• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଲକ୍ଷ୍ମୀଭାଇଙ୍କୁ ଲୋତକପୂର୍ଣ୍ଣ ପ୍ରଣିପାତ, କିଶୋର ଦ୍ବିବେଦୀ

Proprietor Abhimanyu Maharana by Proprietor Abhimanyu Maharana
September 26, 2025
in ଓଡ଼ିଶା, ଖୋର୍ଦ୍ଧା, ଦେଶ, ମହାନଗର, ହୋମ୍
0
ଲକ୍ଷ୍ମୀଭାଇଙ୍କୁ ଲୋତକପୂର୍ଣ୍ଣ ପ୍ରଣିପାତ, କିଶୋର ଦ୍ବିବେଦୀ
Share on FacebookShare on TwitterWhatsapp

 ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି 

ଭୁବନେଶ୍ବର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଲକ୍ଷ୍ମୀ ନାରାୟଣ ମହାପାତ୍ର ଓଡ଼ିଶାରେ ତାଙ୍କର ଅସଂଖ୍ୟ ପ୍ରଶଂସକ, ସମର୍ଥକ ଓ ଶୁଭଚିନ୍ତକ ମାନଙ୍କ ମଧ୍ୟରେ ଲକ୍ଷ୍ମୀ ଭାଇ ଭାବରେ ପରିଚିତ ଥିଲେ । ସତୁରୀ ଦଶକର ଶେଷ ଭାଗରେ ଓ ଅଶୀ ଦଶକରେ ସେ ଜଣେ ଉଦୀୟମାନ ଯୁବ ନେତା ଭାବରେ ସାରା ପ୍ରଦେଶରେ ବେଶ ଲୋକପ୍ରିୟତା ଅର୍ଜନ କରିଥିଲେ। ବିଶେଷ କରି ତାଙ୍କର ଦୁର୍ଦଷ, ଦୁଃସାହସିକ ତଥା ଅଗ୍ନିବର୍ଷୀ ସ୍ୱଭାବ ଜନସାଧାରଣଙ୍କୁ ଖୁବ ପ୍ରଭାବିତ କରିଥିଲା। ଜରୁରୀକାଳୀନ ପରିସ୍ଥିତି ପରେ ସେ ଜେଲରୁ ବାହାରିବା ସମୟରେ ହଜାର ହଜାର ଲୋକ ତାଙ୍କୁ ଥରୁଟିଏ ଦେଖିବା ଓ ତାଙ୍କର ଭାଷଣ ଶୁଣିବା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିବା କଥା ଜଣା ଅଛି। ଛାତ୍ରାବସ୍ଥାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏବଂ ପରେ ଭାରତୀୟ ଜନତା ପାର୍ଟିର ସେ ଆଗଧାଡ଼ିର ଟାଣୁଆ ନେତା ଥିଲେ। ଭଦ୍ରକଠାରୁ ଭୁବନେଶ୍ବର ପର୍ଯ୍ୟନ୍ତ ହେଉ କିମ୍ବା କଟକଠାରୁ କଳାହାଣ୍ଡି ହେଉ, ଛାତ୍ର ସଂସଦ ନିର୍ବାଚନ ପ୍ରଚାର ଅବା ଦଳୀୟ ସାଙ୍ଗଠନିକ କାର୍ଯ୍ୟ ନିର୍ବାହ ପାଇଁ ସେ ଯେଉଁଆଡ଼େ ଯାଉଥିଲେ, ତାଙ୍କର ସ୍ୱତନ୍ତ୍ର ଛାପ ଛାଡୁଥିଲେ ।

