କଟକ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- କଟକ ସଦର ନିକଟ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁରସ୍ଥିତ ଓମଫେଡ ପ୍ରଶିକ୍ଷଣ କେନ୍ଦ୍ରରେ ବିଶ୍ଵ ଦୁଗ୍ଧ ଦିବସ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ଉପନିର୍ଦେଶକ ଅନ୍ତର୍ଯ୍ୟାମୀ ଖଟୁଆଙ୍କ ପୁରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ସୁଶାନ୍ତ ନାୟକ, ପଶୁପାଳନ ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଡାଃ ଗିରିଧାରୀ ଭୋଇ , ଏବଂ ନ୍ୟାସନାଲ ଡାଇରି ଡେଭଲପମେଣ୍ଟ ବୋର୍ଡର ଦକ୍ଷିଣ କ୍ଷେତ୍ର ପରିଚାଳକ ଡାକ୍ତର ଏ ସ୍ ହରିଶଙ୍କର , ଡାକ୍ତର ଅନ୍ତରଯ୍ୟାମି ଖଟୁଆ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମକୁ ଓମ୍ ଫେଡ ଟ୍ରେନିଙ୍ଗି ଆଣ୍ଡ ଡେଭଲପମେଣ୍ଟ ସେଣ୍ଟର ପରିଚାଳିକା ହରପ୍ରିୟା ଦାଶଙ୍କ ସମେତ ଅନ୍ୟ କର୍ମଚାରିମାନେ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ କଣ୍ଟାପଡ଼ା, ନିଆଳି, କଟକ ସଦର, ବାରଙ୍ଗ, ବଡମ୍ବା ଏବଂ ନିଶ୍ଚିନ୍ତକୋଇଲି ଆଦି ବିଭିନ୍ନ ଅଞ୍ଚଳର ୧୦ ଜଣ ଗୋ ଚାଷୀଙ୍କୁ ଦୁଇଟି କରି ୨୦ ଟି ଶଙ୍କରଜାତୀୟ ଜର୍ସି ଗାଈ ବଣ୍ଟନ କରାଯାଇଥିଲା । ଗାଈ ଗୁଡ଼ିକୁ ଚାଷୀମାନେ ପାଇବା ପରେ ପ୍ରକୃତରେ ୭୦ :/ ସବସିଡି ଦେଉଛନ୍ତି କି ନାହିଁ ଚାଷୀଙ୍କ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଖାଲି ସେତିକି ନୁହେଁ ଗାଈ ଗୁଡ଼ିକ ରହିବା ପାଇଁ ଗୁହାଳ ବାବଦରେ ସରକାରଙ୍କ ପକ୍ଷରୁ ୩୫ ହଜାର ଟଙ୍କା ଯୋଗାଇ ଦେବାକୁ କୁହାଯାଇଛି । ଉକ୍ତ ଯୋଜନା ମାଧ୍ଯମରେ ଚାଷୀ ମାନଙ୍କୁ ରାଜ୍ୟ ବାହାରୁ ଯାଇ ଗାଈ ଆଣିବାକୁ ପଡିଥାଏ ଯାହା ଦ୍ୱାରା ଚାଷୀ ମାନେ ଅଯଥା ଖର୍ଚ୍ଚାନ୍ତ ହେବା ସହ ନାନାଦି ଅସୁବିଧା ର ସମ୍ମୁଖିନ ହୋଇ ଆସୁଥିଲେ। ରାଜ୍ୟ ସରକାର ଏହାକୁ ଦୃଷ୍ଟିରେ ରଖି ଫୁଲନଖରା ସ୍ଥିତ ଓମଫେଡ ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଥମେ ଗାଈ ମାନଙ୍କୁ ଅଣାଯାଇ ସେଠାରେ ରଖାଯିବା,
ତତ୍ ପରେ ହିତାଧିକାରୀ ମାନେ ସେଠାକୁ ଯାଇ ଗାଈ ମାନଙ୍କୁ ବୁଲି ଦେଖିବା ସହ ଗୁଣବତ୍ତା ହିସାବରେ ବିଚାର କରି ନେବେ। କାମଧେନୁ ଯୋଜନା ଚାଷୀଙ୍କୁ ସ୍ଥାୟୀ ଆୟ, କମ ନିବେଶ, ଅଧିକ ଉତ୍ପାଦନ ଓ ନିଶ୍ଚିତ ଲାଭ ଦେଇ ଆର୍ଥିକ ଭାବେ ସୁବଳ କରିବ ବୋଲି ଉପସ୍ଥିତ ଅତିଥି ମାନେ ମତ ପ୍ରକାଶ କରିଛନ୍ତି। ଉପସ୍ଥିତ ଚାଷୀ, ହିତାଧିକାରୀ ବେଶ ଖୁସି ହେବା ସହ ରାଜ୍ୟ ସରକାରଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି ।














