No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) କଟକ :- ବିଦେଶରେ ଅଧିକ ରୋଜଗାର କରିବାକୁ ଯାଇ ମିଆଁମାର ସାଇବରଙ୍କ କବଜାରେ ପଡି ଦୀର୍ଘ ୩ ମାସ ଧରି ଓଡିଶାର ନିଆଳି ଅଞ୍ଚଳର ୪ ଜଣ ଯୁବକ ବହୁ ନିର୍ଯ୍ୟାତନା ପାଉଥିବାର ଜାଣିବାକୁ ମିଳିଛି। ନିଆଳିର ଏହି ୪ ଜଣ ଯୁବକ ଜଣେ ଏଜେଣ୍ଟଙ୍କ ଜରିଆରେ ପ୍ରଥମେ ହଂ କଂ କୁ ଏକ ଫୁଡ ପ୍ୟାକେଜିଂ କମ୍ପାନୀରେ କାମ କରିବାକୁ ଯାଇଥିଲେ । ଅଧିକ ଟଙ୍କା ରୋଜଗାର କରିବାର ପ୍ରଲୋଭନ ଦେଖାଇ ଏମାନଙ୍କୁ ମିଆଁମାରର ସାଇବର ଠକ ଏବେ ଫସାଇ ବନ୍ଦନରେ ରଖିଛନ୍ତି ।

ନିଆଳିର ଏହି ୪ ଜଣ ଯୁବକମାନଙ୍କୁ ଉଦ୍ଧାର କରିବା ପାଇଁ ତାଙ୍କ ପରିବାର ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରେ ଆକୁଳେ ନିବେଦନ କରାଯାଇଛି । ମୁଖ୍ୟ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ହୋଇଥିବା ଅଭିଯୋଗରୁ ଜଣାପଡିଛି ଯେ ୬ ମାସ ପୂର୍ବେ କଟକ ଜିଲ୍ଲା ଅନ୍ତର୍ଗତ ନିଆଳି ଜଲାରପୁର ଗ୍ରାମର ପ୍ରତ୍ୟୁଷ ସ୍ବାଇଁ, ବିଜୟ ନାୟକ, ଓ ବରିମୁଣ୍ଡେଇ ଗ୍ରାମର ସୌମ୍ୟରଞ୍ଜନ ବିହାରୀ, ଲକ୍ଷ୍ମୀନାରାୟଣ ପଣ୍ଡା ପ୍ରମୁଖ ଯୁବକ କିଛି ଦଲାଲଙ୍କ ସହଯୋଗରେ ଅଫିସିଆଲ୍ ଡକ୍ୟୁମେଣ୍ଟସନ କାମ କରିବା ପାଇଁ କାମୋଡ଼ିଆ ଦେଶକୁ ଯାଇଥିଲେ ।

ସେଠାରେ କାର୍ଯ୍ୟ କରିବା ପରେ ସେଠାରେ କିଛି ଦଲାଲଙ୍କ ହାବୁଡରେ ସେମାନେ ପଡିଥିଲେ । ନିକଟବର୍ତ୍ତୀ ଦେଶ ମିଆଁ ମାରରେ ଅଧିକ ଟଙ୍କା ରୋଜଗାର ମିଳିବ ବୋଲି ସେମାନଙ୍କୁ କୁହାଗଲା,ଏଥିରେ ଯୁବକମାନେ ରାଜି ହେବାରୁ ଦଲାଲ ସେମାନଙ୍କୁ ବାଇକ୍ ରେ ବସାଇ ବେଆଇନ ଭାବେ ସୀମା ପାର କରାଇ ମିଆଁମାରକୁ ନେଇଯାଇଥିଲେ । ଆଉ ସେଠାରେ ଦଲାଲମାନେ ଯୁବକମାନଙ୍କୁ ସାଇବର ଠକଙ୍କ ପାଖରେ ପହଞ୍ଚାଇ ଦେଲେ । ସାଇବରକ୍ରାଇମ୍ରର ପକ୍ଷରୁ ଠକାମୀ ସହିତ ନିର୍ଯ୍ୟାତନା ଆରମ୍ଭ କରାଯାଇଥିଲା ।

