ଦେଶରେ ଜରୁରୀ କାଳୀନ ପରିସ୍ଥିତି ଜାରି କରି ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଯେଉଁ ଭାବେ ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ଉପରେ ଦମନଲୀଳା,ଅକଥନୀୟ ଅତ୍ୟାଚାର,ଜୋର ଜବରଦସ୍ତ ପୁରୁଷ ବନ୍ଧ୍ୟା କରଣ ଓ ଗଣ ମାଧ୍ୟମର କଣ୍ଠରୋଧ କରି ଏକଛତ୍ରବାଦ ପନ୍ଥା ଅନୁସରଣ କରିଥିଲେ ସେ ବିଷୟରେ ରାଜ୍ୟର ନୂଆଁ ପିଢ଼ିଙ୍କ ପାଖରେ ଏହି କାଳିମାମୟ ଅଧ୍ୟାୟର ସ୍ମୃତିକୁ ପହଞ୍ଚାଇବା ପାଇଁ ବିଜେପିର ବର୍ଷବ୍ୟାପୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ବୋଲି ଜିଲ୍ଲା ସଭାପତି ସ୍ପଷ୍ଟ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଉପ ସଭାପତି ମାଧବ ଗୌଡ, ପୂର୍ବତନ ମଣ୍ଡଳ ସଭାପତି ସନ୍ତୋଷ କୁମାର ପାଣିଗ୍ରାହି, ଶ୍ରୀକାନ୍ତ ମହାପାତ୍ର, ଜଗନ୍ନାଥ ପାତ୍ର, ହିଞ୍ଜିଳି ମଣ୍ଡଳ ସଭାପତି ସୁଧାଂଶୁ ଶେଖର ସାବତ ଓ ସରପଞ୍ଚ କୁର୍ଷ୍ଣଚନ୍ଦ୍ର ସୁଆସିଆ ପ୍ରମୁଖଙ୍କ ସମେତ ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ ।

© 2023 Odisha Taza News.