ମୁଁ ଭଦ୍ରକ ମହାବିଦ୍ୟାଳୟରେ କଳା ବିଭାଗର ସ୍ନାତକ ଛାତ୍ର ଭାବରେ ୧୯୭୯ ମସିହାରେ ନାମ ଲେଖାଇବା ପରେ ମୋର ସହପାଠୀ ପବିତ୍ର ପାଣିଗ୍ରାହୀ ତାଙ୍କ ସହିତ ମୋର ପରିଚୟ କରାଇଥିଲେ । ପ୍ରଥମ ଦେଖାରୁ ସେ ମତେ ଖୁବ୍ ପସନ୍ଦ କରିବା ଆରମ୍ଭ କରିଥିଲେ। ଆମ ଗାଁ ବରୀ ପ୍ରତି ତାଙ୍କର ସ୍ୱତନ୍ତ୍ର ଦୁର୍ବଳତା ଥିଲା। କାରଣ ଜରୁରୀକାଳୀନ ପରିସ୍ଥିତି ସମୟରେ ତାଙ୍କୁ ଯେତେବେଳେ ପୋଲିସ ଗିରଫ କରିବା ପାଇଁ ଖୋଜୁଥିଲା, ସେ ସମୟରେ ସେ ଆମ ଗାଁର ତତ୍କାଳୀନ ଭଦ୍ରକ ମହାବିଦ୍ୟାଳୟର ଛାତ୍ର ଭାରତଭାନୁ ଦାସଙ୍କ ଘରେ କିଛି କାଳ ଆତ୍ମଗୋପନ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କର ଓ ମନମୋହନ ସାମଲ ଭାଇଙ୍କର ପ୍ରେରଣାରେ ମୁଁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ( ଏବିଭିପି) ରେ ଯୋଗ ଦେଇଥିଲି। ମୋର କାର୍ଯ୍ୟ ଦକ୍ଷତା ତଥା ସାଙ୍ଗଠନିକ ସାମର୍ଥ୍ୟରେ ସେ ଏତେ ପ୍ରଭାବିତ ହୋଇଥିଲେ ଯେ ମତେ ଏବିଭିପି ଭଦ୍ରକ ସାଙ୍ଗଠନିକ ଜିଲ୍ଲାର ସଭାପତି ଦାୟିତ୍ୱ ଦେଇଥିଲେ। ମୁଁ ୧୯୭୯-୮୦ ଓ ୮୦-୮୧ ଦୁଇବର୍ଷ କାଳ ଏହି ପଦବୀରେ ରହିଥିଲି ।

ମୋ ପ୍ରତି ଲକ୍ଷ୍ମୀଭାଇଙ୍କର ଅଜସ୍ର ଶ୍ରଦ୍ଧା, ସଦିଚ୍ଛା ଓ ସମବେଦନା ରହିଥିଲା। ସମୟ କ୍ରମେ ମୁଁ ତାଙ୍କର ପରିବାରର ସଦସ୍ୟ ପରି ହୋଇଯାଇଥିଲି। ସବିତା ଭାଉଜ ମୋତେ ବହୁତ ସ୍ନେହ କରୁଥିଲେ ।
ମୁଁ ଯେତେବେଳେ ତାଙ୍କର କୁଆଁଶ ଘରକୁ ଯାଉଥିଲି, ସଦାସର୍ବଦା ସେ ଖୋଇକି ଛାଡୁଥିଲେ ।ଏହାପରେ ୧୯୮୧ ମସିହାରେ ମୁଁ ଅର୍ଥନୀତିରେ ସ୍ନାତକୋତ୍ତର ଛାତ୍ର ଥିବା ବେଳେ ସେ ମତେ ଭଦ୍ରକ ମହାବିଦ୍ୟାଳୟର ଛାତ୍ର ସଂସଦର ନିର୍ବାଚନରେ ସଭାପତି ପ୍ରାର୍ଥୀ ଭାବରେ ମନୋନୀତ କରିଥିଲେ। ସେତେବେଳେ ରେଭେନ୍ସା ପରେ ଭଦ୍ରକ କଲେଜ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ମହାବିଦ୍ୟାଳୟ ଭାବରେ ସୁଖ୍ୟାତି ଅର୍ଜନ କରିଥିଲା। ରାଜନୈତିକ ଦୃଷ୍ଟିକୋଣରୁ ଛାତ୍ର ସଙ୍ଘ ନିର୍ବାଚନ ମଧ୍ଯ ବେଶ ସ୍ପର୍ଶକାତର ଥିଲା। କାରଣ ସାରା ଓଡ଼ିଶାର ଦୃଷ୍ଟି ଏହାର ଫଳାଫଳ ଉପରେ ନିବଦ୍ଧ ଥିଲା।

