No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଗତକାଲି ଠାରୁ ଆରମ୍ଭ ହୋଇଛି ଚଳିତ ବର୍ଷ ର ହବିଷ୍ୟାଳୀ ବ୍ରତ । ଏକ ମାସ ଧରି ଚାଲିବାକୁ ଥିବା ଏହି ବ୍ରତକୁ ଶୃଙ୍ଖଳିତ ଭାବେ ପାଳନ ପାଇଁ ପ୍ରଶାସନ ନିଷ୍ଠାପର ଭାବେ କାର୍ଯ୍ୟ କରୁଛି । ପୂର୍ବରୁ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ସମସ୍ତ ହବିଷ୍ୟାଳୀ କେନ୍ଦ୍ର ଗୁଡିକ ବୁଲି ସ୍ଥିତି ଅନୁଧ୍ୟାନ ସହ ଦାୟିତ୍ୱ ରେ ଥିବା ବରିଷ୍ଠ ଅଧିକାରୀ ମାନଙ୍କୁ ସମସ୍ତ କାର୍ଯ୍ୟ ର ସୁ ପରିଚାଳନା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଆଜି ଜିଲ୍ଲାପାଳ ଶ୍ରୀ ପରିଡା ପ୍ରତ୍ୟେକ ହବିଷ୍ୟାଳୀ କେନ୍ଦ୍ର ମାନ ଙ୍କୁ ପରିଦର୍ଶନ କରିବା ସହ ସୁବିଧା ଅସୁବିଧା ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ବିଶେଷ କରି ପାନୀୟ ଜଳ, ସ୍ବଛତା, ପରିମଳ ବ୍ୟବସ୍ଥା,ମନ୍ଦିର ଦର୍ଶନ ପାଇଁ ଗାଡି ବ୍ୟବସ୍ଥା, ଶୃଙ୍ଖଳିତ ମନ୍ଦିର ଦର୍ଶନ, ମହାପ୍ରସାଦ ସେବନ ବ୍ୟବସ୍ଥା କୁ ଅନୁଧ୍ୟାନ କରିଥିଲେ ।

ପରେ ହବିଷ୍ୟାଳୀ ମା ମାନଙ୍କ ସହ ଜିଲ୍ଲାପାଳ ବାର୍ତ୍ତାଳାପ କରିଥିଲେ।ମା ମାନଙ୍କ ସଂପୃକ୍ତ କେନ୍ଦ୍ର ମାନଙ୍କ ରେ ରହଣୀ, ରହଣୀରେ ସୁବିଧା ଅସୁବିଧା, ମନ୍ଦିର ଦର୍ଶନ, ମହାପ୍ରସାଦ ସେବନ ସମ୍ପର୍କରେ ପଚାରି ବୁଝିଥିଲେ।ହବିଷ୍ୟାଳୀ କେନ୍ଦ୍ର ରେ ରହିବା, ବୃନ୍ଦାବତୀ ପୂଜା କରିବା,ମନ୍ଦିର ଦର୍ଶନ କରିବା, ମହାପ୍ରସାଦ ସେବନ କରିବା,ଭଜନ, କୀର୍ତ୍ତନ,

ପ୍ରବଚନ ଶୁଣିବା ବ୍ୟବସ୍ଥା ଅତ୍ୟନ୍ତ ସୁନ୍ଦର ହୋଇଛି ବୋଲି ମା ମାନେ ଜିଲ୍ଲାପାଳ ଙ୍କୁ କହିଥିଲେ।ମା ମାନେ ହୁଳହୁଳି ପକାଇ ଜିଲ୍ଲାପାଳ ଙ୍କୁ ସ୍ବାଗତ କରିବା ସହ ଆଶୀର୍ବାଦ ପ୍ରଦାନ କରିଥିଲେ । ଏହାକୁ ଯେପରି ଆହୁରି ଅଧିକ ଶୃଙ୍ଖଳିତ କରାଯାଇ ପାରିବ ସେଥି ପ୍ରତି ଯତ୍ନ ବାନ ହେବାକୁ ସମସ୍ତ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ଶ୍ରୀ ପରିଡା ନିର୍ଦ୍ଦେଶ ଦେଇଥିଲେ ।

No Result
View All Result