• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ନୋଏଡ଼ାଠାରେ ପ୍ରଥମ ରଜ ପର୍ବ ଉତ୍ସବ ପାଇଁ ଜୋରଦାର ପ୍ରସ୍ତୁତି 

Proprietor Abhimanyu Maharana by Proprietor Abhimanyu Maharana
June 1, 2025
in ଓଡ଼ିଶା, ଦେଶ, ମହାନଗର, ହୋମ୍
0
Hectic Preparations on for First Raja Parba Utsav in Noida 
Share on FacebookShare on TwitterWhatsapp

ନୋଏଡ଼ା/ ନୂଆଦିଲ୍ଲୀ (ଓଡ଼ିଶା ତାଜା ନ୍ୟୁଜ୍) :- ନୋଏଡ଼ାଠାରେ ପ୍ରଥମ ଥର ପାଇଁ ରଜ ପର୍ବ ପାଳନ ଉପଲକ୍ଷେ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଲକ୍ଷ୍ଯ କରାଯାଉଛି । ‘ରଜ’ ଓଡ଼ିଶାର ସବୁଠୁ ବୃହତ ଓ ଲୋକପ୍ରିୟ ପର୍ବ ଭାବରେ ପରିଚିତ । ରାଜ୍ୟର ମହାନତା, ମହନୀୟତା ଓ ମହକକୁ ଜାତୀୟ ରାଜଧାନୀ କ୍ଷେତ୍ରରେ ପ୍ରତିପାଦିତ ଏବଂ ପ୍ରତିଷ୍ଠିତ କରିବା ପାଇଁ ଏହି ଉତ୍ସବ ଉଦ୍ଦିଷ୍ଟ । ମାତୃ ବନ୍ଦନା ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଏହି ମହାପାର୍ବଣ, ମାଟି ମା’ ଯେତେବେଳେ ମୌସୁମୀ ଆଗମନ କାଳରେ ଗର୍ଭ ଧାରଣ ପାଇଁ ପ୍ରସ୍ତୁତ ହୁଏ ସେତେବେଳେ ପାଳନ କରାଯାଇଥାଏ ।

ସାମୁଦାୟିକ ବିକାଶ ସମିତି ଦ୍ଵାରା ଆୟୋଜିତ ଏହି ବୃହତ ଉତ୍ସବ ଆଗାମୀ ଜୁନ ୧୪ ଓ ୧୫ ତାରିଖ ଦୁଇଦିନ ଧରି ନୋଏଡ଼ା ଷ୍ଟାଡିୟମର ରାମଳୀଳା ମୈଦାନ ଠାରେ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରାୟ ୨୦,୦୦୦ ପ୍ରବାସୀ ଓଡ଼ିଆ ଏହି ସମାରୋହରେ ସାମିଲ ହେବେ ବୋଲି ଆୟୋଜକଙ୍କ ସୂତ୍ରରୁ ପ୍ରକାଶ । ଏହି ମହୋତ୍ସବରେ ଅତିଥି ଭାବରେ ବହୁ ରାଜନେତା, ଧର୍ମଗୁରୁ, କର୍ପୋରେଟ ମୁଖ୍ୟ ଓ ସାମାଜିକ ନେତୃବୃନ୍ଦ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଆୟୋଜକ ସାମୁଦାୟିକ ବିକାଶ ସମିତିର ପ୍ରତିଷ୍ଠାତା ଅଧ୍ୟକ୍ଷ, ବରିଷ୍ଠ ଚାଟାର୍ଡ ଏକାଉଣ୍ଟଟାଣ୍ଟ ତଥା ବିଶିଷ୍ଟ ସାମଜସେବୀ ଡଃ. ମନୋରଞ୍ଜନ ମହାନ୍ତିଙ୍କ ଦ୍ୱାରା ପରିକଳ୍ପିତ, ଏହି ସମାରୋହରେ ଓଡ଼ିଶାର ଉତ୍କୃଷ୍ଟ କଳା, ଉନ୍ନତ ସଂସ୍କୁତି, ଉତ୍ତୁଙ୍ଗ ଐତିହ୍ୟ, ଗୌରବମୟ ଇତିହାସ, ଗାରିମାମୟ ପରମ୍ପରା, ଉଚ୍ଚକୋଟୀର ପରିପାଟୀ ଏବଂ ସ୍ଵାଦିଷ୍ଟ ବ୍ୟଞ୍ଜନର ଅପୂର୍ବ ସମାହାର ଘଟିବ ବୋଲି ପ୍ରାପ୍ତ ସୂଚନାରୁ ପ୍ରକାଶ । ଏହି ଦୁଇଦିନିଆ ସାଂସ୍କୃତିକ କୁମ୍ଭରେ ଓଡ଼ିଶାର ଅନନ୍ୟ ଓ ଅଭୂତପୂର୍ବ ନୃତ୍ୟ, ସଙ୍ଗୀତ ଓ ହାସ୍ୟରସର ଝଲକ ଦେଖିବାକୁ ମିଳିବ ବୋଲି ଜଣାଯାଇଛି ।

