• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଅଣସର ସମୟରେ ଚତୁର୍ଦ୍ଧାମୂର୍ତ୍ତି ନାରାୟଣ ଶ୍ରୀଅଲାରନାଥଙ୍କ ଦର୍ଶନ ବିଜୟ ମିଶ୍ର

Proprietor Abhimanyu Maharana by Proprietor Abhimanyu Maharana
June 23, 2025
in ଓଡ଼ିଶା, ପୁରୀ, ହୋମ୍
0
ଅଣସର ସମୟରେ ଚତୁର୍ଦ୍ଧାମୂର୍ତ୍ତି ନାରାୟଣ ଶ୍ରୀଅଲାରନାଥଙ୍କ ଦର୍ଶନ ବିଜୟ ମିଶ୍ର
Share on FacebookShare on TwitterWhatsapp

ପୁରୀ  (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ  :-  ସ୍ନାନପୂର୍ଣ୍ଣିମା ଦିନ ଶ୍ରୀମନ୍ଦିରସ୍ଥ ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତି ୧୦୮ଗରା ଅଭିମନ୍ତ୍ରିତ ଅଧିବାସ ସୁବାସିତ ଜଳରେ ସ୍ନାନ କରିବା ପରେ ଭିଷଣ ଜ୍ବରରେ ପୀଡିତ ହୋଇ ଅଣସର ଘରେ ଅବସ୍ଥାନ କରୁଛନ୍ତି । ଶ୍ରୀମନ୍ଦିରରେ ଭକ୍ତ ଶ୍ରୀଜୀଉଙ୍କ ଦର୍ଶନ କରିନପାରି ବ୍ୟାକୁଳ ହେଉଛନ୍ତି । ଏହି ସମୟରେ ବ୍ରହ୍ମଗିରିସ୍ଥିତ ଶ୍ରୀଅଲାରନାଥ ଚତୁର୍ଦ୍ଧାମୂର୍ତ୍ତି ନାରାୟଣଙ୍କୁ ଦର୍ଶନ କରି ଶ୍ରୀଜୀଉଙ୍କ ଦର୍ଶନର ସମପୂଣ୍ଯ ଫଳ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ଵାସ ରହିଛି । ଅଣସର ସମୟରେ ଗୋଟିଏ ଦିନ ଶ୍ରୀଅଲାରନାଥଙ୍କୁ ଦର୍ଶନ କଲେ କୋଟିପୂଣ୍ୟ ମିଳିଥାଏ ବୋଲି ବିଶ୍ଵାସ ରହିଛି । ଶ୍ରୀଅଲାରନାଥଙ୍କ ପ୍ରିୟ ଭୋଗ ଖୀରି ହୋଇଥିବାରୁ ଖୀରି ପ୍ରିୟ ଶ୍ରୀଅଲାରନାଥ ବୋଲି ଭକ୍ତମାନେ କହିଥାନ୍ତି ।


କେମିତି ଶ୍ରୀଅଲାରନାଥଙ୍କୁ ଦର୍ଶନ କରିବେ- ଶ୍ରୀକ୍ଷେତ୍ର ପୁରୀ ସ୍ଥିତ ନରେନ୍ଦ୍ରକୋଣ ଜଟିଆ ବାବାଜୀ ଛକ ଠାରୁ ପୁରୀ ସାତପଡା ରାସ୍ତାରେ ୨୦ କିଲୋମିଟର ଯିବା ପରେ ବ୍ରହ୍ମଗିରି ଗୋପ ଛକ ପଡିଥାଏ । ଏହି ଛକର ବାମ ପାର୍ଶ୍ବରେ ଶ୍ରୀଅଲାରନାଥଙ୍କ ତୋରଣ ଦୃଶ୍ଯମାନ ହୁଏ । ତୋରଣ ଠାରୁ ଅଳ୍ପ ଦୂର ଗଲେ ଶ୍ରୀଅଲାରନାଥଙ୍କ ମନ୍ଦିର ପଡିଥାଏ । ପୁରୀ ବସଷ୍ଟାଣ୍ଡରୁ ସାତପଡା ବସରେ ବ୍ରହ୍ମଗିରି ଯାଇପାରିବେ । ଭଡା ଟ୍ଯାକ୍ସି ଓ ଅଟୋରେ ମଧ୍ଯ ଯାଇପାରିବେ ।
ମନ୍ଦିରର ଇତିହାସ-ଶ୍ରୀଅଲାରନାଥ ଦେବଙ୍କ ମନ୍ଦିର କେବେ ନିର୍ମାଣ ହୋଇଥିଲା, କିଏ ନିର୍ମାଣ କରିଥିଲେ, ତାହା ଅଦ୍ୟାବଧି ଐତିହାସିକ ଓ ପ୍ରତ୍ନତତ୍ତ୍ବବିତ୍ ମାନେ ସଠିକ ମସିହା ନିରୁପଣ କରିପାରି ନାହାଁନ୍ତି ।