ସାଇବର ଠକମାନେ ସେମାନଙ୍କୁ ଅନ୍ୟ କାମ ନ ଦେଇ ଫୋନ ଯୋଗେ ଭାରତୀୟ ଲୋକମାନଙ୍କୁ ଫୋନ କରି ଓଡ଼ିଶାର ଲୋକଙ୍କୁ ଠକିବା ପାଇଁ ବାଧ୍ୟ କଲେ । ହିନ୍ଦୀ ଏବଂ ଓଡିଆ ଭାଷାରେ କଥା ହୋଇ ଲୋକଙ୍କୁ ଠକେଇ ଜାଲରେ ଫସେଇବା ପାଇଁ ବ୍ୟବହାର କଲେ । ଯୁବକମାନେ ଏହାକୁ ବିରୋଧ କରିବାରୁ ସେମାନଙ୍କୁ ମାଡ ମରା ଯିବା ସହିତ ଖାଦ୍ୟ ଓ ପାଣି ଦେବା ବନ୍ଦ କରି ଦିଆଗଲା । ପୁଣି ସେମାନଙ୍କ ପରିବାରକୁ ବ୍ଲାକ ମେଲ କରି ନିଜ ନିଜ ଅଞ୍ଚଳରୁ ୨୦ ଟି ଲେଖାଏ ବ୍ୟାଙ୍କ ଆକାଉଣ୍ଟ ଯୋଗାଡ କରି ଆଣିବାକୁ କୁହାଯାଇଥିଲା ।

ଠକେଇ ଟଙ୍କା ଏହି ଆକାଉଣ୍ଟସରେ ଡିପୋଜିଟ ହେବା ପରେ ସେଥିରୁ ଉଠାଇ ଏହି ୪ ଜଣ ଯୁବକଙ୍କ ଆକାଉଣ୍ଟରେ ଡିପୋଜିଟ କରିବାକୁ କୁହାଗଲା । ଏ ନେଇ ଯୁବକମାନଙ୍କ ପରିବାରଙ୍କ ପକ୍ଷରୁ ପ୍ରଥମେ ଲେବର କମିଶନରଙ୍କୁ ଭେଟି ଜଣାଇଲେ । ପରେ ମିଆଁମାର ଦୂତାବାସ କାର୍ଯ୍ୟାଳୟର ସହିତ ଯୋଗାଯୋଗ କରାଯାଇଥିଲେ ମଧ୍ୟ କିଛି ସୂଫଳ ମିଳିନଥିଲା ସେଥି ନେଇ ନିର୍ଯ୍ୟାତିତ ପରିବାରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ଦେଖା ଦେଇଛି ।
ସାଇବରକ୍ରାଇମ୍ ପକ୍ଷରୁ ଦିନକୁ ଦିନ ନିର୍ଯ୍ୟାତନା ବଢ଼ୁଥିବାରୁ ଯୁବକମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇପଡିଛି । ନିର୍ଯ୍ୟାତନା ଭୋଗୁଥିବା ଯୁବକମାନଙ୍କ ପରିବାର ଏବେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଏଣୁ ପରିବାରଙ୍କ ପକ୍ଷରୁ ରାଜ୍ୟ ମୁଖ୍ୟ ମନ୍ତ୍ରୀଙ୍କ କାର୍ଯ୍ୟାଳୟ , ଏବଂ ପ୍ରଧାନ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ( ପିଏମ ଓ ) ପର୍ଯ୍ୟନ୍ତ ସମସ୍ତ ଲୋକ ପ୍ରତିନିଧିଙ୍କ ଠାରେ ମିଆଁମାରର ସାଇବରଙ୍କ କବଜାରେ ବନ୍ଦୀ ଭାବେ ରହି ନିର୍ଯ୍ୟାତନା ଭୋଗୁଥିବା ନିଜର ପିଲାମାନଙ୍କୁ ଉଦ୍ଧାର କରିବା ପାଇଁ ଆକୁଳେ ନିବେଦନ କରାଯାଇଛି ।

No Result
View All Result