No Result
View All Result
ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଭାରତୀୟ ରେଡକ୍ରସ ଓଡିଶା ରାଜ୍ୟ ଶାଖା ତରଫରୁ ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅନୁମୋଦନ କ୍ରମେ ଜିଲ୍ଲା ଜୁନିଅର ରେଡକ୍ରସ ପ୍ରୟାସ ରେ ମୋହନା ବ୍ଲକରେ ସରକାରୀ ଉଚ୍ଚ ବିଦ୍ୟାଳୟ ଯୋଡାଆମ୍ବ, ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ଚନ୍ଦ୍ରଗିରି, ସରକାରୀ ଉଚ୍ଚ ବିଦ୍ୟାଳୟ ରାଇପୁର ଠାରେ ପ୍ରାଥମିକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ଜୁନିଅର ରେଡକ୍ରସ ଅଧିକାରୀ ଶ୍ରୀ ସଂଜୀବ କୁମାର ଦାସ,
ଜିଲ୍ଲା ସମ୍ବଳ ସାଧନକର୍ମୀ ଶ୍ରୀ ପ୍ରହ୍ଲାଦ ଶିଅଳ, ଜିଲ୍ଲା ସମ୍ବଳ ସାଧନକର୍ମୀ ଶ୍ରୀ ମୁକ୍ତିକାନ୍ତ ମଲ୍ଲିକ ପ୍ରମୁଖ ଯୋଗଦାନ କରି ପିଲାମାନଙ୍କୁ ପ୍ରାଥମିକ ଚିକତ୍ସା ଉପରେ ବିଭିନ୍ନ ପ୍ରକାର କୌଶଳ ମାନ ପ୍ରଦାନ କରିଥିଲେ। ଉକ୍ତ ବିଦ୍ୟାଳୟ ଗୁଡିକରେ ରେ ବହୁତ ପିଲା ଯୋଗଦାନ କରିବା ସହ ପ୍ରାଥମିକ ଚିକିତ୍ସାର ସହାୟତା, କେତୋଟି ସାଧାରଣ ଅସୁସ୍ଥତା ଓ ସରଳ ପ୍ରାଥମିକ ଉପଚାର, ଶ୍ୱାସରୋଗ ଓ ଚେତହୀନତା,
କ୍ଷତ, ରକ୍ତସ୍ରାବ ଓ ଡ୍ରେସିଂ ପଟି, ଅସ୍ଥିଭଗ୍ନ, ପୋଡା ଘା’ର ପ୍ରାଥମିକ ଉପଚାର, ପଶୁ ଓ କୀଟ ଦଂଶନ ବିଷୟରେ ତାଲିମ ଗ୍ରହଣ କରିଥିଲେ। ପରିଶେଷରେ ଜିଲ୍ଲା ଶିକ୍ଷାଅଧିକାରୀ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଓ ରାଜ୍ୟ ଜୁନିଅର ରେଡକ୍ରସ ଅଧିକାରୀ ଙ୍କୁ ଏଭଳି ଏକ ତାଲିମ ପାଇଁ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀ ଓ ସହକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ଧନ୍ୟବାଦ ଅର୍ପଣ କରିଛନ୍ତି ।

No Result
View All Result