ସମଗ୍ର ରାଜ୍ୟର ଛାତ୍ର ଓ ସାଧାରଣ ରାଜନୀତିକୁ ଭଦ୍ରକ ମହାବିଦ୍ୟାଳୟ ନୂଆମୋଡ଼ ଦେଇ ଆସୁଥିଲା। ସେତେବେଳେ ଓଡ଼ିଶା ରାଜନୀତିର ଭୀଷ୍ମ ପିତାମହ ଡଃ ହରେକୃଷ୍ଣ ମହତାବ ଖୁବ ସକ୍ରୀୟ ଥିଲେ। ଭଦ୍ରକର ଉଭୟ ସାଧାରଣ ଓ ଛାତ୍ର ରାଜନୀତି ସହିତ ସେ ଓତଃପ୍ରୋତ ଭାବେ ଜଡ଼ିତ ରହିଥିଲେ। ଲକ୍ଷ୍ମୀ ଭାଇଙ୍କୁ ଡଃ. ମହତାବ ବହୁତ ଭଲ ପାଉଥିଲେ। ଏବିଭିପିର ରଣ କୌଶଳ ପ୍ରସ୍ତୁତ ବୈଠକ ପାଇଁ ସେ ନୂଆବଜାର ସ୍ଥିତ ମହତାବ କୋଠିକୁ ଛାଡ଼ି ଦେଇଥିଲେ। ଭଦ୍ରକ ପାଇଁ ମୁଁ ଅପେକ୍ଷାକୃତ ନୂଆ ଚେହେରା ହୋଇଥିବାରୁ ଏବଂ ପୂର୍ବବର୍ଷ ଅର୍ଥାତ ୧୯୮୦ ମସିହାରେ ମହାବିଦ୍ୟାଳୟରେ ଏସଏଫଆଇର ଶାସନ ଥିବାରୁ ତତ୍କାଳୀନ ଛାତ୍ର ସଙ୍ଘ ନିର୍ବାଚନ ମୋ ପାଇଁ ଅତ୍ୟନ୍ତ କଷ୍ଟକର ଓ ଆହ୍ଵାନପୂର୍ଣ୍ଣ ଥିଲା। ଲକ୍ଷ୍ମୀ ଭାଇ କିନ୍ତୁ ନଛୋଡ଼ବନ୍ଧା ଥିଲେ ।

ତାଙ୍କର ଜିଦି ଥିଲା, ଆମେ ଯେମିତିହେଲେ ଏହି ନିର୍ବାଚନ ଜିତିବା ଦରକାର । ଏଣୁ ରାତିରାତି ଅନିଦ୍ରା ହୋଇ ନେହେରୁ ଷ୍ଟାଡିୟମଠାରେ ସେ ମତେ ଭାଷଣ ଶିଖାଉଥିଲେ। ଏକଥା ମନେ ପଡ଼ିଲେ ମୁଁ ଆଜିବି ରୋମାଞ୍ଚିତ ହୋଇଯାଏ।ଥରେ ତାଙ୍କର ଏକ ସାୟରି ମୁଁ ଅଧାରୁ ଭୁଲିଯିବା ଯୋଗୁଁ ତାଙ୍କଠାରୁ ଶକ୍ତ ଚାପୁଡା ବି ଖାଇଥିଲି। କିନ୍ତୁ ତାଙ୍କର ଏହି ଗୁରୁଜ୍ଞାନ ପରବର୍ତ୍ତୀ ଜୀବନରେ ମୋ ପାଇଁ ବହୁ ଭାବରେ ସହାୟକ ହୋଇଥିଲା। କେବଳ ସେଥର ନୁହେଁ ମୁଁ କ୍ରମାଗତ ଭାବରେ ଦୁଇ ଦୁଇ ଥର ଅର୍ଥାତ ୧୯୮୧ -୮୨ ଏବଂ ୧୯୮୨-୮୩ ମସିହାରେ ଭଦ୍ରକ ମହାବିଦ୍ୟାଳୟ ଛାତ୍ର ସଂସଦର ସଭାପତି ଭାବରେ ନିର୍ବାଚିତ ହୋଇ ରେକର୍ଡ ସୃଷ୍ଟି କରିଥିଲି।

