No Result
View All Result
ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବଲାଙ୍ଗୀର ଜିଲ୍ଲା କଂଟାବାଞ୍ଜି ସହରରେ ପୁଣି ସଫେଇ ଅଭିଯାନ ବାଟମାରଣା ହୋଇଛି । ଠିକ୍ ସମୟରେ ସମସ୍ତ ଗାର୍ବେଜ ସ୍ଥଳୀର ସଫେଇ କରୁ ନଥିବା ଭଲି ଅଭିଯୋଗ ସହର ବାସୀ କରିବା ପରେ ଏବେ ଏନ୍ଏସିର ନିୟମକୁ ମଧ୍ୟ ଉଲ୍ଲଂଘନ ଲୋକେ କରୁଥିବା ଜଣାପଡିଛି । ଏହାକୁ ନେଇ ଏବେ ସହରବାସୀ ମଧ୍ୟ ଚିନ୍ତାରେ ଯେ, ସଫେଇ କାହିଁକି ଠିକ୍ରେ ହେଉ ନାହିଁ । ସହରର ଅନେକ ସ୍ଥାନରେ ଏଭଲି ଚିତ୍ର ରହିଛି ଯାହାର ଫୋଟୋ ମଧ୍ୟ ସୋସିଏଲ୍ ମିଡିଆ ରେ ସେୟାର ହେଉଛି ।
କଂଟାବାଞ୍ଜି ସହରକୁ ସ୍ୱଚ୍ଛ ଓ ସୁନ୍ଦର କରିବା ପାଇଁ ଏନ୍ଏସି ଅନେକ ଯୋଜନା ହାତକୁ ନେଇଛି । ସଫେଇ କାର୍ଯ୍ୟ କେମିତି ଭଲ ହେବ ସେ ନେଇ କିଛି ମାସ ହେଲା ଦିନକୁ ଦୁଇ ଥର ସଫେଇ କରୁଛି । ୯୦ରୁ ଅଧିକ ସଫେଇ କର୍ମଚାରୀ ରଖି ଏହି ସଫେଇ କାମ କରୁଥିବା ଜଣାପଡିଛି । ଏନ୍ଏସିରେ ୩ଟି ଟ୍ରାକଟର ରହିଛି ଯେଉଁଥିରେ ଅଳିଆ ଆବର୍ଯନା ସହରର ଅନେକ ଗଳି କନ୍ଦିରୁ ଉଠାଯାଉଛି । ଗୋଟିଏ ଟ୍ରାକ୍ଟରରେ ୫ଜଣ କର୍ମଚାରୀ ରହୁଛନ୍ତି । ସେହିପରି ଛୋଟା ହାତୀ ପରି ଗାଡି ମଧ୍ୟ ୪ଟିରହିଛି ଏଥିରେ ୩ଜଣ ଲେଖାଏଁ କର୍ମଚାରୀ ରହି ସଫେଇ କାମ କରୁଛନ୍ତି ।
ସକାଳୁ ୬ଟାରୁ ୧୦ଟା ଓ ସନ୍ଧ୍ୟା୪ଟାରୁ ୬ଟା ପର୍ଯ୍ୟନ୍ତଏହି ସଫେଇ କାମ ଯୋର ସୋର ରେ କର୍ମଚାରୀ ନିୟୋଜିତ କାମ କରୁଛନ୍ତି ଗତ ୬ମାସ ହେଲା ନୁଆ ଟେଣ୍ଟର ରେ କାମ କରୁଥିବା ଠିକା ସଂସ୍ଥା ଏହି ସମସ୍ତ କର୍ମଚାରୀ ଙ୍କ କଥା ବୁଝୁଥିବା ମଧ୍ୟ ଜଣାପଡିଛି । ତେବେ ସହରର ଅନେକ ସ୍ଥାନରେ ଅଳିଆ ଏବେ ମଧ୍ୟ ଭର୍ତ୍ତି ହୋଇଥିବା ଚିତ୍ର ଦେଖାଦେଇଛି । ସନ୍ଧ୍ୟା ସମୟରେ କେବଳ ସମସ୍ୟା ଥିବା ବା ଅଭିଯୋଗ ହେଉଥିବା ସ୍ଥାନରେ ହିଁ ସଫେଇ ହେଉଥିବା ଜଣାପଡିଛି । କିଛି ସ୍ଥାନର ଅଳିଆକୁ ମାସ ମାସ ପର୍ଯ୍ୟନ୍ତ କର୍ମଚାରୀ ସଫେଇ କରୁନଥିବା ର ଭିଡିଓ ମଧ୍ୟ ଭାଇରାଲ ହେଉଛି ।
ଏହାକୁ ନେଇ ଏନ୍ଏସି କର୍ମଚାରୀ ଓ ସେନିଟେସନ୍ ଏକ୍ସପର୍ଟ ଦାୟିତ୍ୱରେ ଥିବା ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି । ଅନ୍ୟପକ୍ଷରେ ଏନ୍ଏସିର ନିୟମ କୁ କିଛି ବ୍ୟକ୍ତି ମାନୁ ନଥିବା ମଧ୍ୟ ଜଣାପଡିଛି । ଲୋକେ ଏଣେତେଣେ ଅଳିଆ ଗଦା କରିବା ସହ ଦୋକାନ ପ୍ରତିଷ୍ଠାନ ସମ୍ନାରେ ମନ ଇଚ୍ଛା ଅଳିଆ ଗଦା କରିଦେଉଛନ୍ତି , ପରେ ଏନଏସି ଗାଡି ଅଲିଆ ଆଣିବାକୁ ଆସିଲେ ସୁଦ୍ଧା ଗାଡିରେ ଅଲିଆ ନ ଦେଇ ରାସ୍ତା ପାଶ୍ୱର୍ରେ ଫୋପାଡି ଦେଉଥିବା ଏନ୍ଏସି କର୍ମଚାରୀଙ୍କୁ ଦୁଇଗୁଣ ପରିଶ୍ରମ କରିବାକୁ ପଡୁଛି ।
ତେବେ ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱରେ ରହିଥିବା ତହସିଲଦାର ବିଶ୍ନାଥ ଖାଲକୋ ମଧ୍ୟ ଏଥିରେ ପ୍ରତି ଶକ୍ତ ହେବା ସହ କଡା କାର୍ଯ୍ୟନୁଷ୍ଠାନ ନେଇ ନିୟମ ଭାଙ୍ଗି ଏଣେତେଣେ ଅଳିଆ ଆବର୍ଯନା ଫୋପାଡୁ ଥିବା ବ୍ୟକ୍ତିଙ୍କ ଉପରେ ଫାଇନ୍ ଆଦାୟ କଲେ ଲୋକେ ଉପକୃତ ହେବେ ଏବେ ଗାର୍ବେଜ ପଏଣ୍ଟ ରେ ଅଳିଆ ଭତ୍ତି ହେବ ନାହିଁ ବୋଲି ଚର୍ଚ୍ଚା ହେଉଛି । ଏହାକୁ ନେଇ ସେନିଟେସନ୍ ଏକ୍ସପର୍ଟ ହେମନ୍ତ ସ୍ୱାଇଁ କହିଛନ୍ତି ଯେ, ସଫେଇ ତ ଠିକ୍ ଚାଳିଛି ଲୋକେ ଅଧିକ ସହଯୋଗ କଲେ ଆମେ ଆହରୀ ସଫେଇ କାର୍ଯ୍ୟକୁ ଅଧିକ କରିପାରିବା ।

No Result
View All Result