ସାଧାରଣ ସମ୍ପାଦକ ସଞ୍ଜୟ ଆନନ୍ଦ କୁମାର ତ୍ରିପାଠୀ ବାର୍ଷିକ ବିବରଣୀ ପାଠ କଲା ପରେ ଜଣାଶୁଣା ଗାଳ୍ପିକା ତଥା ଲେଖିକା ବିଜନବାଳା ପାଟଯୋଷିଙ୍କ ସଂଯୋଜନାରେ କବିତା ପାଠୋତ୍ସଵ ଅନୁଷ୍ଠିତ ହୋଇଥିଲା । ଉପ ସଭାପତି କମଳିନୀ ମଲ୍ଲିକ,ପୀୟୂଷ ପରିଡା,ବନ୍ଦିତା ଦାଶ, ପୁଷ୍ପାଞ୍ଜଳି ବିଶୋୟୀ,ସଞ୍ଜୟ ଆନନ୍ଦ କୁମାର ତ୍ରିପାଠୀ ,ବିଜନବାଳା ପାଟଯୋଷି , ସୁଶାନ୍ତ ଧର ତଥା ଅନ୍ୟମାନେ ସ୍ୱରଚିତ କବିତା ପାଠ କରିଥିଲେ ।
ସହଯୋଗ କରିଥିଲେ କୋଷାଧ୍ୟକ୍ଷ ପ୍ରଭାତ କୁମାର ରାଉତ , ଅଭିଷେକ ତ୍ରିପାଠୀ,ନିଶାନ ଦେବ ,ବିଜୟଲକ୍ଷ୍ମୀ ନାୟକ, ପିନାକ୍ଷୀ ନାୟକ ଓ ଶ୍ରଦ୍ଧା ମହାନ୍ତି । ପ୍ରକାଶ ଥାଉକି ଓଡ଼ିଶା ସଚିବାଳୟ ଲେଖକ ୧୯୭୭ ମସିହାଠାରୁ ନିରନ୍ତର ଭାବେ ସାହିତ୍ୟର ପ୍ରଚାର ଓ ପ୍ରସାର କରି ଆସୁଅଛି । ଆସନ୍ତା ମାସରେ ସଚିବାଳୟରୁ ନିକଟରେ ଅଵସର ଗ୍ରହଣ କରିଥିବା ଲେଖକ/ ଲେଖିକାମାନଙ୍କୁ ଏକ ସ୍ୱତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧନା ପ୍ରଦାନ କରାଯିବ ବୋଲି ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି । ଓଡ଼ିଶା ସଚିବାଳୟ ସେବା ସଙ୍ଘର ଉପସଭାପତି ବିଜୟ ସ୍ୱରୂପ ପଣ୍ଡା ଧନ୍ୟବାଦ ଅର୍ପଣ କଲାପରେ ସଭା ଶେଷ ହୋଇଥିଲା ।

© 2023 Odisha Taza News.