ସବୁ କିଛି ଲକ୍ଷ୍ମୀ ଭାଇଙ୍କର ଅଶେଷ ଆଶୀର୍ବାଦର ଫଳ ଥିଲା। ଭଦ୍ରକ ମହାବିଦ୍ୟାଳୟ ସଭାପତି କାର୍ଯ୍ୟକାଳ ସମୟରେ ସେ ମତେ ପାର୍ଶ୍ୱବର୍ତ୍ତୀ ମହାବିଦ୍ୟାଳୟ ଯଥା:- ଧାମନଗର, ସୋର, ରାଜକନିକା ଆଦିକୁ ସାଙ୍ଗଠନିକ କାମରେ ପଠାଉଥିଲେ। ମୋର ସ୍ନାତକୋତ୍ତର ଶିକ୍ଷା ସମାପ୍ତି ପରେ ମୁଁ ଦିଲ୍ଲୀରେ ସାମ୍ବାଦିକତା ପଢ଼ି ଜାତୀୟ ରାଜଧାନୀରେ ମୋର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲି। କିନ୍ତୁ ଲକ୍ଷ୍ମୀ ଭାଇଙ୍କ ସହିତ ସର୍ବଦା ଯୋଗାଯୋଗ ରହିଥିଲା। ସେ ଯେତେବେଳେ ବି ଦିଲ୍ଲୀ ଆସୁଥିଲେ ମୁଁ ତାଙ୍କର ପାଖାପାଖି ରହୁଥିଲି। ତାଙ୍କର ଅନ୍ତରଙ୍ଗ ବନ୍ଧୁ ଦିଲ୍ଲୀ ବିଜେପିର ବରିଷ୍ଠ ନେତା ସୁରିନ୍ଦର ପାଲ ରତୱାଲଙ୍କ ଘରେ ଆମେ ବହୁବାର ଭୋଜନ କରିଛୁ ।

