• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳ ଦ୍ୱାରା “ବନ୍ଦେ ମାତରମ୍” ର ୧୫୦ ବର୍ଷ ପୂର୍ତ୍ତି ପାଳନ

Proprietor Abhimanyu Maharana by Proprietor Abhimanyu Maharana
November 9, 2025
in ଓଡ଼ିଶା, ଖୋର୍ଦ୍ଧା, ହୋମ୍
0
ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳ ଦ୍ୱାରା “ବନ୍ଦେ ମାତରମ୍” ର ୧୫୦ ବର୍ଷ ପୂର୍ତ୍ତି ପାଳନ
Share on FacebookShare on TwitterWhatsapp

ଖୋର୍ଦ୍ଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଭାରତ ସରକାରଙ୍କ ଦ୍ୱାରା ୭ ନଭେମ୍ବର ୨୦୨୫ ରୁ ୭ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ଭାରତର ଜାତୀୟ ସଂଗୀତ”ବନ୍ଦେ ମାତରମ୍”ର ୧୫୦ ବର୍ଷ ପୂର୍ତ୍ତି ପାଳନ ପାଇଁ ଏକବର୍ଷ ପର୍ଯ୍ୟନ୍ତ ଦେଶବ୍ୟାପୀ ସ୍ମାରକୀ ପାଳନ ଆରମ୍ଭ କରିଛନ୍ତି। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାତୀୟ କାର୍ଯ୍ୟାନ୍ୱୟନ କମିଟି (ଏନ୍ ଆଇ ସି)ଦ୍ୱାରା ସ୍ମାରକୀ କାର୍ଯ୍ୟକଳାପକୁ ଅନୁମୋଦନ କରାଯାଇଛି । ବର୍ଷସାରା ଚାରୋଟି ପର୍ଯ୍ୟାୟରେ ଏହି ସ୍ମୃତିଚାରଣ ପାଳନ କରାଯିବ ।

ପ୍ରଥମ ପର୍ଯ୍ୟାୟରେ ୭ ରୁ ୧୪ ନଭେମ୍ବର ୨୦୨୫ ମଧ୍ୟରେ ପାଳନ କରାଯାଉଥିବାବେଳେ ଦ୍ଵିତୀୟ ପର୍ଯ୍ୟାୟ ୧୯ ରୁ ୨୬ ଜାନୁଆରୀ ୨୦୨୬ (ଗଣତନ୍ତ୍ର ଦିବସ) ପର୍ଯ୍ୟନ୍ତ, ତୃତୀୟ ପର୍ଯ୍ୟାୟ ୭ ରୁ ୧୫ ଅଗଷ୍ଟ ୨୦୨୬(ହର ଘର ତିରଙ୍ଗା ୨୦୨୬ ସହିତ ସମନ୍ୱୟ) ପର୍ଯ୍ୟନ୍ତ ଏବଂ ଚତୁର୍ଥ ପର୍ଯ୍ୟାୟ ୧ ରୁ ୭ ନଭେମ୍ବର ୨୦୨୬ (ସମାପନ ସପ୍ତାହ ଭାବରେ) ପାଳନ କରାଯିବ। ଏହି ଜାତୀୟ ପଦକ୍ଷେପର ଅଂଶ ସ୍ୱରୂପ, ପୂର୍ବତଟ ରେଳପଥ ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳ ୭ ନଭେମ୍ବର ୨୦୨୫ ରେ ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳ ମୁଖ୍ୟାଳୟ ଏବଂ କଟକ ରେଳ ଷ୍ଟେସନରେ “ବନ୍ଦେ ମାତରମ୍” ସମୂହ ଗାନ ଆୟୋଜନ କରିଥିଲା,

