ଜଗତସିଂହପୁର (ଓଡିଶା ତାଜାନ୍ୟୁଜ) ନି. ପ୍ର :- ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ହାଜିପୁର ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ଚତୃଦ୍ଧା ମୂର୍ତ୍ତି ଙ୍କର ନୀଳାଦ୍ରି ବିଜେ ସୋମବାର ରାତିରେ ଅନୁଷ୍ଠିତ ହୋଇଯାଇଛି l ବାହୁଡା଼ ଠାରୁ ଶ୍ରୀଜୀୟୁ ମାନେ ତିନିଦିନ ଧରି ରଥଉପରେ ରହିବାପରେ ଶନିବାର ସୁନାବେଶ,

ରବିବାର ଅଧର ପଣା ଓ ଆଜି ସୋମବାର ଦୈତାପତି ସେବକ ମାନଙ୍କଦ୍ୱାରା ଗୋଟି ପହଣ୍ଡିରେ ରତ୍ନ୍ନ ସିଂହାସନ କୁ ବିଜେ କରିଥିଲେ l ଏହିପରିପ୍ରେକ୍ଷୀରେ ଶ୍ରୀଜଗନ୍ନାଥଙ୍କୁ ପହଣ୍ଡିବେଳେ ସିଂହ ଦ୍ୱାର ସମ୍ମୁଖରେ ମା ଲଷ୍ମୀ ବାଟ ଛାଡି ନଥିଲେ ପରେ ରସଗୋଲା ଭୋଗ ଦେବାପରେ ମା ଲଷ୍ମୀଙ୍କ ମାନଭଞ୍ଜନ ହୋଇଥିଲା

ପରେ ଶ୍ରୀଜଗନ୍ନାଥଙ୍କୁ ସିଂହାସନରେ ଉପଵେଶନ କରାଯାଇ ଥିଲା ଏହାପରେ ଶ୍ରୀଜୀୟୁ ମାନଙ୍କୁ ବେଶ କରାଯାଇ ଦୈତାପତି ସେବକ ମାନେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ l ଶେଷରେ ଦୈତାପତି ସେବକ ମାନଙ୍କର ମୁଖ୍ୟ ସେବକ ବିଶ୍ୱାବସୁ ବିଭୁଦତ୍ତ ସାହୁ ମନ୍ଦିର ରାଜା ପ୍ରମୋଦ କୁମାର ନନ୍ଦୀ ଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ l














