କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- କଟକ ସଦର ନିର୍ବାଚନ ମଣ୍ଡଳୀ ପ୍ରକାଶ ସେନା ପକ୍ଷରୁ ଗୁରୁବାର ସଂଧ୍ୟାରେ ପ୍ରକାଶ ସେନାର ମୁଖ୍ୟ ପ୍ରତାପନଗରୀ ଗ୍ରାମର ଶ୍ରୀଧର ରାଉତ ମିଞାଙ୍କ ନେତୃତ୍ୱରେ ୫୦ରୁ ଉର୍ଦ୍ଧ୍ୱ ଯୁବକ କଟକ ସଦର ଥାନାର ନବାଗତ ଆଇଆଇସି ତୁଷାର କାନ୍ତ ସେଠୀଙ୍କୁ ସୈ।ଜନ୍ୟ ମୂଳକ ସାକ୍ଷାତକରି ପୁଷ୍ପ ଗୁଛ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ଥାନାରେ ଯୋଗଦେଇ ଥିବା ଆଇଆଇସି ସଦର ଥାନାକୁ ଅଭିଯୋଗ ନେଇ ଆସୁଥିବା ଜନସାଧାରଣଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ସହିତ ଆଇନ ଶୃଙ୍ଖଳା ଭଙ୍ଗ କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନେବା ପାଇଁ ଅନୁରୋଧ କରିଥିଲେ ।

ଏହାସହିତ ପାଟ୍ରୋଲିଙ୍ଗକୁ କଡାକଡି କରିବା ଲାଗି ନୂତନ ଆଇଆଇସିଙ୍କୁ ଅନୁରୋଧ କରିଥିଲେ । ଏସବୁ ଦିଗରେ ଦୃଷ୍ଟି ଦିଆଯିବ ବୋଲି ଆଇଆଇସି ଶ୍ରୀ ସେଠୀ ପ୍ରକାଶ ସେନାର ସଦସ୍ୟ ମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଶିଶିର ରାଉତ,ସନ୍ଦିପ ସାସମଲ, ତୁଷାର ସାସମଲ ,ଜୀବନ ରାଉତ, ରୋହିତ ସାସମଲ ,ଯଜାତି ରାଉତ , ସାଗର ରାଉତ ,

ଅର୍ଜୁନ ଜେନା , ସନାତନ ପରିଡା,ଶରତ ଜେନା, ଅକ୍ଷୟ ରାଉତ, ନାରାୟଣ ରାଉତ,ଅନିଲ ରାଉତ,ରିଙ୍କୁ ରାଉତ, ସୁଶାନ୍ତ ରାଉତ, କାଳିନ୍ଦୀ ରାଉତ, ସନ୍ତୋଷ ରାଉତ,ଟୁକୁ ରାଉତ, ଟିପୁ ରାଉତ,ଶଙ୍କର ରାଉତ, ନଖୀଆ ରାଉତ, ନାରାୟଣ ଜେନା, ରକି ରାଉତ, କାବୁଲା ଜେନା, ମାଗେଇ ରାଉତ ପ୍ରମୁଖ ଯୋଗ ଦେଇଥିଲେ ।