ଯାହା ସ୍ମାରକୀ ବର୍ଷର ପ୍ରାରମ୍ଭ ଥିଲା। ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳ ମୁଖ୍ୟାଳୟରେ ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଆଲୋକ ତ୍ରିପାଠି ରେଳ ମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ମାନଙ୍କ ସହ ସମସ୍ତ ସଖା ଅଧିକାରୀ ଓ କର୍ମଚାରୀ ମାନଙ୍କ ସହିତ ଜାତୀୟ ସଙ୍ଗୀତର ସାମୂହିକ ପରିବେଷଣରେ ଯୋଗ ଦେଇଥିଲେ। ଏହି ସମୂହ ଜାତୀୟ ସଂଗୀତ ସମସ୍ତ ଅଂଶ ଗ୍ରହଣ କାରୀଙ୍କ ମଧ୍ୟରେ ଏକତା,ଗର୍ବ ଏବଂ ଦେଶ ପ୍ରେମର ମନୋଭାବକୁ ପ୍ରତିଫଳିତ କରିଥିଲା । ଏହି କାର୍ଯ୍ୟକ୍ରମକୁ ରେଳ ମଣ୍ଡଳର ବରିଷ୍ଠ ମଣ୍ଡଳ କାର୍ମିକ ଅଧିକାରୀ ଶ୍ରୀ ଆର.ଏନ.ଏ. ପରିଡା ସଂଯୋଜନା କରିଥିଲେ ।

ଏକକାଳୀନ, ଖୋର୍ଦ୍ଧାରୋଡ ରେଳ ମଣ୍ଡଳ ଅଧୀନରେ ଥିବା ସମସ୍ତ ଷ୍ଟେସନରେ ଅଡିଓ – ଭିଜୁଆଲ୍ ମୋଡ୍‌ରେ ଜାତୀୟ ସଂଗୀତ”ବନ୍ଦେ ମାତରମ୍” ବଜାଇ ଦିଆଯାଇଥିଲାଯାହା ଫଳରେ ରେଳ ମଣ୍ଡଳର ଯାତ୍ରୀ ଏବଂ ରେଳ କର୍ମଚାରୀ ମାନେ ଦେଶପ୍ରେମ ପାଳନରେ ଯୋଗଦାନ କରିପାରିଥିଲେ। ଖୋର୍ଦ୍ଧାରୋଡ ଏବଂ କଟକରେ ମୁଖ୍ୟ କାର୍ଯ୍ୟକ୍ରମ ବ୍ୟତୀତ ପୁରୀ, ବ୍ରହ୍ମପୁର ଏବଂ ଅନ୍ୟାନ୍ୟ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ୍‌ ମାନଙ୍କରେ “ବନ୍ଦେ ମାତରମ୍”ର ଗଣସଂଗୀତ ମଧ୍ୟ ଆୟୋଜନ କରାଯାଇଥିଲା ଯେଉଁଠାରେ ରେଳ କର୍ମଚାରୀ ଏବଂ ଯାତ୍ରୀମାନେ ମିଳିତ ଭାବରେ ଉତ୍ସାହ ଏବଂ ଦେଶପ୍ରେମ ସହିତ ଜାତୀୟ ସଂଗୀତ ଗାନ କରିଥିଲେ।

ଐତିହାସିକ ଅବସରକୁ ପାଳନ କରିବା ଏବଂ ଜନସାଧାରଣଙ୍କୁ ଦର୍ଶନୀୟ ଭାବରେ ଉତ୍ସବରେ ସାମିଲ କରିବା ପାଇଁ କଟକ ଷ୍ଟେସନ୍‌ରେ “ବନ୍ଦେ ମାତରମ୍ -୧୫୦ ବର୍ଷ” ଦର୍ଶନ ଉପରେ ଏକ ସେଲ୍ଫି ପଏଣ୍ଟ ମଧ୍ୟ ସ୍ଥାପନ କରାଯାଇଅଛି। ବର୍ଷବ୍ୟାପୀ ସ୍ମୃତି ଅବଧି ମଧ୍ୟରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ବିଭିନ୍ନ ସଚେତନତା ଏବଂ ପ୍ରସାର କାର୍ଯ୍ୟକ୍ରମ ଗ୍ରହଣ କରିବ ଯେଉଁଥିରେ  ରେଳ ଷ୍ଟେସନ ଗୁଡ଼ିକରେ “ବନ୍ଦେ ମାତରମ୍” ସମ୍ବନ୍ଧରେ ଅଡିଓ ବାର୍ତ୍ତା ଏବଂ ବିଶେଷ ଘୋଷଣା, ଷ୍ଟେସନ ଗୁଡ଼ିକରେ ଏଲ୍ ଈ ଡି ସ୍କ୍ରିନରେ “ବନ୍ଦେ ମାତରମ୍” ସମ୍ବନ୍ଧୀୟ ଦୃଶ୍ୟ ଏବଂ ଐତିହାସିକ ସୂଚନା ପ୍ରଦର୍ଶନ,

