ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ :- ରଥ ନିର୍ମାଣର ୪୦ ତମ ଦିନ ରେ ନିର୍ମାଣକାରୀ ସେବକ ମାନେ ରଥ ଖଳା ଠାରେ ସକାଳ ଘ.୮.୦୦ ଟିକା ପୂର୍ବରୁ ଉପସ୍ଥିତ ହୋଇ ଉପସ୍ଥାନ ଦେବାପରେ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନ ରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ରଥ ନିର୍ମାଣ ଅଗ୍ରଗତି (ଗତକାଲି ସୁଦ୍ଧା ତିନିରଥ ର ମୋଟ ୩୨ ଗୋଟି ଗୟଳ ମୋଡା କାର୍ଯ୍ୟ ସମ୍ପନ୍ନ ହୋଇ, ତିନିରଥ ର ଯୋକା ଫିଟିଙ୍ଗ ପାଇଁ ଯୋକା ଗୁଡ଼ିକୁ ତିନି ରଥ ଭୋଇ ସେବକ ମାନେ ତିନିରଥ ରେ ଡେରା କାର୍ଯ୍ୟ ଶେଷ କରିଥିଲେ..)ତିନି ରଥର ମୋଟ ୪୪ ଗୋଟି ଯୋକା ଫିଟିଙ୍ଗ ଶେଷ
ଆଜି ତିନି ରଥର ଯୋକା ଫିଟିଙ୍ଗ ପାଇଁ, ଗତକାଲି ଭୋଇ ସେବକ ମାନେ ମୋଟ ୪୪ ଗୋଟି ଯୋକା କୁ ତିନି ରଥରେ ଡେରି ଥିଲେ,ଆଜି ତିନି ରଥର ମହାରଣା ସେବକ ମାନେ ଯୋକା ଗୁଡ଼ିକରେ କାପ ଖୋଦେଇ ଶେଷ କରି ତାଳଧ୍ଵଜ ରଥର ୧୬ ଟି, ଦର୍ପଦଳନ ରଥ ର ୧୨ ଟି ଏବଂ ନନ୍ଦିଘୋଷ ରଥରେ ୧୬ ଗୋଟି ଯୋକା ଫିଟିଙ୍ଗ କରାଯିବା ପରେ ଓଝା ସେବକଙ୍କ ଦ୍ଵାରା କଣ୍ଟା ବସିବା ଶେଷ ହୋଇଛି।

(ଏହି ଯୋକା ଗୁଡ଼ିକ ରଥର ଚତୁରର୍ପାର୍ଶ୍ଵ କୋଣ ମାନଙ୍କରେ ଫିଟିଙ୍ଗ ହୋଇଅଛି । ଏହି ଯୋକା ରଥର ଅଖ, କୁଡୁକା,ନିରାଡି ଏବଂ ଗୟଳ କୁ ବାନ୍ଧି ରଖିବା ପାଇଁ ଯୋକା ଗୁଡ଼ିକରେ ମାପ ପ୍ରକାରେ କାପ ଖୋଦେଇ ପରେ କଣ୍ଟା ବିନ୍ଧ କରାଯାଇ ବିନ୍ଧରେ କଣ୍ଟା ବାଡ଼ିଆଯାଇ ସେଟିଂ କରା ଯାଇଛି) ତିନି ରଥର ପ୍ରଥମ ଭୂଇଁ ଫ୍ରେମ ପ୍ରସ୍ତୁତି ଶେଷ

ଆଜି ତିନିରଥ ର ମୁଖ୍ୟ ମହାରଣା ଙ୍କ ତତ୍ତ୍ଵାବଧାନରେ ତିନି ରଥ ମହାରଣା ସେବକ ଏବଂ ଭୋଇ ସେବକ ମାନଙ୍କ ସହଯୋଗରେ ତିନି ରଥର ପ୍ରଥମ ଭୂଇଁ ଫ୍ରେମ ନିର୍ମାଣ ଶେଷ ହୋଇଛି । ଏଥିସହ ଭୂଇଁ ଫ୍ରେମ ର ବିଭିନ୍ନ ଅଂଶ ଗୁଡିକର ନମ୍ବରିଂ କାର୍ଯ୍ୟ ଶେଷ ହୋଇଛି।
















