• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଗଜପତିରେ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ପିଅନଙ୍କ ମାଡ଼, ତାତିଲେ ଅଭିଭାବକ – ସ୍କୁଲରେ ପଡିଲା ତାଲା

Proprietor Abhimanyu Maharana by Proprietor Abhimanyu Maharana
June 29, 2025
in ଓଡ଼ିଶା, ଗଜପତି, ହୋମ୍
0
ଗଜପତିରେ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ପିଅନଙ୍କ ମାଡ଼, ତାତିଲେ ଅଭିଭାବକ –  ସ୍କୁଲରେ ପଡିଲା ତାଲା
Share on FacebookShare on TwitterWhatsapp

ପାରଳାଖେମୁଣ୍ଡି  (ଓଡ଼ିଶା ତାଜା ନ୍ୟୁଜ୍) :-  ଗଜପତି ଜିଲ୍ଲାରେ ଜଣେ ନିଶାସକ୍ତ ପିଅନଙ୍କ ମାଡ଼ରେ ପ୍ରଥମ ଶ୍ରେଣୀର ଜଣେ ଛାତ୍ର ଆହତ ହୋଇଛନ୍ତି. ଘଟଣା ନେଇ ଅଭିଭାବକଙ୍କ ଠାରେ ତୀବ୍ର ଅସନ୍ତୋଷ ଓ ଉତ୍ତେଜନା ପ୍ରକାଶ ପାଇବା ସହ ଅଭିଭାବକମାନେ ସମ୍ପୃକ୍ତ ସ୍କୁଲକୁ ଘେରିବା ସହ ସ୍କୁଲରେ ତାଲା ପକାଇ ଦେଇଥିବା ସୂଚନା ମିଳିଛି. ଏହି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ କର୍ଚ୍ଚବାଡ଼ି ଗ୍ରାମରେ ରହିଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ପାଠ ପଢ଼ୁଥିବା ଜଣେ ଛାତ୍ରଙ୍କୁ ସେହି ବିଦ୍ୟାଳୟର ପିଅନ ମାଡ଼ ମାରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି l ଗତକାଲି ସକାଳ ପ୍ରାୟ ସାଢେ ୯ ଟାରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଆସିଥିଲେ l

ବିଦ୍ୟାଳୟ ଭିତରେ ଛାତ୍ରଛାତ୍ରୀ ମାନେ ଖେଳୁଥିବା ବେଳେ ପିଅନ ବୃନ୍ଦାବନ ମଳିକ ନିଶାସକ୍ତ ଅବସ୍ଥାରେ ଏକ ବାଉଁଶ ବାଡ଼ି ଧରି ପିଲାଙ୍କୁ ମାଡ଼ ମାରିଥିଲେ l ଫଳରେ ଜଣେ ପ୍ରଥମ ଶ୍ରେଣୀ ଛାତ୍ର ସୂରଜ କୁମାର ଗୌଡ଼ (୭) ଆହତ ହେବା ସହ ତାଙ୍କ ହାତ, ପିଠି ଓ ଶରୀରର ବିଭିନ୍ନ ସ୍ଥାନରେ ମାଡ଼ ଲୋଳା ପଡିଯାଇଥିବା ଦେଖିବାକୁ ମିଳିଛି l ସେତେବେଳେ ଶିକ୍ଷକ, ଶିକ୍ଷୟିତ୍ରୀ କେହି ବିଦ୍ୟାଳୟ କୁ ଆସିନଥିଲେ l ଏନେଇ ଛାତ୍ର ଜଣକ ପରିବାର ଲୋକଙ୍କୁ କହିବା ପରେ ଗ୍ରାମର ଅନ୍ୟ ଅଭିଭାବକମାନେ ଜାଣିବା ପରେ ଉତ୍ୟକ୍ତ ହୋଇ ବିଦ୍ୟାଳୟରେ ପହଞ୍ଚି ହୋହାଲ୍ଲା କରିବା ସହ ସମ୍ପୃକ୍ତ ପିଅନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ l ପିଅନ ସବୁବେଳେ ନିଶାସକ୍ତ ଅବସ୍ଥାରେ ରହୁଥିବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି l

ଦୀର୍ଘ ୧୨ ବର୍ଷ ଧରି ଏହି ବିଦ୍ୟାଳୟରେ ପିଅନ ଜଣକ ରହି ଆଡ୍ଡା ଜମାଇବା ସହ ସର୍ବଦା ନିଶାସକ୍ତ ଅବସ୍ଥାରେ ରହୁଥିବା ଏବଂ ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଆଦିବାସୀ ପିଲାଙ୍କ ପାଇଁ ୪୦ ଶର୍ଯ୍ୟା ବିଶିଷ୍ଟ ହଷ୍ଟେଲ ରହିଥିବା ସତ୍ୱେ କୌଣସି ଶିକ୍ଷକ ଛୁଟି ଦିନରେ ଏବଂ ରାତିରେ ଏଠାରେ ରହୁ ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ମିଶ୍ର ହଷ୍ଟେଲ ଦାୟିତ୍ଵରେ ରହିଥିଲେ ମଧ୍ୟ କମିଟିର ପରାମର୍ଶ ନନେଇ ସବୁକିଛି ନିଜେ ବୁଝନ୍ତି ବୋଲି କମିଟିର କିଛି ସଦସ୍ୟ ଓ ଅବିଭାବକମାନେ ଅଭିଯୋଗ କରିଛନ୍ତି ।

