• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କଟକ ମହାନଗର ଶାରଦୀୟ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ

Proprietor Abhimanyu Maharana by Proprietor Abhimanyu Maharana
September 11, 2025
in ଓଡ଼ିଶା, କଟକ, ହୋମ୍
0
କଟକ ମହାନଗର ଶାରଦୀୟ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ
Share on FacebookShare on TwitterWhatsapp

କଟକ  (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର  :-  କଟକ ସହରରେ ଶାରଦୀୟ ଦୁର୍ଗାପୂଜା ଓ ଭସାଣୀ ଉତ୍ସବ-୨୦୨୫ ଶାନ୍ତିଶୃଙ୍ଖଳା ଓ ଚିତ୍ତାକର୍ଷକ ଭାବେ ପାଳନ କରିବା ଉପରେ ଆୟୋଜିତ ଦୁର୍ଗା ପୂଜା ପ୍ରସ୍ତୁତି ବୈଠକରେ ମତପ୍ରକାଶ ପାଇଛି । ଅପରାହ୍ନରେ ଜିଲ୍ଳା ପ୍ରଶାସନ ପକ୍ଷରୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟଦ୍ୱାରା ଶହିଦ ଭବନଠାରେ ଆୟୋଜିତ ବୈଠକରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଅଧ୍ୟକ୍ଷତା କରି ସହରାଂଚଳ ଦୁର୍ଗାପୂଜା ନିମନ୍ତେ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ସତର୍କତାମୂଳକ ଭାବେ ପାର୍ବଣ ପାଳନ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି ।

ବିଶେଷକରି ସର୍ବସାଧାରଣ ରାସ୍ତାକୁ ଅବରୋଧମୁକ୍ତ ରଖି ତୋରଣ ନିର୍ମାଣ, ୫୦ ମିଟର ଦୂରତା ପର୍ଯ୍ୟନ୍ତ ରାସ୍ତା ଉପରେ ଲାଇଟ୍ ସାଜସଜ୍ଜା, ସମସ୍ତ ପୂଜାମଣ୍ଡପ ଓ ତୋରଣ ପାଇଁ ସୁରକ୍ଷା ପ୍ରମାଣପତ୍ର, ଅଗ୍ନିଶମ ପ୍ରମାଣପତ୍ର, ବିଦ୍ୟୁତ୍ ପ୍ରମାଣପତ୍ର ପାଇଁ ସିଙ୍ଗଲ ୱିଣ୍ଡୋ କମିଟିର ଅନାପତି ପ୍ରମାଣପତ୍ର ହାସଲ କରିବାକୁ ବାଧ୍ୟତାମୂଳକ କରାଯାଇଥିବା ଜିଲ୍ଳାପାଳ କହିଛନ୍ତି । ସହରର ବିଭିନ୍ନ ସ୍ଥାନରେ କେବଳ ଆବେଦନ କରିଥିବା ପୂଜା କମିଟିିଙ୍କୁ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଗେଟ୍ ନିର୍ମାଣ ପାଇଁ ଅନୁମତି ପ୍ରଦାନ କରାଯିବ । ବର୍ଦ୍ଧିତ ଅବଧି ସତ୍ତ୍ୱେ ୧୧୭ଟି ପୂଜା କମିଟି ସିଙ୍ଗଲ ୱିଣ୍ଡୋ ମାଧ୍ୟମରେ ଆବେଦନ କରିଛନ୍ତି ।

ବିଭିନ୍ନ ପୂଜା କମିଟି ଓ ଶାନ୍ତି କମିଟିର ଅନୁରୋଧ କ୍ରମେ ଆସନ୍ତା ୧୩ ତାରିଖ ଶନିବାର ବାରବାଟୀ ପ୍ୟାଲେସଠାରେ ସକାଳ ୧୧ ଘଟିକାଠାରୁ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ଗୋଟିଏ ଦିନ ପାଇଁ ପୁନର୍ବାର କାର୍ଯ୍ୟକ୍ଷମ ରଖିବା ନିମନ୍ତେ ଜିଲ୍ଲାପାଳ ଅନୁମୋଦନ କରିଛନ୍ତି । ପୂର୍ବବର୍ଷ ଭଳି ଚଳିତ ଥର ମଧ୍ୟ ଲେଜର ଲାଇଟ ଓ ଡିଜେକୁ ସମ୍ପୁର୍ଣ୍ଣ ନିଷେଧ କରାଯାଇଛି । ସହରର ସମସ୍ତ ରାସ୍ତାଘାଟ ମରାମତି, ଡ୍ରେନେଜ୍ ସଫେଇ, ଗଛ ଓ ବୁଦା କଟେଇ ଆଦି କାର୍ଯ୍ୟ ଆସନ୍ତା ୨୩ ତାରିଖ ସୁଦ୍ଧା ଶେଷ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରଯାଇଥିବା କଟକ ମହାନଗର ନିଗମ କମିଶନର ସୁଶ୍ରୀ କିରନଦୀପ କୌର ସହୋତା କହିଛନ୍ତି ।