ଏହା ମଧ୍ୟରେ ଓଡ଼ିଶୀ, ସମ୍ବଲପୁରୀ, ମଣିପୁରୀ, ଗୋଟିପୁଅ, ଘୁମର, ଆଦିବାସୀ ଏବଂ ଆଧୁନିକ ନୃତ୍ୟ ପ୍ରଦର୍ଶନକୁ ଅନ୍ତର୍ଭୁକ୍ତ କରାଯାଇଛି । ସମାରୋହରେ ଅଂଶ ଗ୍ରହଣ କରିବାକୁ ଯାଉଥିବା ତାରକା କଳାକାରମାନଙ୍କ ମଧ୍ୟରେ ହାସ୍ୟ ସମ୍ରାଟ ପପୁ ପମପମ୍, ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଅନନ୍ଦିତା ଦାସ, ଦେବେଶ ପତି, ପପୁ ପଣ୍ଡା, ସୁଶ୍ରୀ ଜ୍ୟୋତି , ସ୍ଵରୂପ ଭଲଓଁକର ଏବଂ ସୁପ୍ରସିଦ୍ଧ ଅଭିନେତା ତଥା ନିର୍ଦ୍ଦେଶକ ଅଶ୍ରୁମୋଚନ ମହାନ୍ତି ପ୍ରମୁଖ ଅନ୍ତର୍ଭୁକ୍ତ ଅଛନ୍ତି । ଏହି ବିଶାଳ ସମାବେଶର ସ୍ଵତନ୍ତ୍ର ଆକର୍ଷଣ ହେଲା ଓଡ଼ିଆ ଖାଦ୍ୟ ଉତ୍ସବ ।

ଏହି ଅବସରରେ ଆଗନ୍ତୁକମାନଙ୍କୁ ତିରିଶଟି ପାରମ୍ପରିକ ଖାଣ୍ଟି ଓଡ଼ିଆ ଖାଦ୍ୟ ପରସା ଯିବାର ବନ୍ଦୋବସ୍ତକରାଯାଇଛି । ଏହା ମଧ୍ୟରେ କଟକର ଦହିବରା ଆଳୁଦମ, ବାରିପଦାର ମୁଢ଼ି ମାଂସ, ସାଲେପୁରର ରସଗୋଲା, ମାଛ ଭାତ, ଟଙ୍କ ତୋରାଣି, କୋରାପୁଟର ବାରମଜା ଏବଂ ଯାଜପୁରର ପ୍ରସିଦ୍ଧ ପାନ ଅନ୍ତର୍ଭୁକ୍ତ ଅଛି । ତା’ ସହିତ ଓଡ଼ିଶା ପ୍ରସିଦ୍ଧ ବିଭିନ୍ନ ନାନାକିସମର ପିଠା ଯଥା:- ଆରିସା, କାକରା, ମଣ୍ଡା, ଛେନାପୋଡ଼ ଏବଂ ପୋଡ଼ପିଠା ଦର୍ଶକମାନଙ୍କୁ ଉପଭୋଗ କରିବାର ସୁଯୋଗ ମିଳିବ। ପ୍ରତ୍ୟେକ ବ୍ୟଞ୍ଜନ ଓଡ଼ିଶା ମାଟିର ସ୍ଵାତନ୍ତ୍ର ଓ ଓଡ଼ିଆ ମା’ର ଯାଦୁଗରୀ ହାତର ସ୍ପର୍ଶ ବହନ କରିବ ।

ରଜ ଉତ୍ସବ ସ୍ଥଳରେ ଦର୍ଶକମାନଙ୍କର ମନୋରଞ୍ଜନ ପାଇଁ ବହୁବିଧ ଷ୍ଟଲ୍ ଲଗାଯାଉଥିବl ଜଣାଯାଇଛି। ଏ ମଧ୍ୟରେ ଓଡ଼ିଶାର ହସ୍ତତନ୍ତ, ହସ୍ତକଳା, ପାରମ୍ପରିକ ପୋଷାକ ଏବଂ ଚିତ୍ର ଉତ୍ତୋଳନ ଆଦି ଅନ୍ତର୍ଭୁକ୍ତ ଅଛି । ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ, ଶିଶୁ କ୍ରୀଡ଼ା, ମେହେନ୍ଦି ଓ ଚିତ୍ରାଙ୍କନ ପ୍ରତିଯୋଗିତା ତଥା ଲୋକକଳା କର୍ମଶାଳା ଆଦି ଏଠାରେ ସ୍ଥାନ ପାଇବାକୁ ଯାଉଛି । ରଜ ପର୍ବ ଏକ ସାଧାରଣ ଉତ୍ସବ ନୁହେଁ ବରଂ ଏହା ମାତୃଭୂମି,

