କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ଜିଲ୍ଲା,କନ୍ଦରପୁର ନିକଟସ୍ଥ ଶ୍ରୀ ସିଦ୍ଧେଶ୍ୱରପୁର ଗ୍ରାମର ଶ୍ରୀ ନୃସିଂହନାଥଙ୍କ ବିଜେସ୍ଥଳୀଠାରେ ସଂସ୍କୃତି ସୁରକ୍ଷା ସଂଗଠନ ପକ୍ଷରୁ କାର୍ତ୍ତିକ ମିଳନ ଉତ୍ସବ ମହାସମାରୋହର ଅନୁଷ୍ଠିତ ହୋଇଯାଇଛି | ଏହି ଉତ୍ସବରେ ମନ୍ଦିରର ପୂଜକ ଶ୍ରୀ ଚନ୍ଦ୍ରମଣି ପଣ୍ଡା ପବିତ୍ର କାର୍ତ୍ତିକ ମାସର ମାହାତ୍ମ୍ୟ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ ।

ଆୟୋଜିତ ଉତ୍ସବରେ ଉପସ୍ଥିତ ସଭ୍ୟମାନଙ୍କ ମଧ୍ୟରେ ଶ୍ରୀ ଅନନ୍ତ ଚରଣ ଦଳାଇ ସଭା ପରିଚାଳନା କରିଥିଲ।ବେଳେ ଏଥିରେ ବିଶ୍ଵ ରଞ୍ଜନ ବେହେରା ଓ ଆଶୁତୋଷ ବେହେରା,ମିତାଲିବେହେରା ପ୍ରମୁଖ ଯୋଗ ଦେଇ ଅବକ୍ଷୟ ମୁଖି ସଂସ୍କୃତିର ପୁନଃରୁଦ୍ଧାର ସମ୍ପର୍କରେ ଆଲୋକପାତ କରିଥିଲେ । ସଭାର ପ୍ରାରମ୍ଭରେ ଗୁରୁପ୍ରସାଦ ରଥ ବେଦ ପାଠ କରିଥିଲେ ।
ଏଥିରେ ସମ୍ପାଦକ ଶ୍ରୀ ଶରତଚନ୍ଦ୍ର ମାଝୀ ସାମ୍ବାଦିକ ପ୍ରଭୁଦତ୍ତ ପ୍ରଧାନ, ସାହିତ୍ୟିକ ପୀତାମ୍ବର ମହାପାତ୍ର ପ୍ରମୁଖ ଯୋଗ ଦେଇ କାର୍ତ୍ତିକ ମିଳନ ମହାତ୍ମା ସମ୍ପର୍କରେ ବିଭିନ୍ନ ମତବ୍ୟକ୍ତ କରିଥିଲେ । ଶେଷରେ ଉମାକାନ୍ତ ରଥ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ବହୁ ସଂଖ୍ୟାରେ ଆଧ୍ୟାତ୍ମିକ ପ୍ରେମୀ ଯୋଗ ଦେଇ କାର୍ତ୍ତିକ ମିଳନ ମହାତ୍ମା ବିଷୟରେ ଶ୍ରବଣ କରି ନିଜକୁ ଧନ୍ୟମଣି ଥିଲେ ।