ଘଟଣାର ଖବର ପାଇ ମୋହନା ବ୍ଲକ ଶିକ୍ଷାଧିକାରୀ ନରେନ୍ଦ୍ର କୁମାର ବେହେରା ଓ ସିଆରସିସି କୃଷ୍ଣ ପାଲାକା ବିଦ୍ୟାଳୟରେ ପହଞ୍ଚି ତଦନ୍ତ କରିଛନ୍ତି । ଏସଂପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଥିବା କହିଛନ୍ତି ବିଇଓ । ଅପରପକ୍ଷେ ତଦନ୍ତ ପରେ ସମ୍ପୃକ୍ତ ପିଅନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଡ଼ିଓ ରାଜୀବ କୁମାର ଦାସ କହିଛନ୍ତି l ଶିକ୍ଷା ପରିଚାଳନା କମିଟି ସଭାପତି ପ୍ରଫୁଲ୍ଲ କୁମାର ବେହେରର୍ଦ୍ଦଳାଇ ବିଦ୍ୟାଳୟର ପିଅନ ସର୍ବଦା ନିଶାସକ୍ତ ହୋଇ ରହିବା ଫଳରେ ନାନା ସମସ୍ୟା ଉପୁଜୁଥିବା ଏବଂ ପଦସ୍ଥ ଅଧିକାରୀଙ୍କୁ ଏ ସଂପର୍କରେ ଜଣାଇଁ ଥିବା କହିଛନ୍ତିି । ନିଶାସକ୍ତ ହୋଇ ପିଲାଙ୍କୁ ମାଡ଼ ମାରିଥିବା ନିଜେ ବିଦ୍ୟାଳୟର ପିଅନ ତଥା ରୋଷେୟା ବୃନ୍ଦାବନ ଗୌଡ଼ ସ୍ୱୀକାର କରିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବଳରାମ ନାୟକଙ୍କ ସ୍ମୁତି ଚାରଣ ସଭା

ବଳରାମ ନାୟକଙ୍କ ସ୍ମୁତି ଚାରଣ ସଭା

March 18, 2026
ସୁର୍କାବାଡି କାସନ୍ଦା ଓ ଦର୍ପନାରାୟଣପୁର ପଞ୍ଚାୟତରେ ବଢୁଛି ଚୋରା ଦେଶୀ ରନ୍ଧା ମଦ କାରବାର – ହାତ ବାନ୍ଧି ବସିଛି ଅବକାରୀ ବିଭାଗ

ସୁର୍କାବାଡି କାସନ୍ଦା ଓ ଦର୍ପନାରାୟଣପୁର ପଞ୍ଚାୟତରେ ବଢୁଛି ଚୋରା ଦେଶୀ ରନ୍ଧା ମଦ କାରବାର – ହାତ ବାନ୍ଧି ବସିଛି ଅବକାରୀ ବିଭାଗ

March 18, 2026
ଉଲ୍ଲାସ ସାକ୍ଷରତା ପରୀକ୍ଷା ରଣପୁର ବ୍ଲକରେ ସଫଳତାର ସହ ଅନୁଷ୍ଠିତ

ଉଲ୍ଲାସ ସାକ୍ଷରତା ପରୀକ୍ଷା ରଣପୁର ବ୍ଲକରେ ସଫଳତାର ସହ ଅନୁଷ୍ଠିତ

March 18, 2026
ମା ତାରିଣୀ ଦେବୀଙ୍କ ୧୮ତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଯାତ୍ରା

ମା ତାରିଣୀ ଦେବୀଙ୍କ ୧୮ତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଯାତ୍ରା

March 18, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବଳରାମ ନାୟକଙ୍କ ସ୍ମୁତି ଚାରଣ ସଭା

ବଳରାମ ନାୟକଙ୍କ ସ୍ମୁତି ଚାରଣ ସଭା

March 18, 2026
ସୁର୍କାବାଡି କାସନ୍ଦା ଓ ଦର୍ପନାରାୟଣପୁର ପଞ୍ଚାୟତରେ ବଢୁଛି ଚୋରା ଦେଶୀ ରନ୍ଧା ମଦ କାରବାର – ହାତ ବାନ୍ଧି ବସିଛି ଅବକାରୀ ବିଭାଗ

ସୁର୍କାବାଡି କାସନ୍ଦା ଓ ଦର୍ପନାରାୟଣପୁର ପଞ୍ଚାୟତରେ ବଢୁଛି ଚୋରା ଦେଶୀ ରନ୍ଧା ମଦ କାରବାର – ହାତ ବାନ୍ଧି ବସିଛି ଅବକାରୀ ବିଭାଗ

March 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version