ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳ ର ଅଧିଷ୍ଠାତ୍ରୀ ଦେବୀ ଶ୍ରୀଶ୍ରୀଶ୍ରୀ ମା’ ପାଟଖଣ୍ଡା ଙ୍କ ମନ୍ଦିର ର ଭିତରେ ଓ ବାହାରେ ଥିବା ହୁଣ୍ଡି କୁ ରବିବାର ସନ୍ଧ୍ୟା ରେ କମିଟି ର ସଭାପତି ସନ୍ୟାସୀ ପାତ୍ର, ସମ୍ପାଦକ କେ. ସୁଶାନ୍ତ କୁମାର ପାତ୍ର ଓ କୋଷାଧ୍ୟକ୍ଷ ମହେଶ୍ୱର ଡାକୁଆ ଙ୍କ ସମେତ ସମସ୍ତ ସଦସ୍ୟ ଙ୍କ ଉପସ୍ଥିତ ରେ ଖୋଲା ଯାଇଥିଲା l ସେଥିରୁ ନଗଦ ୬୬ ହଜାର ୫୦୦ ଟଙ୍କା ମିଳିଥିବା ବେଳେ ରୂପା ପରି ଦେଖା ଯାଉଥିବା ମୁଦି (ହାତ ଓ ଗୋଡ଼) ଦୁଇଟି ଏବଂ ଗୋଟିଏ ଆଖି ମିଳିଥିବା କମିଟି ପକ୍ଷରୁ ସୂଚନା ମିଳିଛି l