ରାସ୍ତାରେ ଓହଳି ରହିଥିବା କେବୁଲ ତାର ଓ ବୈଦ୍ୟୁତିକ ତାର ହଟାଇବା ପାଇଁ ଆସନ୍ତା ୧୫ ତାରିଖରେ ଏକ ବୈଠକ ରଖାଯାଇଥିବା କମିଶନର କହିଛନ୍ତି । ସହରର ବିଭିନ୍ନ ସ୍ଥାନରେ ଡଷ୍ଟବିନ ଯୋଗାଇ ଦିଆଯିବ । ଏତଦବ୍ୟତୀତ ବିଭିନ୍ନ ଶୌଚାଳୟ ଗୁଡିକର ମରାମତି କରାଯିବା ସହ ଆବଶ୍ୟକ ମୋବାଇଲ ଟଏଲଟ ଯୋଗାଇ ଦେବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ । ମୃଣ୍ମୟୀ ପ୍ରତିମାଗୁଡିକର ସୁବିଧାଜନକ ବିସର୍ଜନ ନିମନ୍ତେ ଦେବୀଗଡାଠାରେ ତିନିଟି ଅସ୍ଥାୟୀ ଜଳାଶୟ ନିର୍ମାଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତିି । ଚୌଦ୍ୱାର କଟକ ବିଧାୟକ ଶ୍ରୀ ସୌଭିକ ବିଶ୍ୱାଳ ପୂଜା ସମୟରେ ପରିଛନ୍ନତା ଉପରେ ବିଶେଷ ଗୁରୁତ୍ୱାରୋପ କରି ସ୍ୱଚ୍ଛ ପାନୀୟ ଜଳ ଯୋଗାଣ,

ସହରରେ ଥିବା ବିଦ୍ୟୁତ ଖୁଂଟଗୁଡିକରେ ଝୁଲି ରହିଥିବା ଅକାମୀ କେବୁଲଗୁଡିକର ସ୍ଥାୟୀ ଭାବରେ ଅପସାରଣ, ତୋରଣଗୁଡିକ ଅତି ବେଶୀରେ ୧୦ରୁ୧୫ ଦିନ ମଧ୍ୟରେ ଖୋଲାଯିବା ଦିଗରେ ପଦକ୍ଷେପ ନେବାକୁ ସେ ପ୍ରସ୍ତାବ ବାଢିଥିଲେ । କଟକ ମହାନଗର ନିଗମ ମେୟର ଶ୍ରୀ ସୁବାସ ଚନ୍ଦ୍ର ସିଂହ କଟକ ନଗର ଦୁର୍ଗାପୂଜା ନିମନ୍ତେ ମହାନଗର ନିଗମ ତରଫରୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇ ଆବଶ୍ୟକୀୟ ସହଯୋଗ ଯୋଗାଇ ଦିଆଯିବାକୁ ପ୍ରତିଶୃତି ରଖିଥିଲେ । କଟକ ମହାନଗର ପୂଜା କମିଟି ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ,ଶ୍ରୀ ପ୍ରଭାତ କୁମାର ତ୍ରିପାଠୀ ସଭା ପରିଚାଳନା କରି ଚଳିତ ବର୍ଷ ଦୁର୍ଗାପୂଜା ପାଳନ ପାଇଁ ସମସ୍ତ ପୂଜା କମିଟି ପ୍ରଶାସନ ପକ୍ଷରୁ ପୁନଶ୍ଚ ଖୋଲାଯାଇଥିବା ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥାର ସୁଯୋଗ ନେଇ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶାବଳି ପାଳନ ପୂର୍ବକ ସୁଚାରୁରୂପେ ଦୁର୍ଗାପୂଜା ପାଳନ କରିବାକୁ ପରାମର୍ଶ ଦେଇଥିଲେ ।

