ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲାରୁ ୭୩ତମ ଶିଶୁଙ୍କୁ ଜିଲ୍ଲାପାଳ ଶ୍ରୀମତି ମଧୁମିତା (ଭା.ପ୍ରା.ସେ) ପୋଷ୍ୟ ସନ୍ତାନ ଭାବେ ପଶ୍ଚିମ ବଙ୍ଗ ରାଜ୍ୟର ଏକ ଦମ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି । ପିତୃମାତୃହୀନ ଏହି ଶିଶୁଙ୍କୁ ପରିତ୍ୟକ୍ତ ଅବସ୍ଥାରେ ଅଜଣା ବ୍ୟକ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାରଳାଖେମୁଣ୍ଡିଠାରେ ଥିବା କ୍ରେଡେଲଠାରେ ଛାଡ଼ି ଚାଲିଯାଇଥିଲେ । ଶିଶୁଟି ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ କେନ୍ଦ୍ରର କର୍ମକର୍ତ୍ତାଙ୍କ ଦ୍ଵାରା ଉଦ୍ଧାର ହୋଇ ଶିଶୁ ମଙ୍ଗଳ ସମିତିଙ୍କ ନିର୍ଦ୍ଦେଶ କ୍ରମେ ଯତ୍ନ ଓ ସୁରକ୍ଷା ନିମନ୍ତେ ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ନିଶାନ ଶାଲୋମ, ରାଣୀପେଟାଠାରେ ରଖାଯାଇଥିଲା ।














