ଚିଲିକା (ଓଡ଼ିଶା ତାଜା ନ୍ୟୁଜ୍) :- ଶ୍ରୀ ଜଗନ୍ନାଥଙ୍କ ଗୁପ୍ତ ରହଣୀ ସ୍ଥଳ ଚିଲିକା ମଧ୍ୟସ୍ଥ କାଙ୍କଣକୁଦ ରେ ପ୍ରଭୁଙ୍କର ନବଦିନ ଘୋଷଯାତ୍ରା ଆଜି ପବିତ୍ର ଶ୍ରୀଗୁଣ୍ଡିଚା ଉତ୍ସବ ମଧ୍ୟରେ ଆରମ୍ଭ ହୋଇଛି । ଚିଲିକା ର ନୀଳ ଜଳରାଶି ରେ ଭାସମାନ ବର୍ଣ୍ଣାଢ଼୍ୟ ସୁସଜ୍ଜିତ ରଥରେ ଚତୁର୍ଦ୍ଧା ମୂର୍ତ୍ତି ପହଣ୍ଡି ପରେ ଅବରୂଢ ହେବା ପରେ କାଙ୍କଣଶିଖରୀ ଚତୁପାର୍ଶ୍ବ ପରିକ୍ରମା କରି କାଙ୍କଣକୁଦ ମଧ୍ୟସ୍ଥ ଗୁଣ୍ଡିଚା ମନ୍ଦିରରେ ପ୍ରବେଶ କରି ଥିଲେ । ପ୍ରାତଃ କାଳରୁ ଚିଲିକା ବ୍ଲକ ଅନ୍ତର୍ଗତ ନଈରୀ ଉପକଣ୍ଠ ଚିଲିକା ମଧ୍ୟସ୍ଥ କାଙ୍କଣକୁଦ କୁ ଡଙ୍ଗା ଯୋଗେ ଭକ୍ତ ମାନଙ୍କ ର ଭିଡ ଲାଗି ରହିଥିଲା ।

ବୈଦିକ ଉପଚାର ଏଵଂ ପୂଜାର୍ଚ୍ଚନା ମନ୍ଦିର ସ୍ଥିତ ନନ୍ଦିଘୋଷ ରଥଚକା ସ୍ଥାନୀତସ୍ଥଳ ଶ୍ରୀ ଜୀଉ ମାନଙ୍କ ପାଖରେ କରାଯାଇଥିବା ବେଳେ ଚତୁର୍ଦ୍ଧା ମୂର୍ତ୍ତି ଥିବା ମଣ୍ଡପ ସ୍ଥଳରେ ପହଣ୍ଡି ପୂର୍ଵ ପ୍ରସ୍ତୁତି ସ୍ଵରୂପ ଶ୍ରୀ ଜଗନ୍ନାଥ ଙ୍କ ସ୍ତୁତି, ଜୟଦେବଙ୍କ ସଙ୍ଗୀତ ଗାନ ଓ ଓଡ଼ିଶୀ ନ୍ରୃତ୍ୟ ପରିବେଷଣ କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ସାଗରିକା ନାଥ,ପୁରୀରୁ ଆଗତ ସେବାୟତ ମାନଙ୍କ ସୁ ତତ୍ତ୍ଵାବଧାନରେ ଚତୁର୍ଦ୍ଧା ମୂର୍ତ୍ତି ଙ୍କ ଚଳନ୍ତି ବିଗ୍ରହ ଙ୍କୁ ପହଣ୍ଡି କରାଯାଇ ସୁସଜ୍ଜିତ ଶୋଭାଯାତ୍ରା ମଧ୍ୟରେ ଚିଲିକା ଜେଟି ନିକଟରେ ପ୍ରତୀକ୍ଷା ରତ ଭାସମାନ ରଥକୁ ନିଆ ଯାଇଥିଲା ।