ପ୍ରକାଶ ଥାଉକି, କଟକ ମହାନଗର ଶାନ୍ତି କମିଟି ସଭାପତି ଶ୍ରୀ ଦେବେନ୍ଦ୍ରନାଥ ସାହୁ ମତାମତ ରଖିଥିବା ବେଳେ ସମ୍ପାଦକ ଶ୍ରୀ ଭିକାରୀ ଦାସ କମିଟି ପକ୍ଷରୁ ଗୃହୀତ ପ୍ରସ୍ତାବ ପାଠ କରିଥିଲେ। ସେହିଭଳି ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ସଭାପତି ଶ୍ରୀ ବିଜୟ କୁମାର ସାହୁ ନିଜର ମତାମତ ରଖିଥିଲେ ଏବଂ ସମ୍ପାଦକ,ଶ୍ରୀ ପ୍ରଫୁଲ୍ଲ କୁମାର ସାହୁ କମିଟି ପକ୍ଷରୁ ଗୃହୀତ ପ୍ରସ୍ତାବ ପାଠ କରିଥିଲେ । ସଭାରେ ଆଂଚଳିକ ଶାନ୍ତି କମିଟି କର୍ମକର୍ତ୍ତା ଏବଂ ଅଲିଶା ବଜାର, କାଜିବଜାର, ବାଲୁବଜାର, ଫିରିଙ୍ଗି ବଜାର ତଥା ଅନ୍ୟାନ୍ୟ ପୂଜା କିମଟିର ସଦସ୍ୟମାନେ ପୂଜା ପୂର୍ବରୁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଅବଗତ କରିଥିଲେ ।

ଆଜିର ଏହି ଦୁର୍ଗାପୂଜା ପ୍ରଶାସନିକ ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମହାନଗର ନିଗମ ଡେପୁଟି ମେୟର, ସୁଶ୍ରୀ ଦମୟନ୍ତୀ ମାଝୀ ଯୋଗଦେଇଥିବା ବେଳେ ବରିଷ୍ଠ ନେତୃବୃନ୍ଦ ଶ୍ରୀ ନୟନ କିଶୋର ମହାନ୍ତି,ଶ୍ରୀ ସୁକାନ୍ତ ବିଶ୍ଵାଳ, ଶ୍ରୀ ମଧୁସୂଦନ ସାହୁ, ଶ୍ରୀ ସୁରେଶ ମହାପାତ୍ର, ଶ୍ରୀ ଅମରେନ୍ଦୁ ମହାନ୍ତି ପ୍ରମୁଖ ବୈଠକରେ ଉପସ୍ଥିତ ରହି ସମଗ୍ର ସହରରେ ଚଳିତ ବର୍ଷ ଦୁର୍ଗାପୂଜା ଉଭୟ ପ୍ରଶାସନ ଓ ପୂଜା କମିଟିମାନଂକ ସହୋଯୋଗରେ ମାନ୍ୟବର ନ୍ୟାୟାଳୟଙ୍କ ଦ୍ଵାରା ପ୍ରଣୀତ ନୀତି ନିୟମ ପାଳନ ପୂର୍ବକ ଅନୁଷ୍ଠିତ ହେବ ବୋଲି ମତବ୍ୟକ୍ତ କରି ପୂଜା ପୁର୍ବରୁ ଆବଶ୍ୟକୀୟ ରାସ୍ତା ମରାମତି, କେବୁଲ ଅପସାରଣ ଏବଂ ଅନ୍ୟାନ୍ୟ ବିଷୟରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରଶାସନକୁ ଅନୁରୋଧ କରିଥିଲେ।

ପରିଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବ ଟପୋ ଦୁର୍ଗାପୂଜା ପାଇଁ ପ୍ରଶାସନିକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଥିବା ସମ୍ପର୍କରେ ଅବଗତ କରାଇଥିଲେ । ଏଥି ସହ ଚଳିତ ବର୍ଷ ନିୟମ ଅନୁପାଳନ ନିମନ୍ତେ ସମସ୍ତ ପୂଜାକମିଟିର ସହଯୋଗ କାମନା କରି ଧନ୍ୟବାଦ ଜ୍ଞାପନ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ ସ୍ଵାଗତ ଭାଷଣ ପ୍ରଦାନ କରିଥିବାବେଳେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀମାନେ ନିଜ ନିଜର ପ୍ରସ୍ତୁତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

April 30, 2026
ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ

ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ

April 30, 2026
ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ

ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ

April 30, 2026
ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

April 30, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

April 30, 2026
ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ

ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ

April 30, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version