ମାତୃଭାଷା ଏବଂ ମାତୃତ୍ୱ ପ୍ରତି ଆମର ଶ୍ରଦ୍ଧା ସୁମନ ସମର୍ପଣର ଅବସର ବୋଲି ମହୋତ୍ସବର ମୁଖ୍ଯ ଆୟୋଜକ ଡଃ ମନୋରଞ୍ଜନ ମହାନ୍ତି ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । ଜାତୀୟ ରାଜଧାନୀ କ୍ଷେତ୍ରରେ ବସବାସ କରୁଥିବା ଷୋହଳ ଲକ୍ଷ ଓଡ଼ିଆ ଓ ଓଡ଼ିଶା ପ୍ରେମୀ ଜନସାଧାରଣ ବହୁ ସଂଖ୍ୟାରେ ଆସି ଏହି ସାଂସ୍କୃତିକ ନବୋଦୟରେ ଅଂଶ ଗ୍ରହଣ କରି ଓଡ଼ିଶାର ମହତ୍ତ୍ଵକୁ ଉପଲବ୍ଧି କରିବାକୁ ସେ ନିବେଦନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ସମ୍ପୂର୍ଣ୍ଣ ଭାବରେ ନିଃଶୁଳ୍କ ଏବଂ ଏଥିପାଇଁ କୌଣସି ପଞ୍ଜୀକରଣର ଆବଶ୍ୟକତା ନାହିଁ ବୋଲି ଡଃ. ମହାନ୍ତି ସ୍ପଷ୍ଟ କରିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
୧୫ ରୁ ସପ୍ତାହବ୍ୟାପୀ ୬ଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

୧୫ ରୁ ସପ୍ତାହବ୍ୟାପୀ ୬ଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

March 15, 2026
କିଚେନ୍ ଗାର୍ଡେନ୍ ସମ୍ବନ୍ଧୀୟ କର୍ମଶାଳା

କିଚେନ୍ ଗାର୍ଡେନ୍ ସମ୍ବନ୍ଧୀୟ କର୍ମଶାଳା

March 15, 2026
ଆଇଚର ଗାଡି ସହ ଗଞ୍ଜେଇ ଜବତ : ଚାଳକ ଓ ଗଞ୍ଜେଇ ମାଫିଆ ଫେରାର

ଆଇଚର ଗାଡି ସହ ଗଞ୍ଜେଇ ଜବତ : ଚାଳକ ଓ ଗଞ୍ଜେଇ ମାଫିଆ ଫେରାର

March 14, 2026
ଦନ୍ତା ହାତୀ ହାବୁଡ଼ରେ ପଡି ୩ ଯୁବକ ଙ୍କ ମୃତ୍ୟୁ : ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ପାଇଁ ଦାବୀ

ଦନ୍ତା ହାତୀ ହାବୁଡ଼ରେ ପଡି ୩ ଯୁବକ ଙ୍କ ମୃତ୍ୟୁ : ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ପାଇଁ ଦାବୀ

March 14, 2026

Recent News

୧୫ ରୁ ସପ୍ତାହବ୍ୟାପୀ ୬ଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

୧୫ ରୁ ସପ୍ତାହବ୍ୟାପୀ ୬ଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

March 15, 2026
କିଚେନ୍ ଗାର୍ଡେନ୍ ସମ୍ବନ୍ଧୀୟ କର୍ମଶାଳା

କିଚେନ୍ ଗାର୍ଡେନ୍ ସମ୍ବନ୍ଧୀୟ କର୍ମଶାଳା

March 15, 2026
ଆଇଚର ଗାଡି ସହ ଗଞ୍ଜେଇ ଜବତ : ଚାଳକ ଓ ଗଞ୍ଜେଇ ମାଫିଆ ଫେରାର

ଆଇଚର ଗାଡି ସହ ଗଞ୍ଜେଇ ଜବତ : ଚାଳକ ଓ ଗଞ୍ଜେଇ ମାଫିଆ ଫେରାର

March 14, 2026
ଦନ୍ତା ହାତୀ ହାବୁଡ଼ରେ ପଡି ୩ ଯୁବକ ଙ୍କ ମୃତ୍ୟୁ : ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ପାଇଁ ଦାବୀ

ଦନ୍ତା ହାତୀ ହାବୁଡ଼ରେ ପଡି ୩ ଯୁବକ ଙ୍କ ମୃତ୍ୟୁ : ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ପାଇଁ ଦାବୀ

March 14, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

୧୫ ରୁ ସପ୍ତାହବ୍ୟାପୀ ୬ଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

୧୫ ରୁ ସପ୍ତାହବ୍ୟାପୀ ୬ଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

March 15, 2026
କିଚେନ୍ ଗାର୍ଡେନ୍ ସମ୍ବନ୍ଧୀୟ କର୍ମଶାଳା

କିଚେନ୍ ଗାର୍ଡେନ୍ ସମ୍ବନ୍ଧୀୟ କର୍ମଶାଳା

March 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version