No Result
View All Result
ଚିଲିକା (ଓଡ଼ିଶା ତାଜା ନ୍ୟୁଜ୍) :- ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ , ଚିଲିକା ବ୍ଲକ ସ୍ତରୀୟ ୪୨ତମ ଶିଶୁ ମେଳା ଦଣ୍ଡ ପାଣି ପଟ୍ଟନାୟକ ଉଚ୍ଚ ବିଦ୍ୟାଳୟ, ଅଁଳା ଡିହ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉଦ୍ ଘାଟନୀ ସଭାରେ ପ୍ରାକ୍ତନ ଚିଲିକା ବିଧାୟକ ଡାକ୍ତର ବିଭୂତି ଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ଜଗନ୍ନାଥ ଙ୍କ ବିଗ୍ରହ ରେ ପୁଷ୍ପ ମାଲ୍ୟ ପ୍ରଦାନ ଏବଂ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ଵକ କାର୍ଯ୍ୟ କ୍ରମକୁ ଉଦ୍ ଘାଟନ କରିଥିଲେ ।

ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ, ଚିଲିକା ବ୍ଲକ୍ ର ସଭାପତି ବିଜୟ କୁମାର ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ବକ୍ତା, ସମ୍ମାନିତ ଅତିଥି ଭାବେ ଭାବେ ପ୍ରଫେସର ଗଙ୍ଗାଧର ପ୍ରଧାନ, ସମ୍ମାନିତ ଅତିଥି ଭାବେ ଦଣ୍ଡପାଣି ପଟ୍ଟନାୟକ ଉଚ୍ଚ ବିଦ୍ୟାଳୟ ର ପ୍ରାକ୍ତନ ପ୍ରତିଷ୍ଠାତା ସଭ୍ୟ ସୁରେନ୍ଦ୍ର ନାଥ ଦାସ, ସାମ୍ବାଦିକ ପ୍ରଦୋଷ କୁମାର ଦାସ, ନାଟ୍ୟକାର ଭିକାରୀ ଚରଣ ପ୍ରଧାନ, ସଙ୍ଗୀତଜ୍ଞ ଅଜିତ ମିଶ୍ର , ସଙ୍ଗୀତଜ୍ଞ ଗୈ।ରାଙ୍ଗ ଚରଣ ମୁଦୁଲି,ଓଡ଼ିଶୀ ନୃତ୍ୟ ଗୁରୁ ସନ୍ଧ୍ୟା ରାଣୀ ମହାପାତ୍ର, ସଙ୍ଗୀତ ଗୁରୁ ବିଷ୍ଣୁ ପ୍ରିୟା ବାରିକ,
ସାମ୍ବାଦିକ ଅଖିଳ କୁମାର ପଲେଇ,ସୁଧୀର କୁମାର ବେହେରା, ପ୍ରଧାନ ଶିକ୍ଷକ ମ୍ରୃତ୍ୟୁ ଞ୍ଜୟ ରଥ ପ୍ରମୁଖ ଯୋଗଦେଇ ଓଷ୍ଟା ଶିଶୁ ମେଳା ର ଇତିହାସ ଓ ଆଭିମୁଖ୍ୟ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଉଦ୍ ଵୋଧନ ଦେଇ ବିଭିନ୍ନ ସ୍ରୃଜନାତ୍ମକ ରୁଚି ରେ ଅଗ୍ରଣୀ ହେବାକୁ ଆହ୍ବାନ ଦେଇଥିଲେ। ଓଷ୍ଟା ଚିଲିକା ବ୍ଲକ ଶାଖା ର ସମ୍ପାଦକ କୁନା ମହତ୍ତ୍ୱ ଅତିଥି ମାନଙ୍କ ର ପରିଚୟ ପ୍ରଦାନ ପୂର୍ବକ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ ।

ଏହା ପରେ ଛାତ୍ରଛାତ୍ରୀ ମାନଙ୍କ ପ୍ରତିଭା ଚୟନ କାର୍ଯ୍ୟକ୍ରମ ରେ ଅଭିଜ୍ଞ ବିଚାରକ ମଣ୍ଡଳୀ ମାନଙ୍କ ଦ୍ଵାରା ବିଭିନ୍ନ ସ୍ରୃଜନାତ୍ମକ ପ୍ରତିଯୋଗିତା କରାଯାଇ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା କୁ ଉନ୍ନୀତ ପ୍ରତିଯୋଗୀ ମାନଙ୍କୁ ଚୟନ କରାଯାଇଥିଲା । ଉଦ୍ ଯାପନୀ ତଥା ପୁରସ୍କାର ବିବରଣୀ ସଭାରେ ମୁଖ୍ୟ ଅତିଥି ଭାବେ ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ବେହେରା, ମୁଖ୍ୟ ବକ୍ତା ଭାବେ ଓଷ୍ଟା ର ପ୍ରାକ୍ତନ ରାଜ୍ୟ ସଭାପତି ପଦ୍ମନାଭ ବିଶ୍ବାଳ, ଖୋର୍ଦ୍ଧା ଜିଲ୍ଲା ଉପଦେଷ୍ଟା ସନ୍ତୋଷ କୁମାର କର,
ଚିଲିକା ମଣ୍ଡଳ ଶିକ୍ଷା ଅଧିକାରୀ ଦ୍ବାରିକା ନାଥ ବେହେରା ଏବିଇଓ ଗଗନ ବିହାରୀ ବେହେରା,ହାଟ ଵରଡିହ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଦ୍ୟୁମ୍ନ କୁମାର ପରିଡ଼ା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଦ୍ରୃଢ ମନୋବଳ ନେଇ ଆଗେଇ ଯିବାକୁ ଉଦ୍ ବୋଧନ ଦେବା ସହ କ୍ରୃତୀ ପ୍ରତି ଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । ପରିଶେଷରେ ଚିଲିକା ବ୍ଲକ ଓଷ୍ଟା ର ସମ୍ପାଦକ କୁନା ମହତ୍ତ୍ୱ ଧନ୍ୟବାଦ ପ୍ରଦାନ କରିଥିଲେ ।

No Result
View All Result