ମନ୍ଦିରର କାରୁକାର୍ଯ୍ୟକୁ ଦେଖି ଏହା ନବମ ଶତାବ୍ଦୀର ବୋଲି ଅନୁମାନ କରାଯାଉଛି । ମନ୍ଦିରର ମୁଖଶାଳା, ଜଗମୋହନ ଓ ଗର୍ଭଗୃହ ରହିଛି । ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ଲିଖିତ ମାଦଳାପାଞ୍ଜିରୁ ମଦନ ମହାଦେବଙ୍କ ରାଜତ୍ବ କାଳରେ ୧୧୭୧ ରୁ ମନ୍ଦିର ନିର୍ମାଣ କରାଯାଇଥିଲା । ଏହା ଭାଙ୍ଗି ଯିବା ପରେ ମୃତ୍ୟଞ୍ଜୟ ନାୟକଙ୍କ ସମୟରେ ୧୨୧୦ ଖ୍ରୀଷ୍ଟାବ୍ଦରେ ଶ୍ରୀମନ୍ଦିର ନିର୍ମାଣର ୨୦ ବର୍ଷ ପୂର୍ବରୁ ନିର୍ମାଣ କରାଯାଇଥିବା ଅନୁମାନ କରାଯାଉଛି । ଶ୍ରୀଅଲାରନାଥଙ୍କ ନାମକରଣ-ସତ୍ଯ ଯୁଗରେ ବ୍ରହ୍ମା ଶ୍ରୀବିଷ୍ଣୁଙ୍କ ଉପାସନା ଏହି ଗିରି ଉପରେ କରିଥିବାରୁ ଏହାର ନାମ ବ୍ରହ୍ମଗିରି ହୋଇଛି । ଦକ୍ଷିଣ ଭାରତର ଶ୍ରୀବିଷ୍ଣୁଙ୍କ ଉପାସକ ମାନଙ୍କୁ ଅଲବର କୁହନ୍ତି । ଶ୍ରୀଅଲାରନାଥଙ୍କ ପ୍ରତିମା ଟି ଦକ୍ଷିଣ ଭାରତୀୟ ମୂର୍ତ୍ତି ସହ ସାମଞ୍ଜସ୍ଯ ରହିଛି ।

ଏହି ଅଲବର ସମ୍ପ୍ରଦାୟର କିଛି ବ୍ରାହ୍ମଣ ପରିବାର ଶ୍ରୀନାରାୟଣଙ୍କ ମୂର୍ତ୍ତି ସ୍ଥାପନ କରି ପୂଜା ଓ ଉପାସନା କରୁଥିଲେ । କାଳକ୍ରମେ ଆଲବରଙ୍କ ନାଥଙ୍କୁ ଅଲବରନାଥ କାଳକ୍ରମେ ଶ୍ରୀଅଲାରନାଥଙ୍କ ନାମକରଣ ହୋଇଥିବା ଅନୁମେୟ । ସେହି ଗ୍ରାମର ନାମ ଅଲବର ପଟନମ ଓ ପରେ ଅଲାରପାଟଣା ଏବେ ଅଲାରପୁର ନାମରେ ପରିଚିତ । ଶ୍ରୀଅଲାରନାଥଙ୍କ ବିଗ୍ରହ- ଶ୍ରୀଅଲାରନାଥଙ୍କ ବିଗ୍ରହ ସାକ୍ଷାତ ନାରାୟଣ ମୂର୍ତ୍ତି । ମୂର୍ତ୍ତିର ବାମ ଓ ଦକ୍ଷିଣ ପାର୍ଶ୍ବ ଏକ ତୋରଣ ବିଶିଷ୍ଟ ଗୋଟିଏ କଳାମୁଗୁନି ପଥରରେ ଏହା ନିର୍ମିତ ହୋଇଛି ।

