No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ଜିଲ୍ଲା ବାରଙ୍ଗ ବ୍ଲକ ନଗରୀ ପଞ୍ଚାୟତର ଅରିଲୋ ଗ୍ରାମରେ ଥିବା ଜନାର୍ଦ୍ଦନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଗୁଞ୍ଜରଣ ବୁଧବାର ଅପରାହ୍ନରେ ସ୍କୁଲ ପରିସରେ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନଶିକ୍ଷକ ରାମଚନ୍ଦ୍ର କୋରୁଆ ଙ୍କ ସଭାପତିତ୍ବରେ ଆୟୋଜିତ ବାର୍ଷିକ ଉତ୍ସବରେ ଝିଆରୀ ବିଧାୟକ ଛବି ମଲ୍ଲିକଙ୍କ ବାରଙ୍ଗ ବ୍ଲକ ପ୍ରତିନିଧି ତଥା ଗବବସ୍ତ ମଣ୍ଡଳ ବିଜେପି ର ସଂଯୋଜକ ଧିରେନ୍ଦ୍ର ବାରିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବକୁ ଉଦଘାଟନ କରିଥିଲେ ।
ଆୟୋଜିତ ଉତ୍ସବରେ ବିଦ୍ୟାଳୟର ପୁରାତନ ଛାତ୍ର ତଥା ଲେଖକ ଗୋପାଳ ମିଶ୍ର ମୁଖ୍ୟ ବକ୍ତା, ଗବବସ୍ତ ମଣ୍ଡଳ ବିଜେପି ସଭାପତି ଅଶ୍ଵିନୀ କାଣ୍ଡି, ସ୍କୁଲ ପରିଚାଳନା କମିଟିର ସଭାପତି ବିକ୍ରମ ମହାନ୍ତି, ଆଡଭୋକେଟ ପ୍ରଭୁ ପ୍ରସାଦ ମହାନ୍ତି , ତପସ୍ୱୀ ନି ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ କହିଲେ ଯେ, ବିଦ୍ୟାଳୟ ଏକ ଭଲ ମଣିଷ କରି ଗଢିତୋଳିବା ର କାରଖାନା । ଏଠାରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯେଭଳି କରି ଗଢିତୋଳିବେ, ସେମାନେ ସେହିଭଳି ସମାଜରେ ସେମାନଙ୍କ ଭିତରେ ଥିବା ଆନ୍ତଃ ନିହିତ ଗୁଣକୁ ପରିପ୍ରେକରି ପାରିବେ ବୋଲି କହିଥିଲେ ।
ଆୟୋଜିତ ଉତ୍ସବରେ ପିଲାମାନେ ସୁନ୍ଦର ନୃତ୍ୟ ପରିବେଷଣ କରି ଉପସ୍ଥିତ ଅତିଥି, ଅଭିଭାବକ ଏବଂ ଜନ ସାଧାରଣଙ୍କୁ ମନ୍ତ୍ରମୁଗ୍ଧ କରି ରଖିଥିଲେ । ଅତିଥି ମାନେ ବିଦ୍ୟାଳୟରେ ଅଧ୍ୟୟନ କରୁୂଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ଟ୍ରଫି ଦେଇ ପୁରସ୍କୃତ କରିଥିୁୁଲେ । କାର୍ଯ୍ୟ କ୍ରମକୁ ପରିଚାଳନା କରିଥିଲେ ବ୍ରହ୍ମା ନନ୍ଦ ସାହୁ , ଗୋବିନ୍ଦ ଚନ୍ଦ୍ର ସାହୁ, ଶିକ୍ଷୟିତ୍ରୀ ସଙ୍ଗୀତା ସାହୁ, ସ୍ବର୍ଣ୍ଣଲତା ମହାରଣା,ବିରାଜ ଚନ୍ଦ୍ର ବେହେରା, ମିନତୀ ଦାସ, ଗୈ।ତମ ସାହୁ ପ୍ରମୁଖ ।

No Result
View All Result