No Result
View All Result
ହିଞ୍ଜିିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ୍) ହିଞ୍ଜିଳିକାଟୁ :- ହିଞ୍ଜିଳିକାଟୁ ପୌରାଞ୍ଚଳ ବଇଁଚବଣିଆ ପାବନ ଶ୍ରୀକ୍ଷେତ୍ର ଶ୍ରୀମନ୍ଦିର ପକ୍ଷରୁ ବିଂଶ ତମ ରଥଯାତ୍ରା ଶୁକ୍ରବାର ମହାସମାରୋହରେ ଅନୁଷ୍ଠିତ ହୋଇଛି। । ଶ୍ରୀଜୀଉମାନଙ୍କ ନୀତିକାନ୍ତି ଭୋର ୪ ଟା ବେଳେ ମୂଖ୍ୟ ପୂଜକ ପଣ୍ଡିତ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ଦ୍ୱାରା ଆରମ୍ଭ ହୋଇଥିଲା । ମଙ୍ଗଳ ଆଳତି, ଅବକାଶ, ବଲ୍ଲଭଭୋଗ, ରୋଷହୋମ, ସୂର୍ଯ୍ୟପୂଜା ଆଦି ସମ୍ପନ୍ନ ହୋଇଥିଲା । ପୂର୍ବାହ୍ନ ସାଢେ଼ ୧୦ ଟାରେ ମହାପ୍ରଭୁଙ୍କ ଖେଚୁଡ଼ି ଭୋଗ ଲାଗିବା ପରେ ମଇଲମ ଓ ସେନାପଟଲାଗି, ଟାହ୍ୟାଲାଗି ହୋଇଥିଲା ।

ମନ୍ଦିରର ପାଟ ପୁରୋହିତ ପଣ୍ଡିତ ଗତିକୃଷ୍ଣ ମିଶ୍ର ଶର୍ମା ଓ ସହାୟକ ରଞ୍ଜିତ ଦାଶ ଶର୍ମା ରଥ ପ୍ରତିଷ୍ଠା କରିବା ପରେ ବୈଦିକ ରୀତିରେ ମଙ୍ଗଳାର୍ପଣ କରିଥିଲେ ।ମଧ୍ୟାହ୍ନ ପ୍ରାୟ ସାଢେ଼ ୧୨ ଟାରେ ଠାକୁର ମାନଙ୍କୁ ବାଦ୍ୟ ବାଜଣା, ହରିବୋଲ, ହୁଳହୁଳି ଧ୍ୱନି ସହ ଛତି ତରାସ, ବାନା ବୈରଖ, ନୃତ୍ୟାଦି ପଟୁଆରରେ ଦିଅଁ ମାନଙ୍କୁ ଗୋଟି ପହଣ୍ଡିରେ ବିଜେ କରାଯାଇଥିଲା । ପ୍ରଥମେ ଶ୍ରୀ ସୁଦର୍ଶନ ଓ ପରେ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ଶ୍ରୀ ଜଗନ୍ନାଥଙ୍କୁ ପହଣ୍ଡି ବିଜେ କରାଯାଇଥିଲା ।

ରଥରେ ଠାକୁର ମାନେ ବେଶଭୁଷାରେ ବିମଣ୍ଡିତ ହେବା ପରେ ସପ୍ତଆଳତି କରାଯାଇ ସର୍ବସାଧାରଣଙ୍କୁ ଦର୍ଶନ ଓ ଭୋଗାର୍ପଣ କରିବାର ସୁଯୋଗ ମିଳିଥିଲା । ପରେ ମନ୍ଦିର ସେବାଧିପତି ଜଗନ୍ନାଥ ସାହୁ ରଥରେ ଛେରାପହଁରା କରିଥିଲେ । ସାରଥୀ ଉପବେଶନ, ଅଶ୍ୱଯୋଚା ଓ ଦଉଡ଼ି ବନ୍ଧନ ପ୍ରକିୟା ପରେ ଅପରାହ୍ନ ପ୍ରାୟ ସାଢେ ୪ଟାରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁରଜ ନାୟକ ବେହେରା, ବିଡିଓ ସୁଶ୍ରୀ ସାଗରିକା ଷଡ଼ଙ୍ଗୀ ଓ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠି,