ଶ୍ରୀବିଗ୍ରହଙ୍କ ଉଚ୍ଚତା ସାଢେ ପାଞ୍ଚ ଫୁଟ । ଶ୍ରୀବିଗ୍ରହଙ୍କ ଦୁଇପାଦ ପାର୍ଶ୍ବରେ ଭୂଦେବୀ ଓ ଶ୍ରୀଦେବୀ ବିରାଜମାନ । ଚରଣ ତଳେ ଶ୍ରୀଗରୁଡ ମୂର୍ତ୍ତି ପ୍ରାର୍ଥନାରତ । ମୂର୍ତ୍ତିର ଦୁଇ ପାର୍ଶ୍ବରେ ଲଳିତା ଓ ବିଶାଖା ଚାମରରତ । ତୋରଣ ଉପରେ ବ୍ରହ୍ମା ଓ ଶିବ ବିରାଜମାନ । କର୍ଣ୍ଣରେ ମକର କୁଣ୍ଡଳ ଧାରଣ କରିଛନ୍ତି । କଣ୍ଠରେ ରତ୍ନହାର ବିଦ୍ଯମାନ । ସ୍କନ୍ଧରେ ଯଜ୍ଞ ପବିତ ଧାରଣ କରିଛନ୍ତି । ପାଦରେ ନୂପୁର, ହସ୍ତରେ ବାହୁଟି, ଆଙ୍ଗୁଠିରେ ମୁଦ୍ରିକା, ଉର୍ଦ୍ଧ୍ବ ବାମ ହସ୍ତରେ ଶଙ୍ଖ, ଉର୍ଦ୍ଧ୍ବ ଡାହାଣ ହସ୍ତରେ ଚକ୍ର । ନିମ୍ନ ବାମ ହସ୍ତରେ ଗଦା ଓ ନିମ୍ନ ଡାହାଣ ହସ୍ତରେ ପ୍ରଭୁଙ୍କ ପାପୁଲିରେ ପଦ୍ମ ଚିହ୍ନ ରହିଛି । ବିଗ୍ରହଟି କଳା ମୁଗୁନି ପଥରରେ ଜୀବନ୍ତ ଭାବେ ଭକ୍ତଙ୍କୁ ଦୃଶ୍ଯମାନ ହୁଅନ୍ତି । ଏଣୁ ଶ୍ରୀଅଲାରନାଥଙ୍କୁ ଚତୁର୍ଦ୍ଧାମୂର୍ତ୍ତି ନାରାୟଣ ଭାବେ ଭକ୍ତ ଦର୍ଶନ କରିଥାଏ । ଶ୍ରୀମନ୍ଦିରରେ ଭକ୍ତ ଶ୍ରୀବଳଭଦ୍ର, ଦେବୀ ମା ସୁଭଦ୍ରା, ଶ୍ରୀଜଗନ୍ନାଥ ଓ ଶ୍ରୀସୁଦର୍ଶନଙ୍କୁ ଚତୁର୍ଦ୍ଧାମୂର୍ତ୍ତି ଭାବେ ଦର୍ଶନ କରିଥାଏ ।


ଆସ ଅଲାର ଖାଓ ଖୀରି-ଖୀରି ପ୍ରିୟ ଶ୍ରୀଅଲାରନାଥ । ପ୍ରଭୁ ଗରମ ଖୀରି ଯୋଗୁ ହାତ ଓ ମୁହଁରେ ଫୋଟକା ଚିହ୍ନ ରହିଛି । ଖୀରି ସମ୍ପର୍କରେ ଏକ କୌତୁହଳ କାହାଣୀ ରହିଛି । ହଟକିଶୋର ପ୍ରତିହାରୀଙ୍କ ଶ୍ରୀଅଲାରନାଥଙ୍କ ମହିମା ପୁସ୍ତକରେ ବର୍ଣ୍ଣିତ ରହିଛି ଯେ ପ୍ରଭୁଙ୍କ ପୂଜା ପାଇଁ ଦକ୍ଷିଣାତ୍ଯର କୋମା ବ୍ରାହ୍ମଣ ଶ୍ରୀକେତନଙ୍କ ପୂଜା ପାଳି ଥିଲା । ଶ୍ରୀକେତନ କୌଣସି କାମରେ ବାହାରକୁ ଯାଇଥିଲେ । ତାଙ୍କର ଏକମାତ୍ର ୮ ବର୍ଷର ପୁତ୍ର ମଧୁସୂଦନଙ୍କୁ ପାଣି ଛିଞ୍ଚି ଭୋଗ ପାଇଁ କହିଥିଲେ । ମଧୁସୂଦନଙ୍କ ମା ଖୀରି ରାନ୍ଧି ପିତଳ ତସଲାରେ ପୁଅକୁ ପୂଜା ପାଇଁ ପଠାଇଥିଲେ । ପୁଅ ମନ୍ଦିରରେ ଖୀରି ଭୋଗ ଥୋଇ କବାଟ ବନ୍ଦ କରି ସାଙ୍ଗମାନଙ୍କ ସହ ଖେଳୁଥିଲା । ବିଳମ୍ବ ହେବାରୁ ମା ମନ୍ଦିରରୁ ପ୍ରସାଦ ଆଣିବା ପାଇଁ ତାଗିଦ କରିଥିଲେ ।

