ଗୁରୁବାର ସକାଳୁ ସକାଳୁ ଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ତଥା ନେତ୍ରୋତ୍ସବ ନୀତି କାନ୍ତି ସହିତ ଶ୍ରୀ ଗୁଣ୍ଡିଚା ପାଇଁ ପ୍ରସ୍ତୁତ ତିନି ରଥକୁ ଆଜ୍ଞାମାଳ ବିଜେ ନୀତି ଓ ସେନାପଟା ଲାଗି ହୋଇଥିଲା । ମହାପ୍ରଭୁ ଙ୍କ ସକାଳ ମଙ୍ଗଳ ଆଳତି , ଅବକାଶ ନୀତି, ବଲ୍ଲଭ ନୀତି ସହିତ ସମସ୍ତ ପୂଜା ବିଧି ଶେଷ ହୋଇଥିଲା ।
ସନ୍ଧ୍ୟା ଆଳତୀ ଦର୍ଶନ କରିବା ପାଇଁ ଭକ୍ତ ଙ୍କ ଗହଳି ପରିଲକ୍ଷିତ ହୋଇଥିଲା । ସମସ୍ତ ଶ୍ରଦ୍ଧାଳୁ ମାନେ ପ୍ରଭୁ ଜଗନ୍ନାଥଙ୍କ ନବଯୌବନ ବେଶ ଦର୍ଶନ କରି ଖୁବ୍ ଆନନ୍ଦିତ ହୋଇଥିଲେ । ଶ୍ରୀ ଗୁଣ୍ଡିଚା ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଥିଲା ଜଗନ୍ନାଥ ମନ୍ଦିର କୁ ଆଲୋକିତ କରାଯିବା ସହ ସିଂହଦ୍ଵାରକୁ ଫୁଲ ମାଳରେ ସଜ୍ଜା ଯାଉଥିବାର ଦେଖିବାକୁ ମିଳିଥିଲା ।

© 2023 Odisha Taza News.