କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବାରବାଟି କଟକ ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ କଟକ ସିଡିଏ ସେକ୍ଟର -୬ ସ୍ଥିତ ଶାରଦୀୟ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହେଉଥିଲା । ଆୟୋଜିତ କାର୍ଯ୍ୟକ୍ରମରେ କଟକ ପୂଜା କମିଟିର ସମ୍ପାଦକ ତଥା ପୂର୍ବତନ ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ, ଚୈ।ଦ୍ଵାର – କଟକ ବିଧାୟ ସୈ।ଭିକ ବିଶ୍ଵାଳ, ବାରବାଟି -କଟକ ବିଧାୟିକା ସୋଫିଆ ଫିରଦୋସ କଟକ ମହାନଗର ଶାନ୍ତି କମିଟିର ସଭାପତି ଦେବେନ୍ଦ୍ର ନାଥ ସାହୁ,

ସଂପାଦକ ଭିକାରୀ ଦାସ, କଟକ ମେୟର ସୁବାସ ସିଂ, କଟକ ଜିଲ୍ଲା ବିଜେଡ଼ି ସଭାପତି ପ୍ରଫୁଲ୍ଲ ସିଂ, ପୂର୍ବାଞ୍ଚଳ ଶାନ୍ତି କମିଟି ର ସଭାପତି ବିଜୟ କୁମାର ସାହୁ, ସଂପାଦକ ପ୍ରଫୁଲ୍ଲ ସାହୁ, ଗିରିବାଳା ବେହେରାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।