ମଧୁସୂଦନ କବାଟ ଖୋଲି ଦେଖିଲା ପ୍ରଭୁ ଖିରୀ ଖାଇନାହାନ୍ତି । ଭୋ ଭୋ ହୋଇ କାନ୍ଦିଥିଲା ଓ କହିଥିଲା ଆସ ଅଲାର ଖାଅ ଖିରୀ, ବାପା ଯାଇଛନ୍ତି ବିଦେଶ କରି । ବାପା ଯାଇଛନ୍ତି ବାହାର ଗାଁ ମୁଁ ନଜାଣେ ଦିଅଁଙ୍କ ନାଁ । ଛୋଟ ପିଲାର ଆକୁଳ ନିବେଦନ ଓ ବ୍ୟାକୁଳ କ୍ରନ୍ଦନ ଶୁଣି ଠାକୁର ସବୁ ଖିରୀ ଖାଇଦେଲେ । ଖାଲି ପିତଳ ନେଇ ମଧୁସୂଦନ ଘରକୁ ଗଲା ମାଆ ପଚାରିଲେ ପ୍ରସାଦ କାହିଁ । ପୁଅ କହିଲା ଠାକୁର ସବୁ ଖାଇଦେଲେ ମୁଁ ନିଜ ଆଖିରେ ଦେଖିଛି । ମାଆ କହିଲେ ତୋ ବାପା ଷୋଡ଼ଶ ଉପଚାର ମନ୍ତ୍ର ପାଠ କରି ଭୋଗ ଲଗାନ୍ତି । ଠାକୁର ଖୀରି ଖାଆନ୍ତି ନାହିଁ । ତୁ ମନ୍ତ୍ର ନଜାଣି ଠାକୁର କେମିତି ତୋ ଖିରି ଖାଇଲେ । ତାପର ଦିନ ମାଆ ଖୀରି ରାନ୍ଧି ପୁଅ ପଠାଇଲେ ।

ପୁଅ କବାଟ ବନ୍ଦ କରି ଆସିବା ପରେ କବାଟ ଫାଙ୍କରେ ମାଆ ଦେଖିଲେ ଠାକୁର ଆନନ୍ଦରେ ଖୀରି ପ୍ରସାଦ ଖାଉଛନ୍ତି । ବାପା ଆସିବା ପରେ ମାଆ ସବୁ କଥା କହିଲେ । ତାପର ଦିନ ପୁଅ ଖୀରି ରଖି ପୂର୍ବ ପରି ରଖିଥିଲା । ବାପା କବାଟ ଛିଦ୍ରରେ ଦେଖିଲେ ପ୍ରଭୁ ଖିରି ଖାଉଛନ୍ତି । ବାପା କବାଟ ଖୋଲି ଦେବାରୁ ଠାକୁର ଅନ୍ତର୍ଧାନ ହୋଇଯିବା ପରେ ଠାକୁରଙ୍କ ମୁହଁରେ ଓ ହାତରେ ଫୋଟକା ଚିହ୍ନ ରହିଯାଇଛି । ଶ୍ରୀଚୈତନ୍ୟଙ୍କ ଦର୍ଶନ- ଭକ୍ତି ଆନ୍ଦୋଳନର ମୁଖ୍ଯ ପୁରୋଧା ଶ୍ରୀଚୈତନ୍ଯ ଶ୍ରୀକ୍ଷେତ୍ରରେ ୧୮ ବର୍ଷ ରହି ନାମ ଭକ୍ତି ଆନ୍ଦୋଳନକୁ ଗାଁ ଗାଁରେ ପ୍ରଚାର କରୁଥିଲେ । ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଓ ହାତୀବେଶ ଦେଖି ମହା ଆନନ୍ଦିତ ହୋଇଥିଲେ ।

