No Result
View All Result
ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ୍) ହିଞ୍ଜିଳିକାଟୁ :- ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ଅନୁଷ୍ଠାନ ନିର୍ଦ୍ଦେଶ କ୍ରମେ ଏବଂ ଜିଲ୍ଲାପାଳ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ, ଗଞ୍ଜାମଙ୍କ ଆନୁକୁଲ୍ୟରେ ସ୍ବାଧୀନତା ଦିବସରେ ପଞ୍ଚାୟତ ସ୍ତରୀୟ ଗ୍ରାମସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କ୍ରମରେ ଶୁକ୍ରବାର ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ସାଗରିକା ଷଢ଼ଙ୍ଗୀଙ୍କ ତତ୍ତ୍ୱାବଧାନରେ ହିଞ୍ଜିଳିକାଟୁ ବ୍ଳକରେ ପଞ୍ଚାୟତ ସ୍ତରୀୟ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା । ରାଳବ ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ପାତ୍ରଙ୍କ ସଂଯୋଜନରେ ଆୟୋଜିତ କାର୍ଯ୍ୟକ୍ରମରେ ସରପଞ୍ଚ ରଶ୍ମିତା ପ୍ରଧାନ ସଭାପତିତ୍ବ କରିଥିଲେ ।

ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ପଞ୍ଚାୟତ ଗୁଡ଼ିକର ବିଭିନ୍ନ ଉନ୍ନୟନ ଓ ସାଧାରଣ ଲୋକଙ୍କ ଉନ୍ନତି ସକାଶେ ସରକାର ପ୍ରତିଶ୍ରୁତିବଦ୍ଧ। ପଞ୍ଚାୟତ ଗୁଡ଼ିକର ଉନ୍ନତି ସୁଚକ ତଥ୍ୟ ବିଧିମାନ୍ୟ ଓ ଅନୁମୋଦନ, ଗ୍ରାମ ପଞ୍ଚାୟତ ଉନ୍ନୟନ କାର୍ଯ୍ୟ, ସ୍ବାସ୍ଥ୍ୟ ସମ୍ପର୍କିତ ପ୍ରସଙ୍ଗ ଉପରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିଲା । ବିଶେଷତଃ ପଞ୍ଚାୟତ ଗୁଡ଼ିକରେ ସାମୁହିକ ଉନ୍ନୟନ କ୍ଷେତ୍ରକୁ ଅଗ୍ରାଧିକାର ଦିଆଯାଇ ଲୋକଙ୍କ ସାମାଜିକ ଓ ଅର୍ଥନୀତି ଅଭିବୃଦ୍ଧି ପାଇଁ ଗୁରୁତ୍ଵ ଦିଆଯାଇଛି। କାର୍ଯ୍ୟକ୍ରମରେ ନାଏବ ସରପଞ୍ଚ ଶଙ୍କର ପୋଲେଇ, ମୌସୁମୀ ପାଣିଗ୍ରାହୀ, ଏଡିଇଓ ଗଜେନ୍ଦ୍ର ଗୌଡ଼, କାଳୀ ଚରଣ ଦଳାଇ, ଅଙ୍ଗନବାଡି, ୱାର୍ଡ ସଭ୍ୟ ଓ ସଭ୍ୟା, ଗାଁ ସାଥୀ ଏମବିକେ, ଆରପିସି ଓ ଗ୍ରାମବାସୀ ଉପସ୍ଥିତ ଥିଲେ। ଅନୁରୂପ ଭାବେ ନନ୍ଦିକ, ପୁଟିଆ ପଦର,ଶିକିରି, ଶାସନ ଆମ୍ବଗାଁ ଭାବନ୍ଧ,ସାରୁ ସମେତ ସମସ୍ତ ପଞ୍ଚାୟତରେ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା ।

No Result
View All Result