No Result
View All Result
ଚିଲିକା (ଓଡ଼ିଶା ତାଜା ନ୍ୟୁଜ୍) :- ଚିଲିକା ବ୍ଲକ ଅନ୍ତର୍ଗତ ଆଙ୍କୁଲାଚଟି ସ୍ଥିତ ପ୍ରୟାସ (ପଞ୍ଚୁ ପଲ୍ଲୀ ରୁରାଲ୍ ଆସୋସିଏସନ୍ ଅଫ୍ ୟୁଥ୍ ଆଡ୍ ଭାନ୍ସମେଣ୍ଟ୍ ଅଫ୍ ସୋସାଇଟି) ପକ୍ଷରୁ ସ୍ଥାନୀୟ କିଶୋରୀ, ମହିଳା ମାନଙ୍କୁ ନେଇ ଏକ ଭବ୍ୟ ରଜ ଉତ୍ସବ ପାଳିତ ହୋଇଯାଇଛି । ଅନୁଷ୍ଠାନ ର ସଭାପତି ଲଲାଟେନ୍ଦୁ ଦାଶ ଙ୍କ ଅଧ୍ୟକ୍ଷତାରେ ଏଵଂ ସମ୍ପାଦକ କୁଳମଣି ବାରିକ ଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି ଏକ ଦିବସୀୟ ଉତ୍ସବ ରେ ଓଡ଼ିଶାର ଗଣପର୍ବ ରଜ ପାଳନର ପରମ୍ପରା ଓ ସଂସ୍କୃତିର ନିଦର୍ଶନ ସ୍ୱରୂପ ଗ୍ରୃହିଣୀ ଓ କିଶୋରୀ ପ୍ରତିଯୋଗୀ ମାନଙ୍କ ମଧ୍ୟରେ ଚିତା,ରଙ୍ଗୋଲୀ, ପୁଚିଖେଳ,ମିଉଜିକ୍ ଚେୟାର, ଦୋଳି ଖେଳ, ବିଭିନ୍ନ ଶାସ୍ତ୍ରୀୟ ଓ ଲୋକନୃତ୍ୟ, ପିଠା ପଣା ପ୍ରସ୍ତୁତି ଆଦି ପ୍ରତିଯୋଗିତା କରାଯାଇଥିଲା।
ଏହି ପ୍ରତିଯୋଗିତାର ବିଚାରକ ଭାବେ ଲୋକନୃତ୍ୟ ଗୁରୁ ଗୋବିନ୍ଦ ଚନ୍ଦ୍ର ଜାଲି, ଚିତ୍ର ଶିଳ୍ପୀ ଅକ୍ଷୟ କୁମାର ମହାରଣା, ନାଟ୍ୟ ନିର୍ଦ୍ଦେଶକ ସତ୍ୟ ନାରାୟଣ ମହାରଣା ପ୍ରମୁଖ ଯୋଗଦେଇ କ୍ରୃତୀ ପ୍ରତିଭା ମାନଙ୍କ ର ମୂଲ୍ୟାଙ୍କନ କରିଥିଲେ। ଆୟୋଜିତ ପୁରସ୍କାର ଵିତରଣୀ ସଭା ରେ ମୁଖ୍ୟ ଅତିଥି ଭାବେ ବ୍ୟଙ୍ଗ କବି ରଶ୍ମି ରଞ୍ଜିତା (ରୋଜି) ମିଶ୍ର -ମୁଖ୍ୟ ଅତିଥି, ନାଟ୍ୟ କାର ଭିକାରୀ ଚରଣ ପ୍ରଧାନ -ମୁଖ୍ୟ ବକ୍ତା, ସମ୍ମାନିତ ଅତିଥି ଭାବେ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ,
ବେଗୁନିଆ ର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁ ପଞ୍ଚୁ ପଲ୍ଲୀ ସୋମନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ପଞ୍ଚ ସଖା ଶିକ୍ଷା ସେତୁର ସଭାପତି ଦେବରାଜ ବିଶ୍ଵାଳ ପ୍ରମୁଖ ଯୋଗଦେଇ ରଜ ପର୍ବ ର ପରମ୍ପରା ଓ ଐତିହ୍ୟ ଉପରେ ଆଲୋକପାତ କରିବା ସହ କ୍ରୃତୀ ପ୍ରତିଯୋଗୀ ମାନଙ୍କୁ ପ୍ରମାଣପତ୍ର ଓ ଉପଢ଼ୌକନ ଦେଇ ପୁରସ୍କୃତ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କ୍ରୃତୀତ୍ଵ ଅର୍ଜନ କରିଥିବା ବ୍ୟକ୍ତିବିଶେଷ ଅଶୋକ କୁମାର ପାଇକରାୟ, ଗୋବିନ୍ଦ ଚନ୍ଦ୍ର ଜାଲି,
ଭିକାରୀ ଚରଣ ପ୍ରଧାନ,ଦୀପକ କୁମାର ଦାଶ, ଅଶୋକ କୁମାର ପ୍ରଧାନ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ କୁ ସଫଳ କରିବାରେ ମନୋରଂଜନ ନାୟକ, ଆର୍ତ୍ତତ୍ରାଣ ଦାଶ, ବିଭୂପ୍ରସାଦ ବାରିକ,ଦୀପକ ଜେନା,ଚନ୍ଦନ ମହାରଣା,ଗୁରୁ ବାରିକ, ଗଣେଶ ଜେନା ପ୍ରମୁଖ ସହାୟତା କରିଥିବା ବେଳେ ଅନୁଷ୍ଠାନ ର ସହ ସମ୍ପାଦକ ମାନସ ରଂଜନ ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ ।

No Result
View All Result