ଅନବସର ସମୟରେ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜୀଉଙ୍କ ଦର୍ଶନ ନପାଇ ଦୁଃଖ ମନରେ ଫେରିଥିଲେ । ମନ ଦୁଃଖରେ ସମୁଦ୍ରକୂଳେ କୂଳେ ଯାଇ ଶ୍ରୀଅଲାରନାଥଙ୍କ ପୀଠରେ ପହଞ୍ଚିଥିଲେ । ଶ୍ରୀଚୈତନ୍ୟ ପ୍ରଭୁଙ୍କୁ ନଦେଖି ଦର୍ଶନ ବିରହ ଜ୍ବାଳାରେ ଉତ୍ତପ୍ତ ହୋଇଯାଇଥିଲେ । ଶ୍ରୀଅଲାରନାଥଙ୍କୁ ଚତୁର୍ଦ୍ଧାମୂର୍ତ୍ତି ନାରାୟଣ ରୂପରେ ଦେଖି ସ୍ରଷ୍ଟାଙ୍କ ପ୍ରଣିପାତ କରିଥିଲେ । ଯେଉଁ ପଥର ଉପରେ ପ୍ରଣିପାତ କରିଥିଲେ ସେହି ସ୍ଥାନରେ ଶରୀରର ଚିହ୍ନ ରହିଯାଇଥିଲା । ସେହି ପଥରଟି ମନ୍ଦିର ବେଢାରେ ପଡି ରହିଥିଲା । ପରେ ଚୈତନ୍ୟଙ୍କ ମନ୍ଦିର ନିର୍ମାଣ କରାଯାଇ ପଥରକୁ ରଖାଯାଇଛି । ଅନବସର ସମୟରେ ହଜାର ହଜାର ଚୈତନ୍ୟଙ୍କ ଭକ୍ତ ପୁରୀରୁ ସଂକୀର୍ତ୍ତନ ଯାତ୍ରା କରି ଶ୍ରୀଅଲାରନାଥଙ୍କୁ ଦର୍ଶନ କରିଥାନ୍ତି ।

ପର୍ବପର୍ବାଣୀ-ଶ୍ରୀଅଲାରନାଥଙ୍କ ମନ୍ଦିରରେ ଶ୍ରୀମନ୍ଦିର ପରି ଅନେକ ପର୍ବପର୍ବାଣୀ ଓ ଯାନିଯାତ୍ରା ଅନୁଷ୍ଠିତ ହେଉଛି । ପର୍ବପର୍ବାଣୀମାନଙ୍କ ମଧ୍ଯରେ ଅନବସର ଉତ୍ସବ ୧୪ ଦିନ, ମହାଅନବସର ୪୪ ଦିନ, ଚିତାଲାଗି ଅମାବାସ୍ଯା,ଝୁଲଣ ଯାତ୍ରା, ଗହ୍ମାପୂର୍ଣିମା, ଜନ୍ମାଷ୍ଟମୀ, ନନ୍ଦ ଉତ୍ସବ, କୁମାର ପୂର୍ଣ୍ଣିମା , ଦଶହରା, ସପ୍ତପୁରୀ ଅମାବାସ୍ୟା, ପ୍ରଥମାଷ୍ଟମୀ, ଦେବ ଦୀପାବଳି, ଓଢ଼ଣ ଷଷ୍ଠୀ, ନବାଙ୍କ,ଧନୁସଂକ୍ରାନ୍ତି, ପହିଲି ଭୋଗ, ନବାର୍ହ୍ନ, ମକର ସଂକ୍ରାନ୍ତି,ବକୁଳ ଅମାବାସ୍ୟା,ବସନ୍ତ ପଞ୍ଚମୀ, ପୁଷ୍ୟାଭିଷେକ, ଦୋଳଯାତ୍ରା,ଦୋଳପୂର୍ଣ୍ଣିମା, ପଣାସଂକ୍ରାନ୍ତି ଓ ଚନ୍ଦନଯାତ୍ରା ଅନୁଷ୍ଠିତ ହୁଏ । ଠାକୁର ଙ୍କ ବେଶ-ଶ୍ରୀଅଲାରନାଥଙ୍କୁ ବିଭିନ୍ନ ବେଶ କରାଯାଇଥାଏ । ସର୍ବାଙ୍ଗ ଚନ୍ଦନ ବେଶ, ଅନବସର ବେଶ ୧୪ ଦିନ, ରାଜାଧିରାଜ ବେଶ, ରାଧାଦାମୋଦର ବେଶ, କାର୍ତ୍ତିକ ମାସରେ ଲକ୍ଷ୍ମୀନାରାୟଣ ବେଶ, ଘୋଡଲାଗି ବେଶ ଅନୁଷ୍ଠିତ ହୋଇଥାଏ ।