ପୂର୍ବତଟ ରେଳପଥ କ୍ଷେତ୍ରାଧିକାର ଅଧୀନରେ ବିଶାଖାପାଟଣା,କଟକ ଏବଂ ସମ୍ବଲପୁର ସମେତ ଦେଶର ୫୦ଟି ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନରେ “ବନ୍ଦେ ମାତରମ୍” ଉପରେ ପ୍ରଦର୍ଶନୀ ଅନ୍ତର୍ଭୁକ୍ତ ଅଟେ। ଏହି କାର୍ଯ୍ୟକ୍ରମ ଗୁଡ଼ିକର ଲକ୍ଷ୍ୟ “ବନ୍ଦେ ମାତରମ୍” ଜାତୀୟ ସଂଗୀତର ଐତିହାସିକ ଏବଂ ସାଂସ୍କୃତିକ ଗୁରୁତ୍ୱକୁ ସମ୍ମାନ କରିବା ଏବଂ ରେଳ କର୍ମଚାରୀ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଦେଶପ୍ରେମ, ଏକତା ଏବଂ ଜାତୀୟ ଗର୍ବର ଭାବନାକୁ ପୁନର୍ଜୀବିତ କରିବା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସୋଲାର ପ୍ୟାନେଲ ସ୍ଥାପନା କ୍ଷେତ୍ରରେ ଅଗ୍ରଣୀ ବାଲେଶ୍ଵର ଜିଲ୍ଲାରେ ସ୍ଥାପନ ହୋଇଛି ୧୦ହଜାରରୁ ଅଧିକ ରୁଫଟପ୍ ସୋଲାର୍

Baleshwar Leads Odisha’s Energy Transition with Over 10,000 Rooftop Solar Installations

June 19, 2026
ମା’ ଜାଗୁଳାଇ ରାମଲୀଳା ସମିତି ମିର୍ଜାଇପୁର ପକ୍ଷରୁ ରାମଲୀଳା ଅନୁଷ୍ଠିତ

ମା’ ଜାଗୁଳାଇ ରାମଲୀଳା ସମିତି ମିର୍ଜାଇପୁର ପକ୍ଷରୁ ରାମଲୀଳା ଅନୁଷ୍ଠିତ

June 18, 2026
କଟକ ସଦର ବିଧାୟକଙ୍କ ଦ୍ୱାରା ବରିଷ୍ଠ କଳାକାର ସର୍ବେଶ୍ୱର ମିଶ୍ର ସମ୍ବର୍ଦ୍ଧିତ

କଟକ ସଦର ବିଧାୟକଙ୍କ ଦ୍ୱାରା ବରିଷ୍ଠ କଳାକାର ସର୍ବେଶ୍ୱର ମିଶ୍ର ସମ୍ବର୍ଦ୍ଧିତ

June 18, 2026
ଚତୁର୍ଥ ବସୁମତି ସ୍ନାନ ବା ଠାକୁରାଣୀ ବୁଡ଼ ପାଳନ

ଚତୁର୍ଥ ବସୁମତି ସ୍ନାନ ବା ଠାକୁରାଣୀ ବୁଡ଼ ପାଳନ

June 18, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସୋଲାର ପ୍ୟାନେଲ ସ୍ଥାପନା କ୍ଷେତ୍ରରେ ଅଗ୍ରଣୀ ବାଲେଶ୍ଵର ଜିଲ୍ଲାରେ ସ୍ଥାପନ ହୋଇଛି ୧୦ହଜାରରୁ ଅଧିକ ରୁଫଟପ୍ ସୋଲାର୍

Baleshwar Leads Odisha’s Energy Transition with Over 10,000 Rooftop Solar Installations

June 19, 2026
ମା’ ଜାଗୁଳାଇ ରାମଲୀଳା ସମିତି ମିର୍ଜାଇପୁର ପକ୍ଷରୁ ରାମଲୀଳା ଅନୁଷ୍ଠିତ

ମା’ ଜାଗୁଳାଇ ରାମଲୀଳା ସମିତି ମିର୍ଜାଇପୁର ପକ୍ଷରୁ ରାମଲୀଳା ଅନୁଷ୍ଠିତ

June 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version