No Result
View All Result
ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ବଲାଙ୍ଗୀର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଦ୍ୱାରା ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟରେ ଉଭୟ ତୁରେକେଲା ଓ ବେଲପଡା ବ୍ଳକର ଜୁନିୟର ରେଡକ୍ରସ ପରାମର୍ଶଦାତା ମାନଙ୍କୁ ନେଇ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ସର୍ବ ପ୍ରଥମେ ତୁରେକେଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୌତମ ପଟେଲ ପତାକା ଉତ୍ତୋଳନ କରିଥିଲେ ।

ଉଦଘାଟନୀ ସଭାରେ ପ୍ରଧାନ ଶିକ୍ଷୟିତ୍ରୀ ନିହାରିକା ନାଗ ସଭାପତିତ୍ୱ କରିଥିବା ବେଳେ ତୁରେକେଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୌତମ ପଟେଲ,ମୁଖ୍ୟ ଅତିଥି, ଜୁନିୟର ରେଡକ୍ରସ ପରାମର୍ଶଦାତା ତଥା ରକ୍ଷକ ବିରଞ୍ଚି ନାରାୟଣ ଦାଶ, ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।

ସାଧନକର୍ମୀ ଭାବରେ ଘନଶ୍ୟାମ ମେହେର, ଚିତ୍ତ ରଞ୍ଜନ ପଣ୍ଡା, ଅରବିନ୍ଦ କୁମ୍ଭାର ଯୋଗ ଦେଇଥିଲେ।ତୁରେକେଲା ବ୍ଳକ ସଂଯୋଜକ ରାଜେନ୍ଦ୍ର ଦୋରା ସଭା ପରିଚାଳନା ଓ ବେଲପଡା ବ୍ଳକ ସଂଯୋଜକ ଧରଣୀଧର ରଣା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କର୍ମଶାଳାରେ ଉଭୟ ବ୍ଳକରୁ ଚାଳିଶ ଜଣ ଜୁନିୟର ରେଡକ୍ରସ ପରାମର୍ଶ ଦାତା ଯୋଗ ଦେଇଥିଲେ।ସାଧନକର୍ମୀମାନେ ପ୍ରାଥମିକ ଚିକିତ୍ସା,

ସାପ କାମୁଡା, ଡିଜାଷ୍ଟର ମେନେଜମେଣ୍ଟ,ଏଚଆଇଭି ଏଡସ,ରକ୍ତସ୍ରାବ,ହାଡ ଭଙ୍ଗା,ହୃଦଘାତ,ଗୁଡ ସମରିଟାନ ଉପରେ ଆଲୋଚନା କରିବା ସହିତ ଡେମୋ ମାଧ୍ୟମରେ ତାଲିମ ପ୍ରଦାନ କରିଥିଲେ । ଏଥିରେ ଅବିନାଶ ମାଝୀ,ଶରତ କୁମାର ଦାଶ, ରାଜେନ୍ଦ୍ର ଧରୁଆ,ନାରାୟଣ ବିଭାର,ଧନେଶ୍ବର ମେହେର ,ରାଜେଶ କୁମାର ସିଂଦେଓ ସହଯୋଗ କରିଥିଲେ ।

No Result
View All Result