ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ରେ ପୁରୀ ଜିଲ୍ଲା ରୁ ଆଜି ଅପରାହ୍ନ ରେ ୧୨୭ ଜଣ ବରିଷ୍ଠ ନାଗରିକ ଙ୍କୁ ତୀର୍ଥଯାତ୍ରାରେ ପ୍ରେରଣ କରାଯାଇଛି।ସେମାନେ ଆଜି ଭୁବନେଶ୍ୱର ରେ ରହିବେ ଓ ଆସନ୍ତା କାଲି ବାରାଣସୀ ଅଯୋଧ୍ୟା ଅଭିମୁଖେ ସ୍ବତନ୍ତ୍ର ଟ୍ରେନ ରେ ଯାତ୍ରା କରିବେ।ଏହି ବରିଷ୍ଠ ନାଗରିକ ମାନେ ଅଯୋଧ୍ୟା ଓ ବାରାଣସୀ ପରିଭ୍ରମଣ କରିବା ସହ ଚଳିତ ମାସ ୧୫ ତାରିଖରେ ଫେରି ଆସିବାର କାର୍ଯ୍ୟକ୍ରମ ରହିଛି ।