ପୈାରାଧ୍ୟକ୍ଷ ସୁବାଷ ପୋଲେଇ, ଡିଆରଡିଏ ପ୍ରତିନିଧି ଦେବାନନ୍ଦ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିଶିର ମିଶ୍ର ରଥ ଟଣାର ଶୁଭାରମ୍ଭ କରିଥିଲେ । ସେବାଧିପତିଙ୍କ ଉଆସ ସମ୍ମୁଖରେ ପାରମ୍ପରିକ ପୂଜାର୍ଚ୍ଚନ ପରେ ପୁଣି ଥରେ ରଥ ଟଣା ଆରମ୍ଭ ହୋଇ ସନ୍ଧ୍ୟା ପ୍ରାୟ ୬ ଟାରେ ରଥ ମିନି ଷ୍ଟାଡିୟମ ପରିସରସ୍ଥ ଅସ୍ଥାୟୀ ଗୁଣ୍ଡିଚା ମଣ୍ଡପ ନିକଟରେ ପହଞ୍ଚିଥିଲା । ସାନ୍ଧ୍ୟ ଆଳତି ଓ ମୁକ୍ତ ଦର୍ଶନ ପରେ ରାତ୍ର ପ୍ରାୟ ୧୦ ଟାରେ ଚତୁର୍ଦ୍ଧାମୂର୍ତି ଦିଅଁ ମାନେ ଗୁଣ୍ଡିଚା ମଣ୍ଡପକୁ ପହଣ୍ଡି ବିଜେ କରିଥିଲେ ।

ମନ୍ଦିର ପ୍ରଶାସନ ସେବକ ନିର୍ମଳମିଶ୍ର ,ସମ୍ପାଦକ ଲୋକନାଥ ସାହୁ, ଧନସେବକ ହରିହର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଅନୁରୂପ ଭାବେ ହିଞ୍ଜିିଳିକାଟୁ ପୌରାଞ୍ଚଳ ରାଜବାଟି ସ୍ଥିତ ଜଗନ୍ନାଥ ମନ୍ଦିର ପକ୍ଷରୁ ଅନୁଷ୍ଠିତ ରଥଯାତ୍ରାରେ ହିଞ୍ଜିଳିକାଟୁ ରାଜା ସାହେବ ଲଲାଟେନ୍ଦୁ କେଶରୀ ଭଞ୍ଜଦେଓ ରଥ ରଥ ଉପରେ ଛେରାପହଁରା କରିବା ପରେ ରଥଟଣା ଆରମ୍ଭ ହୋଇଥିଲା ।
ସେହିପରି ପାଟଣା ସାହି ଜଗନ୍ନାଥଙ୍କ ମନ୍ଦିର ପକ୍ଷରୁ ଆୟୋଜିତ ରଥଯାତ୍ରାରେ ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷକ ଡାକ୍ତର ଶ୍ରୀକାନ୍ତ କୁମାର ସାହୁ ରଥ ଉପରେ ଛେରାପହଁରା ନୀତି ସମ୍ପନ୍ନ କରିବା ପରେ ରଥଟଣା ଆରମ୍ଭ ହୋଇଥିଲା । ହିଞ୍ଜିଳିକାଟୁ ସ୍ଥିତ ନିଖିଳ ଉତ୍କଳ ଖରୁଡା ସମାଜ ପକ୍ଷରୁ ଘଣ୍ଟ ବାଦ୍ୟନ ସହ ଆୟୋଜକ ମାନଙ୍କ ମଧ୍ୟରେ ବିଚିତ୍ରା ନନ୍ଦ ପଣ୍ଡା,ପ୍ରଦୀପ କୁମାର ପଣ୍ଡା, ବି. ଅଜିତ କୁମାର ସୁବୁଦ୍ଧି, ବିଭୁ ପ୍ରସାଦ ପଣ୍ଡା, ବିଶ୍ବମ୍ବର ସାହୁ,ରମେଶ ଚନ୍ଦ୍ର ପଣ୍ଡା, ଶିବରାମ ଗୌଡ, ଅଜୟ କୁମାର ମହାରଣା, ମାନସ ପାଣିଗ୍ରାହିଙ୍କ ସମେତ ଶହ ଶହ ମହିଳା ଭକ୍ତ ରଥଯାତ୍ରାରେ ସାମିଲ୍ ହୋଇଥିଲେ ।

No Result
View All Result