ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ବିଶ୍ବସ୍ତରୀୟ ପୁରୀ ସହର । ଖୁବଶୀଘ୍ର ହେବ ମହାନଗର । ୨୦୧୫ ନବକଳେବର ସମୟରେ ପୁରୀ ବଡଦାଣ୍ଡରେ ଭୂତଳ କେବୁଲ ବିଦ୍ୟୁତ ବ୍ଯବସ୍ଥା ଆରମ୍ଭ ହୋଇଥିଲା । ବଡଦାଣ୍ଡ ସଂଲଗ୍ନ ସାହି ଗୁଡିକ ମଧ୍ଯ ଭୂତଳ ବିଦ୍ୟୁତ କେବୁଲ ସଂଯୋଗ ହେବା ପାଇଁ ଅର୍ଥ ବରାଦ ହୋଇସାରିଥିଲା । ଅନେକ ସ୍ଥାନରେ ଭୂତଳ କେବୁଲ ହୋଇଥିଲେ ମଧ୍ଯ ସାହି ଗୁଡିକରେ ଖୁଣ୍ଟ ଓ ବିଦ୍ୟୁତ ତାର ଝୁଲିବା ପର୍ଯ୍ୟଟକ ମାନେ ନାପସନ୍ଦ କରିଛନ୍ତି । ପୁରୀର ସୌନ୍ଦର୍ଯ୍ୟକରଣକୁ ଏହା କୁଠାରଘାତ କରୁଛି ।















