାଙ୍କ ପରିବାରରେ ବୁଝାଇ ଶ୍ରୀବନ୍ତଦେଇପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ପିଲାମାନଙ୍କର ଉଜ୍ବଳ ଭବିଷ୍ୟତ ଗଠନ ପାଇଁ ପାଠ ପଢିବାକୁ ସେମାନଙ୍କୁ ନିଆଯାଇଥିଲା ! ଏହି ତିନି ଜଣ ଅଷ୍ଟମ ଶ୍ରେଣୀ ଛାତ୍ରମାନେ ସବୁଦିନ ସ୍କୁଲକୁ ଆସି ପଠା ପଢି ଭବିଷ୍ୟତରେ ବଡ଼ ମଣିଷ ହେବୁ ବିଦ୍ୟାଳୟର ନାମ ରଖିବୁ ବୋଲି ସ୍କୁଲ ଶିକ୍ଷକ ଓ ମିତ୍ର ଅଧିକାରୀମାନଙ୍କୁ କଥା ଦେଇ ଶପଥ କରିଥିଲେ ! ସଭିଏଁ ପଢନ୍ତୁ, ସଭିଏଁ ବଢ଼ନ୍ତୁ ବୋଲି ସମସ୍ତ ମିତ୍ର ଅଧିକାରୀମାନେ ମତ ରଖିଥିଲେ ! ଶ୍ରୀବନ୍ତଦେଇପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଓ ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧିକାରୀ ମିତ୍ରମାନଙ୍କର ଏଭଳି ଜନ କଲ୍ୟାଣକାରୀ କାର୍ଯ୍ୟକୁ ନୂଆଗାଁ ବ୍ଲକ ଅଞ୍ଚଳବାସୀମାନେ ଉଚ୍ଚ ପ୍ରଶଂସା କରିଛନ୍ତି !
No Result
View All Result