No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି :ପ୍ର :- କଟକ ସଦର ଥାନା ସିଏମସି ୫୭ ନମ୍ବର ୱାର୍ଡ ଗୋପାଳପୁର ଗ୍ରାମର ଗୈ।ତମ ସ୍ବାଇଁଙ୍କ ପୁଅ ଉମାକାନ୍ତ ସ୍ଵାଇଁ ଜଣେ ପ୍ରତିଭାବାନ ଚିତ୍ରକର । ଉମାକାନ୍ତ ପାଠ ଜେମିତି ଭଲ ପଢନ୍ତି ତାଠାରୁ ଅଧିକ ବିଭିନ୍ନ ପ୍ରକାରର ଚିତ୍ର ଆଙ୍କିବାରେ ବ୍ୟସ୍ତ ରୁହନ୍ତି । ଉମାକାନ୍ତ କଟକ ରାଜା ବଗିଚା ସ୍ଥିତ ଡିଏଭି ସ୍କୁଲର ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି । ସେ ତୃତୀୟ ଶ୍ରେଣୀରେ ପାଠ ପଢୁଥିଲା ସମୟରୁ ଚିତ୍ର ଅଙ୍କନ କରି ଆସୁଛନ୍ତି ।
ଯେତେବେଳେ ତାଙ୍କୁ ସମୟ ମିଳେ ସେ ନିଜ ଘରେ ଗୋଟିଏ ରୁମରେ ବସି କାଗଜ ପେନସିଲ ଧରି ଏକାଗ୍ରତା ମନରେ ବିଭିନ୍ନ ଚିତ୍ର ଅଙ୍କନ କରିବାରେ ବ୍ୟସ୍ତ ରୁହେ ବୋଲି ପିତା ଗୈ।ତମ ଏବଂ ମାତା ରେଣୁବାଳା କହିଛନ୍ତି । ଉମାକାନ୍ତ ଙ୍କ ଦ୍ଵାରା ରଙ୍ଗ ତୂଳୀରେ ଅଙ୍କିତ ନିଖୁଣ ଚିତ୍ରକଳା ସମସ୍ତଙ୍କୁ ଆନନ୍ଦ ଦେଇଥାଏ ।
ପିତା ମାତା, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଠାରୁ ସହପାଠୀଙ୍କ ପର୍ଯ୍ୟନ୍ତ ସମସ୍ତେ ଉମାକାନ୍ତ ଭିତରେ ରହିଥିବା କଳାକୁ ତାରିଫ ନକରି ରହି ପାରନ୍ତି ନାହିଁ । ଉମାକାନ୍ତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆୟୋଜିତ କରାଯାଇଥିବା ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରି ପୁରଷ୍କୃତ ହୋଇଛନ୍ତି । ସେ ଆଗକୁ ଆହୁରି ସୁନ୍ଦର ସୁନ୍ଦର ଚିତ୍ର ଅଙ୍କନ କରି ନାଁ କରନ୍ତୁ ବୋଲି ସମସ୍ତଙ୍କର ଆଶିର୍ବାଦ ରହିଛି ।

No Result
View All Result