ନିକଟରେ ଦିଲ୍ଲୀ ବିଧାନସଭାର ବାଚସ୍ପତି ବିଜେନ୍ଦର ଗୁପ୍ତା ମତେ ଲକ୍ଷ୍ମୀ ଭାଇଙ୍କ କଥା ପଚାରୁଥିଲେ । ସେ ଯେତେବେଳେ ବହୁ ବର୍ଷ ପୂର୍ବେ ପ୍ରଥମେ ଓଡ଼ିଶା ଆସିଥିଲେ ଲକ୍ଷ୍ମୀଭାଇ ତାଙ୍କୁ ଆତିଥ୍ଯ ପ୍ରଦାନ କରିବା କଥା ସେ କହୁଥିଲେ। ଯୁବ ମୋର୍ଚ୍ଚାର ସେ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଥିବାରୁ ସର୍ବଭାରତୀୟ ସ୍ତରରେ ବିଜେପିର ବହୁ ତୁଙ୍ଗ ନେତାଙ୍କ ସହିତ ବ୍ୟକ୍ତିଗତ ସ୍ତରରେ ତାଙ୍କର ସମ୍ପର୍କ ଥିଲା । ଅଟଳ ବିହାରୀ ବାଜପେୟୀ ଏବଂ ରାମ ଜେଠମଲାନିଙ୍କ ଘରକୁ ମୁଁ ତାଙ୍କ ସହିତ ବହୁବାର ଯାଇଛି । ମଝିରେ ମଝିରେ ଲକ୍ଷ୍ମୀଭାଇ ମୋ ପାଖକୁ ଭଦ୍ରକର ପ୍ରସିଦ୍ଧ ଖାଦ୍ୟ ସାମଗ୍ରୀ ପଠାଉଥିଲେ ।ଏ ମଧ୍ୟରେ ମୋର ପ୍ରିୟ ପାଳୁଅ ଲଡୁ ଓ ଚାନ୍ଦବାଲି ଶୁଖୁଆ ଅନ୍ୟତମ ଥିଲା। ଗୁରୁବାର ତାଙ୍କର ମହାପ୍ରୟାଣ ଦିବସ ଅବସରରେ ମୋର ଛାତ୍ର ରାଜନୀତିର ପ୍ରଥମ ଓ ପରମ ଗୁରୁ ଲକ୍ଷ୍ମୀ ଭାଇଙ୍କୁ ମୁଁ ଲୋତକପୂର୍ଣ୍ଣ ପ୍ରଣିପାତ ଜଣାଉଛି।

ବରିଷ୍ଠ ସାମ୍ବାଦିକ, ନୂଆଦିଲ୍ଲୀ
ଅଧ୍ୟକ୍ଷ, ୱାଲର୍ଡ ଓଡ଼ିଶା ସୋସାଇଟି

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
FTII and NTWB (Govt. Of India) to Host “UTKARSH 2026” — All Odisha Business Summit in Bhubaneswar on 28 June 2026

ଭୁବନେଶ୍ୱରରେ “ଉତ୍କର୍ଷ ୨୦୨୬”  ଅଲ୍  ଓଡ଼ିଶା ବ୍ୟବସାୟ ସମ୍ମିଳନୀ ଆୟୋଜନ କରିବେ ଭାରତ ସରକାରଙ୍କ ଏଫଟିଆଇଆଇ ଏବଂ ଏନଟିଡବ୍ଲୁବି

June 23, 2026

ଧନକଉଡ଼ା ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ଧନକଉଡ଼ା ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

June 23, 2026
ଡି-ଷ୍ଟ୍ରିଟ୍‌ରେ ବେଦାନ୍ତ ପାୱାର୍‌ର ପ୍ରବେଶ, ଆର୍ଥିକ ବର୍ଷ ୨୦୩୩ ସୁଦ୍ଧା ୧୨ ଜିଗାୱାଟ୍‌କୁ ବୃଦ୍ଧି କରିବାକୁ ଲକ୍ଷ୍ୟ

Vedanta Power Debuts on D-Street, To Expand to 12 GW by FY33

June 23, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

FTII and NTWB (Govt. Of India) to Host “UTKARSH 2026” — All Odisha Business Summit in Bhubaneswar on 28 June 2026

ଭୁବନେଶ୍ୱରରେ “ଉତ୍କର୍ଷ ୨୦୨୬”  ଅଲ୍  ଓଡ଼ିଶା ବ୍ୟବସାୟ ସମ୍ମିଳନୀ ଆୟୋଜନ କରିବେ ଭାରତ ସରକାରଙ୍କ ଏଫଟିଆଇଆଇ ଏବଂ ଏନଟିଡବ୍ଲୁବି

June 23, 2026
FTII and NTWB (Govt. Of India) to Host “UTKARSH 2026” — All Odisha Business Summit in Bhubaneswar on 28 June 2026

FTII and NTWB (Govt. Of India) to Host “UTKARSH 2026” — All Odisha Business Summit in Bhubaneswar on 28 June 2026

June 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version