No Result
View All Result
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବ୍ରିଟିଶ ବିରୋଧୀ ସଂଗ୍ରାମ ହେଉ କି ଜରୁରୀ ପରିସ୍ଥିତି ବିରୋଧୀ ଆନ୍ଦୋଳନ, ବାରମ୍ବାର ବିପ୍ଳବର ନେତୃତ୍ବ ନେଇ ନିଜକୁ ଉଭୟ ଲୋକନାୟକ ଜୟପ୍ରକାଶ ନାରାୟଣ ଓ ଜୀବନଦାନୀ ମନମୋହନ ଚୌଧୁରୀ ପ୍ରତିପାଦିତ କରିପାରିଛନ୍ତି। ସ୍ୱାଧୀନ ଭାରତରେ ନେହେରୁଙ୍କ ପରେ କିଏ ବୋଲି ଚର୍ଚ୍ଚା ହେବା ବେଳେ ଜୟପ୍ରକାଶ ନାରାୟଣ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ପ୍ରାୟ ସ୍ଥିର ହୋଇଥିବା ସତ୍ତ୍ୱେ ସେ ସର୍ବୋଦୟ ଆନ୍ଦୋଳନରେ ଜୀବନଦାନ କରି ଭୂଦାନ-ଗ୍ରାମଦାନ ଆନ୍ଦୋଳନ ଓ ସମ୍ପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନରେ ସାମିଲ ହୋଇଥିଲେ।

ସେହିପରି ବିପ୍ଳବୀ ମନମୋହନ ଚୌଧୁରୀ ସ୍ବାଧୀନତା ସଂଗ୍ରାମ ଓ ସର୍ବୋଦୟ – ସମ୍ପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନ ତଥା ନବ୍ୟ ସାମ୍ରାଜ୍ୟବାଦୀ ଆନ୍ଦୋଳନର ସେ ନାୟକ ଥିଲେ। ବର୍ତ୍ତମାନ ଭାରତବର୍ଷର ଶାସନ ବ୍ୟବସ୍ଥା କର୍ପୋରେଟ୍ କମ୍ପାନୀଙ୍କ କବଳରେ ଓ ସେମାନଙ୍କ ମାଧ୍ୟମରେ ଦେଶର ଜଳ ଜଙ୍ଗଲ ଜମି, ପ୍ରାକୃତିକ ସମ୍ପଦ ଲୁଟ ଚାଲିଛି। ସେହିପରି ଜନଗଣଙ୍କୁ ବିଭ୍ରାନ୍ତ କରିବା ନିମନ୍ତେ ହିନ୍ଦୁ ମୁସଲମାନ ଆଳରେ ସେମାନଙ୍କୁ ବିଭାଜିତ କରିବା ଦିଗରେ ଯେଉଁ ପ୍ରୟାସ ଚାଲିଛି,
ଜେପି ଓ ମନମୋହନଙ୍କ ମାର୍ଗରେ ଏହି ଶକ୍ତିଙ୍କ ବିରୋଧରେ ସଂଗ୍ରାମ କରିବାକୁ ହେବ ବୋଲି ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ୧୨୩ତମ ଜୟନ୍ତୀ ଓ ମନମୋହନ ଚୌଧୁରୀଙ୍କ ୧୧୦ତମ ଜୟନ୍ତୀ ପାଳନ ଅବସରରେ “ଲୋକନାୟକ ଜୟପ୍ରକାଶ ଓ ବିପ୍ଲବୀ ମନମୋହନଙ୍କ ଦୃଷ୍ଟିରେ ଭାରତ” ଶୀର୍ଷକ ଆଲୋଚନା ସଭାରେ ଉପସ୍ଥିତ ବ୍ୟକ୍ତିବିଶେଷ ବକ୍ତବ୍ୟ ପ୍ରଦାନ କରିଥିଲେ। ଲୋକନାୟକ ଜୟପ୍ରକାଶ ଆନ୍ତର୍ଜାତୀୟ ଅଧ୍ୟୟନ ବିକାଶ କେନ୍ଦ୍ର, ମନମୋହନ ଚୌଧୁରୀ ସ୍ମାରକ ଟ୍ରଷ୍ଟ,
ଜୟପ୍ରକାଶ ଫାଉଣ୍ଡେସନ ଓ ଲୋହିଆ ଏକାଡେମୀର ମିଳିତ ପ୍ରୟାସରେ ବିଶିଷ୍ଟ ସମାଜବାଦୀ ନେତା ତଥା ପ୍ରାକ୍ତନ କେନ୍ଦ୍ର ମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଲୋହିଆ ଏକାଡେମୀ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଫେସର ବୀରେନ୍ଦ୍ର ନାୟକ, ବିଶିଷ୍ଟ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରା, ଉତ୍କଳ ସର୍ବୋଦୟ ମଣ୍ଡଳର ରାଜ୍ୟ ସଭାପତି ମିହିର ପ୍ରତାପ ଦାସ, ଲୋହିଆ ଏକାଡ଼େମୀର ସମ୍ପାଦକ ଦେବପ୍ରସାଦ ରାୟ, ଲକ୍ଷ୍ମୀପ୍ରିୟା ମହାନ୍ତି,
ମହେନ୍ଦ୍ର ପରିଡା, ଶକ୍ତିମାନ ରାଉତ, ମନୋଜ ବାରିକ, ବିଜୟ ପରିଡା, ଇଂ ଶାରଦା ପ୍ରସନ୍ନ ସ୍ବାଇଁ, ଭୁବନାନନ୍ଦ ମହାପାତ୍ର, ନାରାୟଣ ରାଉତରାୟ, ବୈଦ୍ୟନାଥ ଦାସ , ପ୍ର. ସ୍ୱାଧୀନ ପଟ୍ଟନାୟକ, ପ୍ରାକ୍ତନ ବିଧାୟକ ରାଧାକାନ୍ତ ସେଠୀ, ପିପି ରାୟ, ଦେବୀପ୍ରସାଦ ପୃଷ୍ଟି ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ। ମନମୋହନ ଚୌଧୁରୀ ସ୍ମାରକ ଟ୍ରଷ୍ଟର ଟ୍ରଷ୍ଟି ଡଃ ବିଶ୍ଵଜିତ୍ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିବା ବେଳେ ଜୟପ୍ରକାଶ ଫାଉଣ୍ଡେସନର କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରଭାସ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ।

No Result
View All Result