ମନ୍ଦିରର ଦେବାଦେବୀ- ଶ୍ରୀଅଲାରନାଥ ମନ୍ଦିର ପରିସରରେ ଅନେକ ଦେବାଦେବୀ ପୂଜା ପାଉଛନ୍ତି । ସିଂହଦ୍ବାର ଠାରେ ଦୁଇଟି ସିଂହ, କାଶୀବିଶ୍ବନାଥ, ମହାଲକ୍ଷ୍ମୀ ମନ୍ଦିର, ଶ୍ରୀଚୈତନ୍ୟଙ୍କ ମନ୍ଦିର, ନବଗ୍ରହ ପ୍ରସ୍ତର, ଯଜ୍ଞ ମଣ୍ଡପ, ଦୋଳବେଦୀ, ଗଣେଶ ଆଦି ପୂଜା ପାଉଛନ୍ତି ।
ନୀତିକାନ୍ତି- ସକାଳୁ ଦ୍ବାର ଫିଟା, ଅବକାଶ, ଚନ୍ଦନ ଲାଗି, ବଲ୍ଲଭ ଧୂପ, ସୂର୍ଯ୍ଯ ପୂଜା, ଦ୍ବାରପାଳ ପୂଜା, ବଲ୍ଲଭ ଧୂପରେ ଖଇ,ନଡିଆ ପାତି ଚୁଡା ଭୋଗ, ରୋଷହୋମ, ସକାଳ ଧୂପରେ ଖେଚୁଡି ଅନ୍ନ, ଡାଲି, ତରକାରି ଭୋଗ ଲାଗି କରାଯାଇଥାଏ ।

ଦ୍ବିପ୍ରହର ଧୂପରେ ଖୀରି ଭୋଗ ଓ ପ୍ରସାଦ ଲାଗି ହୋଇଥାଏ । ପରେ ପହୁଡ ନୀତି, ଅପରାହ୍ନ ୪ଟାରେ ପହୁଡ ଖୋଲିବା ପରେ ସଂଧ୍ଯାରେ ଆଳତି ଓ ବେଶ ଓଲାଗି ସହ ନୂତନ ବେଶ କରାଯାଇଥାଏ । ପରେ ଅନ୍ଯାନ୍ଯ ନୀତି ପରେ ବଡସିଂହାର ବେଶ ହୋଇ ପହୁଡ ହୋଇଥାନ୍ତି । ପ୍ରତିବର୍ଷ ଅନବସର ସମୟରେ ଲକ୍ଷାଧିକ ଭକ୍ତ ଶ୍ରୀ ଅଲାରନାଥ ଦର୍ଶନ କରିଥାନ୍ତି । ମନ୍ଦିରର ଏକ ପରିଚାଳନା କମିଟି ରହିଛି । ସ୍ଥାନୀୟ ତହସିଲଦାର ମଧ୍ୟବର୍ତ୍ତୀକାଳୀନ ନ୍ଯାସି ଭାବେ କାର୍ଯ୍ଯରତ । ସେବା ପୂଜା ପାଇଁ ଅଲାରପୁର ଗ୍ରାମରେ ଶୁଦ୍ର ସେବାୟତ ଓ ଗୋପ ଗ୍ରାମରେ ପଣ୍ଡା,ସୁଆର ଓ ବ୍ରାହ୍ମଣ ସେବକ ରହିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

May 6, 2026
ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

May 6, 2026

Recent News

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

May 6, 2026
ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

May 6, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version